Tag: #fight

  • ବିକାଶ କାର୍ଯ୍ୟରେ ପାତରଅନ୍ତର ଅଭିଯୋଗ: ନୂଆ- ଓ କାର୍ଯ୍ୟକ୍ରମରେ ହାତାହାତି

    ବିକାଶ କାର୍ଯ୍ୟରେ ପାତରଅନ୍ତର ଅଭିଯୋଗ: ନୂଆ- ଓ କାର୍ଯ୍ୟକ୍ରମରେ ହାତାହାତି

    ନବୀନ ଓଡିଶା କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ। ଗ୍ରାମ ପଞ୍ଚାୟତର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ଆସୁଥିଲେ ମଧ୍ୟ ପଞ୍ଚାୟତ ଅଧିକାରୀ ପାତରଅନ୍ତର ନୀତି ଆପଣାଉଥିବା ଅଭିଯୋଗ କରି ନବୀନ ଓଡିଶା କାର୍ଯ୍ୟକ୍ରମ କାଳରେ ଦେଖାଦେଇଥିଲା ଉତ୍ତେଜନା। ବିରୋଧକାରୀ ଗ୍ରାମବାସୀ କାର୍ଯ୍ୟକ୍ରମ ନ କରାଇ ଦେବାକୁ ଅଡିବସିବାରୁ ହାତାହାତି ପରିସ୍ଥିତି ସୃ୍ଷ୍ଟି ହୋଇଥିଲା। (ଭିଜୁଆଲ) ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କଳାପଥର ଗ୍ରାମପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ଯ ପାଇଁ ଆସିଥିଲା ପଚାଶ ଲକ୍ଷ ଟଙ୍କା। କିନ୍ତୁ ଏହି ଉନ୍ନୟନ କାର୍ଯ୍ୟରୁ ବାଦ ପଡିଥିଲା ପଞ୍ଚାୟତର ସତର ନମ୍ବର ୱାର୍ଡ ।

    ତେବେ ଶନିବାର ଦିନ ଯେତେବେଳେ କଳାପଥର ପଞ୍ଚୟତରେ ପଞ୍ଚାୟତବାସୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶାମୁଖୀ କାର୍ଯ୍ୟ ସମ୍ପର୍କରେ ସଚେତନ କରିବାକୁ ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜନକରାଯାଇଥିଲା, ସେତେବେଳେ ତାତିଥିଲେ ୧୭ ନମ୍ବର ୱାର୍ଡର ବାସିନ୍ଦା। ୱାର୍ଡରେ ବିକାଶ ହୋଉନଥିବା ବେଳେ କେଉଁ ମୁହଁରେ ବିକାଶର ଡିଣ୍ଡିମ ପିଟୁଛି ସରକାର ବୋଲି ଅଭିଯୋଗ ଆଣିଥିଲେ ଗ୍ରାମବାସୀ। ତେଣୁ ସେହି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଗ୍ରାମବାସୀଙ୍କ ସହ ଆପ ଦଳର କିଛି କର୍ମକର୍ତ୍ତା ହୋ ହଲ୍ଲା କରିଥିଲେ। ଅନେକ ସମୟ ପାଇଁ କାର୍ଯ୍ୟକ୍ରମରେ ଉତ୍ତେଜନା ଦେଖାଦେଇଥିବା ବେଳେ ଯେନତେନ ପ୍ରକାରେ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

  • ଜଙ୍ଘ ବଡ଼ ଦେଓ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ରାଜନେତାଙ୍କ ଧସ୍ତାଧସ୍ତି

    ଜଙ୍ଘ ବଡ଼ ଦେଓ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ରାଜନେତାଙ୍କ ଧସ୍ତାଧସ୍ତି

    ଆଠମଲ୍ଲିକ ବ୍ଲକ ଆମ୍ବସର୍ମୁଣ୍ଡା ଠାରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ଅଖିଳ ଭାରତୀୟ ଗୋଣ୍ଡ଼ ୱନା ସମାଜର ଜଙ୍ଘ ବଡ଼ ଦେଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ ହୋଇଛି। ରୀତି ନୀତି ଅନୁଯାୟୀ ପୂଜା ପାଠ ହୋମ ଯଜ୍ଞ ସହିତ ବିଗ୍ରହ ସ୍ଥାପନ କରାଯାଇଛି। ଏଥିରେ କର୍ତ୍ତା ଭାବେ ପେନ୍ଥାନାର ସଭାପତି ତଥା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାୟ ଓ ତାଙ୍କ ସହଧର୍ମିଣୀ ଲିନା ସାୟ ଦାୟିତ୍ଵ ନିର୍ବାହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋଣ୍ତ ୱାଣା ସମାଜର ରାଜ୍ୟ ମହା ସଚିବ ପ୍ୟାରୀ ମୋହନ ନାୟକ, ସଭାପତି ସଦାଶିବ ନାୟକ, ମହିଳା ସଭାପତି ଦମୟନ୍ତୀ ମହାପାତ୍ର, ସମ୍ପାଦିକା ଶୈଳବାଳା ନାୟକ ପ୍ରମୁଖ ମଞ୍ଚାଶିନ ରହି ଗୋଣ୍ଡ ଜାତିର ସାମାଜିକ ସ୍ଥିତି ଓ ଚଳନି ଉପରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।

    ସବୁଠାରୁ ରୋଚକ ଖବର ହେଲା ବିନା ନିମନ୍ତ୍ରଣରେ ନିଜର ରାଜନୈତିକ ପତିଆରା ଦେଖାଇବା ପାଇଁ ଗତ ଥର ବିଜେଡ଼ି ପକ୍ଷରୁ ସମ୍ବଲ୍ପୁର ଲୋକସଭା କ୍ଷେତ୍ରରୁ ପରାଜିତ ସାଂସଦ ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ ଏକ ବିରାଟ ବାଇକ୍ ରାଲିରେ ଠାକୁରଗଡ଼ ଖେଳପଡ଼ିଆରୁ ନିମନ୍ତ୍ରିତ ହୋଇଥିବା ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂହ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଙ୍କୁ ସାଙ୍ଗରେ ଧରି ସାଉଣ୍ଡ ଗାଡ଼ି ଧରି ନବୀନ ପଟ୍ଟନାୟକ ଜିନ୍ଦାବାଦ, ଆଠମଲ୍ଲିକ ର ବିକାଶ ପୁରୁଷ ନଳିନୀ ପ୍ରଧାନ, ହେ ନଳିନୀ ବାବୁ ଆମେ ତୁମ ଫ୍ୟାନ୍ ବଜାଇ ମନ୍ଦିର ସମ୍ମୁଖରେ ପହଁଚିଥିଲେ। ସ୍ଵାଗତ ଜଣାଇବା ପାଇଁ ଅଗୋଣ୍ଡୱାନଆ ସମାଜର ସେବା ଦଳ ଛିଡ଼ା ହୋଇ ଥିବା ବେଳେ ନଳିନୀଙ୍କ ସମର୍ଥକମାନେ ନିଜସ୍ୱ ଶୈଳୀରେ ଅଭିନନ୍ଦନ ଜଣାଇବା ପାଇଁ ଫୁଲ ତୋଡା ଦେଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଯାହାକୁ ନେଇ ସେବା ଦଳ ଓ ନଳିନୀ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ମନ୍ତ୍ରୀ ଦ୍ବୟ ମନ୍ଦିର ଭିତରେ ପହଞ୍ଚି ଆଶିଷ ଭିକ୍ଷା କରୁଥିଲେ। ନଳିନୀ ବାବୁ ମନ୍ତ୍ରୀ ଦ୍ୱାୟଙ୍କୁ ମନ୍ଦିରରୁ ଟାଣି ଆଣି ଗାଡ଼ିରେ ବସାଇ ନିଜ ସମର୍ଥକ ଙ୍କ ସହିତ ଚାଲି ଯାଇଥିଲେ।

