Tag: #FamilyAppeal

  • ମରିସସ୍‌ ସମୁଦ୍ରରେ ନିଖୋଜ ଓଡ଼ିଆ ଯୁବକ , ୫ ଦିନ ହେଲେ ମଧ୍ୟ ଉଦ୍ଧାରରେ ଅସ୍ପଷ୍ଟତା

    ମରିସସ୍‌ ସମୁଦ୍ରରେ ନିଖୋଜ ଓଡ଼ିଆ ଯୁବକ , ୫ ଦିନ ହେଲେ ମଧ୍ୟ ଉଦ୍ଧାରରେ ଅସ୍ପଷ୍ଟତା

    ଓଡ଼ିଶାର ଯୁବ ନାବିକ ସାର୍ଥକ ମହାପାତ୍ର ମଝି ସମୁଦ୍ରରୁ ନିଖୋଜ ହେବାକୁ ୫ ଦିନ ହୋଇଗଲାଣି | ଏପର୍ଯ୍ୟନ୍ତ ତାଙ୍କର କୋଣସି ପତ୍ତା ମିଳିନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଦୁଃଖର ମାହୋଲ ଖେଳିଯାଇଛି | ମରିସସ୍‌ ସମୁଦ୍ରସୀମାରେ ଘଟିଥିବା ଏହି ଘଟଣା ନେଇ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା,ଯାହା ପରେ ରାଜ୍ୟ ସରକାର ତତ୍କାଳ ଚିଠି ଲେଖି କେନ୍ଦ୍ରର ଜଣାଇଛି। ନିଖୋଜ ସାର୍ଥକଙ୍କ ଉଦ୍ଧାର ପାଇଁ ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ,ଜଳପଥ ସଚିବ,ଶିପିଂ ଡିରେକ୍ଟର ଜେନେରାଲଙ୍କୁ ଚିଠି ପଠାଇ ସଂଗଠିତ ଉଦ୍ଧାର ଅଭିଯାନ ଚାଲାଇବାକୁ ଅନୁରୋଧ କରିଛନ୍ତି|ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ବିଦେଶ ବ୍ୟାପାର ମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

    ସାର୍ଥକ ଭେସେଲରେ କ୍ରିୟୁ ମେମ୍ବର ଭାବେ କାମ କରୁଥିଲେ | ଏହି ଭେସେଲ Anglo-Eastern Ship Management ଦ୍ୱାରା ପ୍ରଚାଳିତ ହେଉଛି ଏବଂ ସିଙ୍ଗାପୁରରୁ ଫେରୁଥିବା ବେଳେ ସାର୍ଥକ ନିଖୋଜ ହୋଇଥିବା ଖବର ମିଳିଛି | ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ କୌଣସି ନୂତନ ତଥ୍ୟ ନ ମିଳିବାରୁ ପରିବାର ଲୋକଙ୍କ ମନରେ ଦୁଶ୍ଚିନ୍ତା ଖେଳିଯାଇଛି |

  • ଓଡ଼ିଆ ଯୁବ ନାବିକ ନିଖୋଜ, ପରିବାରରେ ଚିନ୍ତା: ସରକାରଙ୍କୁ ନିବେଦନ

    ଓଡ଼ିଆ ଯୁବ ନାବିକ ନିଖୋଜ, ପରିବାରରେ ଚିନ୍ତା: ସରକାରଙ୍କୁ ନିବେଦନ

    ଭଦ୍ରକ ଜିଲ୍ଲା କେଶପୁର ଅଞ୍ଚଳର ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଯାଇଥିବା ନେଇ ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଛି | ସାର୍ଥକ ମୁମ୍ବାଇରେ ଏକ ଜାହାଜ କମ୍ପାନୀରେ କାମ କରୁଥିଲେ |

    ପରିବାରରୁ ମିଳିଥିବା ଖବର ଅନୁଯାୟୀ, ସାର୍ଥକ ପ୍ରଥମେ ଚୀନରୁ ମରିସସ୍ ଯାଇଥିଲେ | ତାହା ପରେ ମରିସସ୍ ରୁ ଚୀନ ଫେରୁଥିବା ବେଳେ ଗତ ୨ ତାରିଖରୁ ତାଙ୍କର କୋଣସି ଖବର ମିଳି ନାହିଁ | ଶେଷଥର ୨ ତାରିଖରେ ସାର୍ଥକ ତାଙ୍କ ମାଆଙ୍କ ସହ ଫୋନରେ କଥା ହୋଇଥିଲେ | ସେହି ଦିନ ପରଠାରୁ ତାଙ୍କ ମୋବାଇଲ ନମ୍ବର ସୁଇଚ୍ ଅଫ୍ ଆସୁଛି | ୩ ତାରିଖ ପରେ ଜାହାଜ କମ୍ପାନୀ ପକ୍ଷରୁ ସାର୍ଥକ ନିଖୋଜ ଥିବା ଖବର ପରିବାରକୁ ଦିଆଯାଇଥିଲା |

    ପୁଅର ଏଭଳି ହଟାତ୍ ନିଖୋଜ ଘଟଣାରେ ସାର୍ଥକଙ୍କ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି | ଲୁହଭରା ଆଖିରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଜ ପୁଅକୁ ଶୀଘ୍ର ଖୋଜି ଆଣିବା ପାଇଁ ଅନୁରୋଧ କରିଛନ୍ତି | ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚିନ୍ତା ଓ ଉତ୍କଣ୍ଠା ଦେଖାଦେଇଛି | ପରିବାର ପକ୍ଷରୁ ସମ୍ପୃକ୍ତ ଜାହାଜ କମ୍ପାନୀ ସହ ଯୋଗାଯୋଗ କରାଯାଉଥିବା ବେଳେ, ଭାରତୀୟ ଦୂତାବାସ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଯୁବ ନାବିକଙ୍କ ସନ୍ଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଉଛି |