Tag: #FinancialFraud

  • ହାଇଦ୍ରାବାଦରେ ବିରିୟାନି ବ୍ୟବସାୟରେ ୭୦ ହଜାର କୋଟିର ଟିକସ୍ ଠକେଇ ଅଭିଯୋଗ, ୩୦ ସ୍ଥାନରେ ଆୟକର ଚଢାଉ

    ହାଇଦ୍ରାବାଦରେ ବିରିୟାନି ବ୍ୟବସାୟରେ ୭୦ ହଜାର କୋଟିର ଟିକସ୍ ଠକେଇ ଅଭିଯୋଗ, ୩୦ ସ୍ଥାନରେ ଆୟକର ଚଢାଉ

    ହାଇଦ୍ରାବାଦରେ ବିରିୟାନି ବ୍ୟବସାୟକୁ ନେଇ ବଡ଼ ଧରଣର ଟିକସ୍ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ପ୍ରାୟ ୭୦ ହଜାର କୋଟି ଟଙ୍କାର ଟିକସ୍ ଫାଙ୍କି ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ Income Tax Department ପକ୍ଷରୁ ସହରର ପ୍ରାୟ ୩୦ଟି ସ୍ଥାନରେ ଚଢାଉ କରାଯାଇଛି।

    ତଦନ୍ତରେ ପ୍ରାଥମିକ ଭାବେ ଜଣାପଡ଼ିଛି ଯେ କିଛି ପ୍ରମୁଖ ରେଷ୍ଟୁରାଣ୍ଟ ଓ ବିରିୟାନି ଆଉଟ୍ଲେଟ୍‌ମାନେ ବିଲିଂ ସିଷ୍ଟମ୍‌ରେ ହେରଫେର କରି ଆସଲ ଆୟ ଲୁଚାଇଥିଲେ। ଗ୍ରାହକଙ୍କୁ ଦିଆଯାଉଥିବା ବିଲ୍ ଓ ଆକାଉଣ୍ଟ ବହିରେ ଦର୍ଶାଯାଉଥିବା ଆୟ ମଧ୍ୟରେ ମେଳ ନଥିବା ସନ୍ଦେହରୁ ଏହି ତଦନ୍ତ ଆରମ୍ଭ ହୋଇଥିଲା। କିଛି ସ୍ଥାନରେ ଡିଜିଟାଲ ବିଲିଂ ସଫ୍ଟୱେର୍‌କୁ ବଦଳାଇ ଆୟ କମ୍ ଦର୍ଶାଇବା ପ୍ରଣାଳୀ ବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟ ଆସିଛି।

    ବିଭାଗୀୟ ସୂତ୍ର ଅନୁସାରେ, ଦୀର୍ଘଦିନ ଧରି ଏହି ଅନିୟମିତତା ଚାଲିଆସୁଥିବା ସନ୍ଦେହ ରହିଛି। ଗତବର୍ଷ ନଭେମ୍ବର ମାସରେ ମଧ୍ୟ ଏହିପରି ଅଭିଯୋଗ ଆଧାରରେ ଚଢାଉ କରାଯାଇଥିଲା। ସେତେବେଳେ କିଛି ଦଲିଲପତ୍ର ଓ ଡିଜିଟାଲ ତଥ୍ୟ ଜବତ ହୋଇଥିଲା, ଯାହାର ଆଧାରରେ ଏଥର ବ୍ୟାପକ ତଦନ୍ତ ଆରମ୍ଭ ହୋଇଛି। ଚଢାଉ ସମୟରେ କମ୍ପ୍ୟୁଟର୍ ହାର୍ଡଡିସ୍କ, ସର୍ଭର୍ ଡାଟା, ଆର୍ଥିକ ଲେନଦେନ ସମ୍ବନ୍ଧୀୟ ରେକର୍ଡ ଓ ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରାଯାଇଛି। ବିଭାଗ ପକ୍ଷରୁ ହିସାବ କିତାବ ଖତିଆନ କରାଯାଉଛି ଏବଂ ଟିକସ୍ ଚୁକାନା ନକରିଥିବା ରାଶିର ସଠିକ୍ ପରିମାଣ ନିର୍ଣ୍ଣୟ କରାଯିବ ବୋଲି ସୂଚନା ମିଳିଛି।

