Tag: #Forest Department

  • ହାତୀର ଦାନ୍ତ ନେଲା କିଏ? ଅଡୁଆରେ ବନବିଭାଗ

    ହାତୀର ଦାନ୍ତ ନେଲା କିଏ? ଅଡୁଆରେ ବନବିଭାଗ

    କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଭାଡିଭରା ଗାଁ ନିକଟ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ୨୦ ଦିନରୁ ଉର୍ଦ୍ଧ ସମୟ ହେବ ଦନ୍ତାହାତୀ ଟି ମରି ପଡିଥିଲେ ମଧ୍ୟ ବନ ବିଭାଗ ନିକଟରେ ଖବର ନଥିଲା । ଜଙ୍ଗଲ ନିକଟ ଜମିକୁ ମାଛ ମାରିବାକୁ ଯାଇଥିବା କିଛି ପିଲା ଜଙ୍ଗଲରେ ହାତୀ ର ଗଳିତ ମୃତ ଦେହକୁ ଦେଖି ବନକର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତେବେ ସେତେବେଳକୁ ହାତୀ ର ଦାନ୍ତ ଗାଏବ ହୋଇଯାଇଥିଲା । ୨୦ଦିନ ହେବ ହାତୀ ର ମୃତ୍ୟୁ ହୋଇଥିଲେ ମଧ୍ୟ ବନ ବିଭାଗ ନିକଟରେ ଖବର ନଥିଲା । ଏଥରୁ ସ୍ପଷ୍ଟ ଅନୁମେୟ କରି ହେଉଛି ବନ ବିଭାଗ ହାତୀ ସୁରକ୍ଷା ପାଇଁ କେତେ ତତ୍ପର ।

    ଆପଣଙ୍କୁ ଏଠି କହି ରଖିଛୁ ଯେ ଗତ ସାତ ମାସ ଭିତରେ ତେଲକୋଇ ରେଞ୍ଜରେ ୩ ହାତୀର ମୃତ୍ୟୁ ଘଟିଲାଣି, ହେଲେ ନିଦ ଭାଙ୍ଗୁନି ବନ ବିଭାଗ ଉପର ଅଧିକାରୀଙ୍କ ଯାହା ଏବେ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଜୁନ ମାସରୁ ହାତୀଟି ଅସୁସ୍ଥ ହୋଇ ଏଣେ ତେଣେ ବୁଲୁଥିବା ସ୍ଥାନୀୟ ବାସୀ କହୁଥିବା ବେଳେ ବନ ବିଭାଗର ହାତୀ ନିରିକ୍ଷଣ କାର୍ଯ୍ୟ କେମିତି ଚାଲୁଥିଲା ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ।

  • ୬ ଫୁଟ ୨ଇଞ୍ଚର କୁମ୍ଭୀର ଉଦ୍ଧାର

    ୬ ଫୁଟ ୨ଇଞ୍ଚର କୁମ୍ଭୀର ଉଦ୍ଧାର

    ଗତକାଲି ଜାତୀୟ ଉଦ୍ୟାନ ଭିତରକନିକା ଅଧିନସ୍ଥ ଡାଙ୍ଗମାଳ ଗାଁର ରାଜେଶ କୁମାର ପତିଙ୍କ ବାଡ଼ି ପୋଖରୀ ଭିତରୁ ୬ ଫୁଟ ୨ ଇଞ୍ଚ ର ଏକ ଅଣ୍ଡିରା କୁମ୍ଭୀରକୁ ବନ କର୍ମଚାରୀ ଉଦ୍ଧାର କରି ଜାତୀୟ ଉଦ୍ୟାନ ଭିତରକନିକା ନଦୀରେ ଛାଡିଛନ୍ତି। ଲଗାଣ ବର୍ଷା ଯୋଗୁଁ ଉଛୁଳା ପାଣି ଜରିଆରେ ଉକ୍ତ କୁମ୍ଭୀରଟି ଭିତରକନିକା ନିକଟସ୍ଥ ବାଲିଯୋର ନାଳରୁ ବାହାରି ପୋଖରୀ ମଧ୍ୟକୁ ଚାଲିଯାଇଥିଲା। ଖବର ପାଇଁ ଫରେଷ୍ଟ ଗାର୍ଡ ବବୁଲ କୁମାର ପରିଡାଙ୍କ ନେତୃତ୍ୱରେ ଅର୍ଜୁନ ଦଳାଇ,ସଂଜୟ ଦଳାଇ, ଭାଗିରଥି ସିଂ, ଚନ୍ଦ୍ରମଣି ବେହେରା ଏବଂ ନିର୍ମଳ ଦଳାଇ ପ୍ରମୁଖ ବନ କର୍ମଚାରୀ ମିଳିତ ଭାବେ କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି।

    ଅନ୍ୟ ପଟେ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନଦୀ ନାଳରେ ପାଣି ଉଛୁଳା ରହିବ ଏହି ସମୟରେ ଭିତରକାନିକାରୁ କୁମ୍ଭୀର ମାନେ ଖାଦ୍ୟ ଅନ୍ୱେଷଣରେ ବାହାରି ବିଭିନ୍ନ ନଦୀ ନାଳ ଓ ପୋଖରୀ ଭିତରେ ପ୍ରବେଶ କରିପାରନ୍ତି।ତେଣୁ ସାଧାରଣ ଲୋକେ ବର୍ଷା ସମୟରେ ନଦୀ,ନାଳ ଓ ପୋଖରୀ ବ୍ୟବହାର କରୁଥିଲେ କୁମ୍ଭୀର ଠାରୁ ସତର୍କ ରହିବା  ଉଚିତ୍। ପ୍ରତ୍ୟେକ କୁମ୍ଭୀର ମାନଙ୍କ ଜିବନ ବନ ବିଭାଗ ପାଇଁ ମୂଲ୍ୟବାନ ।ତେଣୁ ଲୋକମାନେ ନିଜେ କୁମ୍ଭୀର ଠାରୁ ସତର୍କତା ରହିବା ସହିତ ଅନ୍ୟ ସମସ୍ତଙ୍କୁ ସତର୍କତା ରଖିବାକୁ ବନ ବିଭାଗ ସାଧାରଣ ଜନତାଙ୍କୁ ନିବେଦନ କରିଛି ।

  • କେନ୍ଦୁଝର ଆନନ୍ଦପୁରରେ ବିଶ୍ଵ ବନ ଦିବସ ପାଳିତ

    କେନ୍ଦୁଝର ଆନନ୍ଦପୁରରେ ବିଶ୍ଵ ବନ ଦିବସ ପାଳିତ

    କେନ୍ଦୁଝର ଆନନ୍ଦପୁର ବନଖଣ୍ଡ କାର୍ଯ୍ଯାଳୟରେ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ବିଶ୍ଵ ବନ ଦିବସ ପାଳିତ ହୋଇଛି । ଜଙ୍ଗଲରେ ନିଆଁକୁ କିଭଳି ରେକାଯାଇପାରିବ, ଜୀବଜନ୍ତୁଙ୍କୁ ସୁରକ୍ଷା ଦିଆଯିବ, ଏଥିସହ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ କିପରି ଅବଗତ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା ।

    ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଏସିଏଫ୍ ପ୍ରଭିନ ମୁର୍ମୁ,ଏସିଏଫ ଦେଓଗାଁ ଉମାକାନ୍ତ ଦାସ, ରେଜଂ ଅଧିକାରୀ ହଦଗଡ ମାର୍ଶାଲ କିସ୍କୁ ଓ ଆନନ୍ଦପୁର ରେଜଂ ଅଧିକାରୀ ନବକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

  • ରାୟଗଡ଼ା ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ସଚେତନତା

    ରାୟଗଡ଼ା ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ସଚେତନତା

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ଠାରେ ଆଜି ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାଙ୍ଗସୋରଡା ଫରେଷ୍ଟ ସେକ୍ସନ୍ ସ୍ତରୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡାଙ୍ଗସୋରଡା ବନ ବିଭାଗର ବନ ଅଧିକାରୀ ସୁଜାତା ସୁନା ମୁଦିଙ୍କ ନେତୃତ୍ୱରେ ଡାଙ୍ଗସୋରଡା ଫରେଷ୍ଟ କାର୍ଯ୍ୟଳୟ ପରିସରରୁ ବାହାରି ଗଇଗୁଡା ରୁ ଡାଙ୍ଗସୋରଡା ଦେଇ ହନୁମନ୍ତପୁର ଦୀର୍ଘ ୧୨ କିଲୋମିଟର ପର୍ଯ୍ୟନ୍ତ ବାଇକ୍ ଯୋଗେ ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।

    ଏହି କାର୍ଯ୍ୟକ୍ରମ ରେ ଫରେଷ୍ଟ ଗାର୍ଡ କୁନି କୁସୁଲିଆ , ବିଶ୍ବଜିତ ମହାରାଣାଙ୍କ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ସଚେତନତା ପାଇଁ ସ୍ଲୋଗାନ ଦେଇ ସଚେତନତା ରାଲି କରାଯାଇଥିବା ଦେଖିବାକୁ ମିଳିଛି। ସ୍ଲୋଗାନ ରେ ଭାଇ ଭଉଣୀ ଜାଗ୍ରତ ହୁଅ ପଡ଼ୁ ଚାଷ ଠାରୁ ଦୁରେଇ ରୁହ। ପଡୁଚାଷ ପାଇଁ ନିଆଁ ଲଗେଇବ ସେ ଅପରାଧୀ ହୋଇ ଦଣ୍ଡ ପାଇବ ।

    ଧରଣୀ ମାଁର ରୁଣ ସୁଝିବା ସେ କୋଳେ ଧରିଥିବା। ବନ ରଖିବା ଆମରି କର୍ତ୍ତବ୍ୟ। ଆମରିପଣ ଜଙ୍ଗଲ ସୁରକ୍ଷା କରିବା ଜାଣ । ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ମାଟି ପାଣି ଯେ ପବନ ଦିଏ ସେହିତ ଜଙ୍ଗଲ ଜୀବନ ଦିଏ । ଅପରାଧୀ ଅଟଇ ସିଏ ପଡ଼ୁ ଚାଷ କରୁଛି ଯିଏ । ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା । ଭାଇ ଭଉଣୀ ଜାଗ୍ରତ ହୁଅ  ପଡ଼ୁ ଚାଷ କରୁଛି ଯିଏ ପଡୁ ଚାଷ ଠାରୁ ଦୁରେଇ ରୁହ।

    ଜଙ୍ଗଲ ଯୋଗାଏ ପାଣି ବନ ସେଇତ ଆମର ଜୀବନ। ଧନ ରହିଲେ ବଞ୍ଚିବେ ଜନ । ଗଜକୁ ନକରିବ ହିନ । ଗଜ ହେଉଛି ଲକ୍ଷ୍ମୀ ସମାନ । ବନ୍ୟପ୍ରାଣୀ ଯନ୍ତୁ କୁ ଆମେ ସୁରକ୍ଷା ଦେବା ଜଙ୍ଗଲ କୁ ଆମେ ଗଛ ତରୁଲତା ବଣ ପାହାଡ ସୁନ୍ଦର ପ୍ରାକୃତିକ ବେଳାଭୂମି କୁ ସବୁ ଦେଖିବା। ଏଭଳି ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

    ଏହି ସଚେତନତା ବାର୍ତ୍ତାରେ ଆଗାମୀ ଗ୍ରୀଷ୍ମ ରୁତୁ ରେ ନିଆଁ କୁ କିପରି ନିୟନ୍ତ୍ରଣ କରି ନିରାକରଣ କରିବା ଓ ଜଙ୍ଗଲ କିପରି ନିଆଁ ନ ଲାଗିବା ସେହି ଉପରେ ସଚେତନତା ର ପ୍ରୟାସ ରଖିବା ପାଇଁ ଏହି ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସେଥିରେ ଡାଙ୍ଗସୋରଡା ସେକ୍ସନ୍ ର ଭିନ୍ନ ଗାଁ ଗହଳିର ଲୋକେ ବନ ବିଭାଗ ଅଧିକାରୀ ମାନଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇବା ନିମନ୍ତେ ସହଯୋଗ ର ହାତ ବଢ଼େଇ ରାଲି କରାଯାଇଥିବା ଦେଖିବାକୁ ମିଳିଛି।

    ଏହି ଦିଗରେ ଜଙ୍ଗଲ ନିଆଁ ଲାଗିବା ଦ୍ବାରା ମାନବ ସମାଜ ଉପରେ କୁପ୍ରଭାବ ପଡ଼େ ସେହି ଉପରେ ଆଜି ଜଙ୍ଗଲ ସୁରକ୍ଷା ନିବାରଣ କାର୍ଯ୍ୟକ୍ରମ ସଚେତନତା ଡାଙ୍ଗସୋରଡା ଫରେଷ୍ଟ ଅଫିସ ଠାରେ ପ୍ରଥମ ଥର ଭାବେ ଆରମ୍ଭ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ରେ ମୂଖ୍ୟ ଅଥିତି ସାମାଜିକ କର୍ମୀ ବିଜୟ ଉଲାକା ଓ ପ୍ରସାଦ ସାହୁକାର ସବୁଜ ପତକା ଦେଖାଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ପରି ଆଗାମୀ ଗ୍ରୀଷ୍ମ ରୁତୁ ପ୍ରଭାବ ହ୍ରାସ ପାଇଥିବାରୁ ବଞ୍ଚିତ ରହିବା ପାଇଁ ପ୍ରତିଟି ଗାଁ କୁ ବୁଲି ସଚେତନତା ବାର୍ତ୍ତା ପହଞ୍ଚାଇବା ଦିଗରେ ପ୍ରୟାସ ରଖିବା ପାଇଁ ସୂଚନା ଦେଇଛନ୍ତି।

  • ମରଣାତ୍ମକ ଫାଶରେ କେତେବେଳେ ପଶୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷ ଗୁରୁତର, ବେଧଡକ ନିଦରେ ଶୋଇଛି ବନ ବିଭାଗ

    ମରଣାତ୍ମକ ଫାଶରେ କେତେବେଳେ ପଶୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷ ଗୁରୁତର, ବେଧଡକ ନିଦରେ ଶୋଇଛି ବନ ବିଭାଗ

    ବନ୍ୟ ଜନ୍ତୁ ଶିକାର ପାଇଁ ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ ବୋମା ଖଞ୍ଜା ଯାଇଥିଲା । ବୋମା ଉପରେ ଛେଳି ଚରାଳି ଉଦୟ କୁମାର ନାୟକଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ଘଟି ସେ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣରେ ତାଙ୍କ ବାମ ପାଦ କ୍ଷତାକ୍ତ ହୋଇଛି ।

    ବନ୍ୟ ଜନ୍ତୁ ଶିକାର ପାଇଁ ଜଙ୍ଗଲ ଭିତରେ ଖଞ୍ଜା ଯାଇଥିଲା ବୋମା । ସେହି ବୋମା ଫୁଟି ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି । ଛେଳି ଚରାଳିଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ହୋଇଥିଲା । ଘଟଣା ଘଟିଛି ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ । ବୋମା ଫୁଟି ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଉଦୟ କୁମାର ନାୟକ । ବିସ୍ପୋରଣରେ ତାଙ୍କ ବାମ ପାଦ ସମ୍ପୂର୍ଣ୍ଣ ଭାବେ କ୍ଷତାକ୍ତ ହୋଇଛି । ଅନ୍ଯ ଛେଳି ଚରାଳିମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କିଏ ସେଠାରେ ବୋମା ଖଞ୍ଜିଥିଲା ସେ ସମ୍ପର୍କରେ କିଛି ଜଣାପଡିନାହିଁ ।

  • ବାଘଛାଲ ସହ ୨ ଶିକାରୀ ଗିରଫ

    ବାଘଛାଲ ସହ ୨ ଶିକାରୀ ଗିରଫ

    କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବନ ବିଭାଗ ରେଞ୍ଜ ଗମ୍ଭାରୀଗୁଡା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରିଛି । ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ ପ୍ରମୋଦ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଏକ ଗୁଳି ଭର୍ତ୍ତି ହୋଇ ଥିବା ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଭବାନୀ ଶଙ୍କର ପ୍ରଧାନ ଙ୍କ ଠାରୁ ଏକ କାଲରାପତରିଆ ବାଘ ଚମଡା ଜବତ ହୋଇଛି |

    ଗିରଫ ହୋଇଥିବା ୨ ସନ୍ଦିଗ୍ଧ ଙ୍କ କହିବାଅନୁସାରେ ବାରାହା ଶିକାର ପାଇଁ ଫାସ ପକାଯାଇଥିବା ଜାଲ ରେ ବାଘ ପଡିଛି । ତେବେ ଏହି ବାଘ ଶିକାର ରେ ସମ୍ପୃକ୍ତ ଥିବା ଅନ୍ୟ ମାନେ ଫେରାର ରହିଥିବା ଜଣାପଡ଼ିଛି । ବନ ବିଭାଗ ଅଧିକାରୀ କାଜଲ ନାୟକ କେଶ ନମ୍ବର ୧୦୬/୨୪-୨୫ ରେ ଏକ ମାମଲା ରୁଜୁ କରିଛି | ସେପଟେ ଗିରଫ ୨ଜଣ ଙ୍କୁ କୋର୍ଟ ଚାଲାଣ କରୀଥିବା ବେଳେ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଜାରୀ ରହିଛି | ବାଘ ଶିକାର କରି ମାଂସ ଭାଗ ଵାଣ୍ଟି ଖାଇଥିବା ସୂଚନା ଦେଇଛି ବନ ବିଭାଗ |