    ଧସ୍ତା ଧସ୍ତି ବେଳେ ସେବା କର୍ତ୍ତୃପକ୍ଷ ନଳିନୀ ପ୍ରଧାନ ଗୋ ବ୍ୟାକ୍ ନାରାବାଜି ଦେଇଥିଲେ। ଏହି ଖବର ଶୁଣିବା ପରେ ମହାସଚିବ ପ୍ୟାରୀ ମୋହନ ନାୟକ ଏକ ପ୍ରେସ ମିଟ ଡାକି କହି ଥିଲେ ଯେ, ଏହା ଏକ ସାମାଜିକ ଅନୁଷ୍ଠାନ । ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଥିଲା। ଏହାକୁ ରାଜନୈତିକ ରଙ୍ଗ ଦେବା ପାଇଁ ନଳିନୀ ପ୍ରଧାନଙ୍କ ଏକ ହୀନ ପ୍ରୟାସ କରିଛନ୍ତି। ଆଗାମୀ ଦିନରେ ଏହାର ଜବାବ୍ ଆମେ ଗୋଣ୍ଡୱାନଆ ସମାଜ ନିଶ୍ଚିତ ଭାବରେ ଦେବୁ। ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି।

  • ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ…

    ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ…

    ଦୀର୍ଘ ୨୭ ବର୍ଷର ନ୍ୟାୟିକ ଲଢେଇ ପରେ ବିଜୟ ହାସଲ କରିଛନ୍ତି ଶିକ୍ଷୟିତ୍ରୀ। ବିନା କାରଣରେ ଚାକିରିରୁ ତାଙ୍କୁ ବହିଷ୍କାର କରିବାକୁ ବିରୋଧ କରି ସେ ହୋଇଥିଲେ ହାଇକୋର୍ଟଙ୍କ ଦ୍ବାରସ୍ଥ। ଦୀର୍ଘ ଲଢେଇ ପରେ ସେ ବିଜୟୀ ହେବା ସହ ନିଜ ଚାକିରି ଫେରି ପାଇଛନ୍ତି, ଯାହାକୁ ନେଇ ସେ ବେଶ ଖୁସି। ସୂଚନା ମୁତାବକ, ଜି ଉଦୟଗିରି ବ୍ଲକ ଗ୍ରେଶିଙ୍ଗିଆ ପଞ୍ଚାୟତରେ ଥିବା ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପି.ଇ.ଟି ଶିକ୍ଷୟିତ୍ରୀ ଭାବେ ୧୯୮୯ର ନର୍ମଦା କୁମାରୀ ପାତ୍ର ନିଯୁକ୍ତି ପାଇଥିଲେ। ନିଯୁକ୍ତିର କିଛି ବର୍ଷ ପରେ ହଠାତ୍ ତାଙ୍କୁ ଉକ୍ତ ଅନୁଷ୍ଠାନରୁ ବାହାର କରି ଦିଆଯାଇଥିଲା। ତେବେ ଏଥିରେ ସେ ଭାଙ୍ଗି ପଡି ନ ଥିଲେ। ବରଂ ନିଜ ନ୍ୟାଯ୍ୟ ଦାବି ପାଇଁ ଆଇନର ଆଶ୍ରୟ ନେଇଥିଲେ। ଦୀର୍ଘ ବର୍ଷ ଧରି ନ୍ୟାୟିକ ଲଢେଇ ଜାରି ରଖିବା ପରେ ଗତ ମାସରେ ତାଙ୍କୁ ନ୍ୟାୟାଳୟରୁ ମିଳିଥିଲା ବିଜୟ। ନ୍ୟାୟାଳୟ ତାଙ୍କ ଚାକିରି ଫେରାଇ ଦେବାକୁ ଅନୁଷ୍ଠାନକୁ ଦେଇଥିଲେ ନିର୍ଦ୍ଦେଶ। ଶେଷରେ ସେ ସେ ପୁଣି ପୁରୁଣା ଚାକିରି କ୍ଷେତ୍ର ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଜଏନ କରିଛନ୍ତି। ଏଥିନେଇ ସେ ଧନ୍ୟବାଦ ଜଣାଇଛନ୍ତି କୋର୍ଟଙ୍କୁ।

    ପୁରୁଣା ପରିଚୟ ପୁନର୍ବାର ଫେରି ପାଇଥିବାରୁ ସେ ବେଶ ଖୁସି। ତାଙ୍କ ଅବସରକୁ ଆଉ ମାତ୍ର ଦୁଇ ମାସ ଥିବା ବେଳେ ଏହି ସମୟ ସେ ଛାତ୍ରୀଙ୍କ କ୍ରୀଡା କ୍ଷେତ୍ରରେ ବିକାଶ ଦିଗରେ ଦେବେ ବୋଲି ଆଶା ପୋଷଣ କରୁଛନ୍ତି।