    ଏହି ଘଟଣା ପରେ ସହରର ଖାଦ୍ୟ ବ୍ୟବସାୟ ମହଳରେ ଚର୍ଚ୍ଚା ବୃଦ୍ଧି ପାଇଛି। ବିରିୟାନି ବ୍ୟବସାୟ ହାଇଦ୍ରାବାଦର ଅର୍ଥନୀତିର ଏକ ମୁଖ୍ୟ ଅଂଶ ହେବା ସତ୍ତ୍ୱେ, ଏପରି ବଡ଼ ମାପର ଟିକସ୍ ଠକେଇ ଅଭିଯୋଗ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ନିୟମ ପାଳନ ନେଇ ପ୍ରଶ୍ନ ଉଠାଇଛି। ତଦନ୍ତ ଚାଲିଥିବାରୁ ଆଗାମୀ ଦିନରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ।

  • ଅଦୃଶ୍ୟ ଅପରାଧର ବିସ୍ଫୋରଣ: ଡିଜିଟାଲ ଆରେଷ୍ଟକୁ ‘ଡକାୟତି’ ଘୋଷଣା କଲେ ସୁପ୍ରିମକୋର୍ଟ

    ଅଦୃଶ୍ୟ ଅପରାଧର ବିସ୍ଫୋରଣ: ଡିଜିଟାଲ ଆରେଷ୍ଟକୁ ‘ଡକାୟତି’ ଘୋଷଣା କଲେ ସୁପ୍ରିମକୋର୍ଟ

    ଦେଶର ଡିଜିଟାଲ ଜଗତରେ ଶାନ୍ତି ଭଙ୍ଗ କରିଦେଇଛି ଏକ ଅଦୃଶ୍ୟ ଅପରାଧ ଡିଜିଟାଲ ଆରେଷ୍ଟ। ମୋବାଇଲ୍ ଏବଂ ଇଣ୍ଟରନେଟର ଯୁଗରେ ଲୋକଙ୍କୁ ଭୟ ଦେଖାଇ, ନିଜକୁ ଅଫିସର କହି, ଲକ୍ଷ ଲକ୍ଷ ଟଙ୍କା ଉଠାଏ ଏକ ସୁଠାମ ମାଫିଆ ଶୃଙ୍ଖଳା। ଦେଶରେ ୫୪ ହଜାର କୋଟି ଟଙ୍କାର ଠକେଇକୁ ଡକାୟତି ଭାବେ ବର୍ଣ୍ଣନା କରିଛନ୍ତି ସୁପ୍ରିମକୋର୍ଟ। ଏଭଳି ଅପରାଧକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ, ଅନ୍ୟ ବ୍ୟାଙ୍କ, ଟେଲିକମ ବିଭାଗ ଓ ଅନ୍ୟ ଅଂଶୀଦାରମାନଙ୍କ ପରାମର୍ଶରେ ଏକ ଏସଓପି ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅପରାଧ ଏତେ ବଡ଼ ଯେ, ଏପର୍ଯ୍ୟନ୍ତ ୫୪ ହଜାର କୋଟି ଟଙ୍କା ଲୋକମାନେ ହରାଇଛନ୍ତି, କେତେକ ଛୋଟ ରାଜ୍ୟର ବଜେଟ୍‌ରୁ ମଧ୍ୟ ଅଧିକ!

     ଏହି ଅବସ୍ଥାକୁ ଦେଖି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହି ଉଠିଲା, “ଏହା ଠକେଇ ନୁହେଁ… ଏହା ହେଉଛି ଡକାୟତି।” ଏତେ ବଡ଼ ଠକେଇ ବ୍ୟାଙ୍କ ଅଧିକାରୀଙ୍କ ସହଯୋଗ କିମ୍ବା ଅବହେଳାର ପରିଣାମ ହୋଇପାରେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ RBIର ବର୍ତ୍ତମାନ ଥିବା SoP ଏବଂ ଟେଲିକମ ବିଭାଗର ସମାନ ନିର୍ଦ୍ଦେଶାବଳୀ କିମ୍ବା ନିଷ୍ପତ୍ତିଗୁଡ଼ିକୁ ଯାଞ୍ଚ କରିବାକୁ କୋର୍ଟ କହିଛନ୍ତି।