  • ମା ଗ୍ରହଣ ନକରିବାରୁ ବନବିଭାଗ ନେଇଥିଲା ଦାୟିତ୍ୱ

    ମା ଗ୍ରହଣ ନକରିବାରୁ ବନବିଭାଗ ନେଇଥିଲା ଦାୟିତ୍ୱ

    ସ୍ଥାନାନ୍ତର ହେଲା ୩ମାସର ହାତୀଛୁଆ ଜଗୁ | କେନ୍ଦୁଝରରୁ ବନ ବିଭାଗର “ରକ୍ଷକ” ଯାନରେ ହାତୀ ଛୁଆକୁ ଆଜି ଚନ୍ଦକା ସ୍ଥାନାନ୍ତର କରାଯାଇଛି। ଗତ ୧ ତାରିଖରେ କେନ୍ଦୁଝର ସଦର ରେଞ୍ଜ ଜଗଦଳା ଡ୍ୟାମ ନିକଟରୁ ଉଦ୍ଧାର ହୋଇଥିଲା ଏହି ୩ମାସର ହାତୀଛୁଆ | ବନ ବିଭାଗର ବହୁ ପ୍ରଚେଷ୍ଟା ପରେ ମଧ୍ୟ ମା ହାତୀ ନିଜ ଛୁଆକୁ ଗ୍ରହଣ କରି ନଥିଲା । ସେହିଦିନଠୁଁ ବନ ବିଭାଗର ୧୦ ଜଣିଆ ଟିମ୍ ଦିନ ରାତି ହାତୀ ଛୁଆର ସେବାଯତ୍ନ କରୁଥିଲେ । ଆଜି ହାତୀ ଛୁଆକୁ ସ୍ଥାନାନ୍ତର କରିବା ସମୟରେ ସମସ୍ତେ ଭାବ ବିହ୍ୱଳ ହୋଇ ଉଠିଥିଲେ।

  • ନିଷେଦ୍ଧାଞ୍ଚଳରେ ଖୁଲମଖୁଲା ଚାଲିଛି ମତ୍ସ୍ୟଜୀବୀ ଓ କାଠ ମାଫିଆଙ୍କ ରାଜ୍

    ନିଷେଦ୍ଧାଞ୍ଚଳରେ ଖୁଲମଖୁଲା ଚାଲିଛି ମତ୍ସ୍ୟଜୀବୀ ଓ କାଠ ମାଫିଆଙ୍କ ରାଜ୍

    ନିଶେଦ୍ଧାଞ୍ଚଳରେ ଖୁଲମଖୁଲା ଚାଲିଛି ମାଛ ଓ କାଠ ମାଫିଆଙ୍କ ରାଜ । ମାଛ ମାଫିଆଙ୍କ ମୋଟା ଆଙ୍କରେ ବନ ବିଭାଗ ଚୁପ୍ । ବନ ବିଭାଗ ଓ ମାଛ ମାଫିଆଙ୍କ ମଧ୍ୟରେ ଚାଲିଛି ଚୋରା ପିରତି । ଏକଥା ଆମେ କହୁନାହୁଁ କହୁଛନ୍ତି ଖୋଦ ସ୍ଥାନୀୟ ବାସିନ୍ଦା । ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ କନିକା ଓ ରାଜନଗର ରେଞ୍ଜର ନିଶେଦ୍ଧାଞ୍ଚଳରେ । ସେଠାରେ ବନବିଭାଗ ଜଣାତରେ ବେଧଡକ ଚାଲିଛି ମାଛଧରା । ଭେକ୍ଟା ଜାଲ ପାଖରୁ ଆରମ୍ଭ କରି ବେଡ ଜାଲ ପର୍ଯ୍ୟନ୍ତ ବିଭିନ୍ନ ଜାଲ ବସାଇ ମାଛ ଯାଆଁଳ ପାଖରୁ ଆରମ୍ଭ କରି ବଡ଼ ମାଛ ଧରି ମାଛ ବଂଶକୁ ନିପାତ କରୁଛନ୍ତି ମାଛ ମାଫିଆ । ମସ୍ତ୍ୟଜୀବୀଙ୍କ ଅବାଧ ପ୍ରବେଶ ଯୋଗୁଁ କୁମ୍ଭୀର ମାନେ ନିଷେଦ୍ଧାଞ୍ଚଳରେ ଖାଦ୍ୟ ନପାଇ ଭିତରକନିକା ଛାଡି ଗାଁ ଗହଳିର ନଦୀ ନାଳ ଓ ପୋଖରି ଭିତରେ ପସି ଲୋକଙ୍କ ଧନ ଜୀବନ ନଷ୍ଟ କରୁଛନ୍ତି ।

    ମାଛ ମାଫିଆ ଖାଲି ମାଛ ମାରୁ ନାହାନ୍ତି ତାହା ସହିତ ଜଙ୍ଗଲରୁ ଗରାଣୀ କାଠ କାଟି ସେହି କାଠକୁ ବେଡ ଜାଲ ବସାଇବା ପାଇଁ କିଳା ପ୍ରସ୍ତୁତ କରୁଛନ୍ତି । ଅନ୍ୟପଟେ ମାଛ ମାଫିଆ ମାନେ ଭିତରକନିକା ନିଷେଧାଞ୍ଚଳରେ ବନ ବିଭାଗକୁ ହାତଗୁଂଜା ଦେଇ ଶତାଧିକ ବୋଟ ରଖିଛନ୍ତି ଆଉ ବୋଟ ପାଖକୁ ଯିବା ଆସିବା କରିବା ପାଇଁ ଜଙ୍ଗଲକୁ ସୁରକ୍ଷା ଦେଉଥିବା ତାର ଜାଲିକୁ କାଟି ରାସ୍ତା କରୁଛନ୍ତି । ଏଭଳି ଅନୈତିକ କାର୍ଯ୍ୟ ଦୀର୍ଘ ବର୍ଷ ହେବ ରାଜନଗର ବନଖଣ୍ଡ ଅଧିନସ୍ତ କନିକା ରେଞ୍ଜର ଗର୍ତ୍ତ ମୌଜା, କେରୁଆପାଳ, ବନିପାଳ, ପ୍ରଭାତୀ, ଅହିରାଜପୁର ଓ ଶୈଳେନ୍ଦ୍ରସରାଇ ଅଞ୍ଚଳରେ ହୋଇଆସିଥିଲେ ସୁଦ୍ଧା ମାଛ ମାଫିଆଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ବନ ବିଭାଗ । କାରଣ ଏସବୁ ଅନୈତିକ କାର୍ଯ୍ୟକୁ ନିଜେ ବନ ବିଭାଗ ଅନୁମତି ଦେଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

    ପରିବେଶ ବିତ କହିଛନ୍ତି ଯେଉଁଠି ମାଛ ମାଫିଆ ବୋଟ ରଖି ମାଛ ମାରୁଛନ୍ତି ତାହା ସମ୍ପୂର୍ଣ୍ଣ ନିଷେଧାଞ୍ଚଳ, ତାହା ପୁଣି ବନ ବିଭାଗର ବିଟ ଘର ସାମ୍ନାରେ । ଯଦି ଏ ସବୁ ଅନୈତିକ କାର୍ଯ୍ୟ ବିଟ ଘର ସାମ୍ନାରେ ହେଉଛି ତାହା ଉପରେ ବନ ବିଭାଗ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହୁଁ, ତାହା ଏବେ ବଡ ପ୍ରଶ୍ନ ପାଲଟିଛି । ଯେତେବେଳ ଜଙ୍ଗଲ ଓ ତାହାର ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ରାଜ୍ୟର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଅଧିକ ତତ୍ପରତା ଦେଖାଉଛନ୍ତି, ଠିକ୍ ସେତିକି ବେଳେ ଟଙ୍କା ଲୋଭରେ ରାଜନଗର ବନଖଣ୍ଡ ଅଧିନସ୍ଥ କନିକା ଓ ରାଜନଗର ରେଞ୍ଜରେ ମାଛ ମାଫିଆଙ୍କ ସହିତ ବନ ବିଭାଗ ହାତ ମିଳାଇ ଜଙ୍ଗଲ ଓ ତାହାର ଜୀବଜନ୍ତୁଙ୍କୁ ଧ୍ଵଂସ କରୁଛି । ତେଣୁ ଏଥିପ୍ରତି ଉପରସ୍ଥ ଅଧିକାରୀ ତୁରନ୍ତ ଧ୍ୟାନ ନଦେଲେ ସେଠାରେ ଏପରି ଅନୈତିକ କାର୍ଯ୍ୟ ଆହୁରି ବୃଦ୍ଧି ପାଇବ ବୋଲି ମତପ୍ରକାଶ ପାଇଛି ।