Tag: #dushera

  • ଖମାରି ଗ୍ରାମରେ ଦଶହରା ପର୍ବ ପାଳିତ

    ଖମାରି ଗ୍ରାମରେ ଦଶହରା ପର୍ବ ପାଳିତ

    କଳାହାଣ୍ଡି : କେସିଙ୍ଗା ବ୍ଲକ ଗାଈଗାଁ ପଞ୍ଚାୟତ ର ଖମାରି ଗ୍ରାମର ଗୌନ୍ତିଆ ଙ୍କ ନେତୃତ୍ୱ ରେ ଖମାରୀ ଓ ନର୍ଲା ବ୍ଲକ ଅଧିନସ୍ତ ଧୂବେନ ଗ୍ରାମର ଦୁଇ ମୁଖିଆ ଙ୍କ ମିଳିତ ଆନୁକୂଲ୍ୟରେ ମା’ ବନ୍ଧଖଣି ଏବଂ ମା’ ଉଷାବାହାଲେନ ଙ୍କ ଦଶହରା ପର୍ବ ବେଶ ଧୂମଧାମ ରେ ପାଳିତ ହୋଇଯାଇଛି | ସୂଚନାଅନୁସାରେ, ଏହି ଦୁଇ ଗ୍ରାମରେ ପୂର୍ବପୁରୁଷ ରୁ ଶତାଧିକ ବର୍ଷ ରୁ ରୀତିନୀତି ଅନୁସାରେ ଦଶହରା ପର୍ବ ପାଳନ କରାଯାଉଛି | ମା’ ବନ୍ଧଖଣି ଓ ମା’ ଉଷାବାହାଲେନ ଙ୍କ ଆଶ୍ରିବାଦ ରୁ ଶ୍ରଦ୍ଧାଳୁ ଙ୍କ ମାନସିକ ପୂରଣ ହୋଇଥାଏ ଏବଂ ଏହି ପର୍ବକୁ ଦେଖିବା ପାଇଁ ସ୍ଥାନୀୟ ଜନସାଧାରଣ ବେଶ ଉତ୍ସାହ ଥିବା ଦେଖିବାକୁ ମିଳୁଛି | ନିଜର ମାନସିକତା ପୂରଣ କରିବା ସହ ଦେବୀ ଆଶ୍ରିବାଦ ଲାଭ କରିବା ପାଇଁ ଦୂରଦୁରାନ୍ତରରୁ ଭକ୍ତମାନଙ୍କର ସମାଗମ ହୋଇଥିଲା |

  • ପବିତ୍ର ଦଶହରାରେ ବଡଠାକୁର ସୁନାବେଶ ବେଶରେ ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ

    ପବିତ୍ର ଦଶହରାରେ ବଡଠାକୁର ସୁନାବେଶ ବେଶରେ ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ

    ଶ୍ରୀମନ୍ଦିରରେ ପବିତ୍ର ଦଶହରା ବା ବିଜୟାଦଶମୀ ନିତୀ ଅନୁଷ୍ଠିତ ହୋଇଯାଇଛି । ସୁନାବେଶ ତଥା ରାଜରାଜେଶ୍ଵର ବେଶରେ ମହାପ୍ରଭୁ ସଜ୍ଜିତ ହୋଇ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି । ଏପଟେ ମା ବିମଳାଙ୍କ ପ୍ରତିନିଧି ମା କାକୁଡିଖାଇଙ୍କର ଗତକାଲି ବିସର୍ଜନ ଥିବା ବେଳେ ଆଜି ଅନ୍ୟାନ୍ୟ ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀ ସଭା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।

    ଶ୍ରୀମନ୍ଦିରରେ ଦଶହରା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି । ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯାଇଛି । ଏହି ବେଶରେ ପାଞ୍ଚ ଖଣ୍ତ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବାର ବିଧି ରହିଛି । ସକାଳ ଧୂପ ସରିବା ପରେ ଆୟୁଧ ମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥିଲା । ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନି ଥର ବଡ଼ ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିଥିଲେ । ତେବେ ମହାପ୍ରଭୁଙ୍କ ସେହି ଦୁର୍ଲଭ ସୁନାବେଶ ଦର୍ଶନ କରି ଭକ୍ତ ମାନେ ନିଜକୁ ଧନ୍ୟ ମନେ କରିଥାଆନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।