Tag: Dress Designer

  • ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ମାଆଙ୍କ ପରଲୋକ

    ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ମାଆଙ୍କ ପରଲୋକ

    ପ୍ରଖ୍ୟାତ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ମାଆ ଗାରିମା ମଲହୋତ୍ରାଙ୍କ ଗୁରୁବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଶୁକ୍ରବାର ସକାଳେ ମୁମ୍ବାଇର ସାନ୍ତାକ୍ରୁଜ୍ ପଶ୍ଚିମରେ ଥିବା ଏକ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କରଣ ଜୋହର, ବିଜୟ ବର୍ମା ଏବଂ ରୋନିତ ରୟଙ୍କ ସମେତ ଅନେକ ବଲିଉଡ୍ ସେଲିବ୍ରିଟି ମନୀଷଙ୍କ ମାଆଙ୍କୁ ଶେଷ ବିଦାୟ ଦେବାକୁ ତାଙ୍କ ବାସ ସ୍ଥାନରେ ପହଞ୍ଚିଥିଲେ।

    ଏହା ପୂର୍ବରୁ, ମନୀଷ ମଲହୋତ୍ରାଙ୍କ ମାଆଙ୍କ ଦେହାନ୍ତ ଖବର ପାଇବା ପରେ, କରଣ ଜୋହର, କରିସ୍ମା କପୁର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ, ରବୀଣା ଟଣ୍ଡନ, ବରୁଣ ଧାୱନ ଏବଂ କିୟାରା ଆଡଭାନୀଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟି ଗୁରୁବାର ମନୀଷ ମଲହୋତ୍ରାଙ୍କ ବାସଭବନରେ ପହଞ୍ଚି ଶୋକ ପ୍ରକାଶ କରିଥିଲେ।