Tag: #DigitalIndia

  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କେନ୍ଦ୍ରର କଠୋର ଆକ୍ସନ୍: ୫ ଓଟିଟି ପ୍ଲାଟଫର୍ମ ବନ୍ଦ

    ଅଶ୍ଳୀଳ କଣ୍ଟେଣ୍ଟ ଉପରେ କେନ୍ଦ୍ରର କଠୋର ଆକ୍ସନ୍: ୫ ଓଟିଟି ପ୍ଲାଟଫର୍ମ ବନ୍ଦ

    ମଙ୍ଗଳବାର କେନ୍ଦ୍ର ସରକାର ଅଶ୍ଳୀଳ ଓ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ କରୁଥିବା ୫ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି। Ministry of Information and Broadcasting ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ଅବରୋଧ କରିବାକୁ କୁହାଯାଇଛି।

    ବନ୍ଦ ହୋଇଥିବା ପ୍ଲାଟଫର୍ମମାନଙ୍କ ମଧ୍ୟରେ MoodXVIP, Koyal PlayPro, Digi Movieplex, Feel ଓ Jugnu ରହିଛି। ଏହି ସବୁ ଓଟିଟି ମାଧ୍ୟମରେ ଅଶ୍ଳୀଳ ଓ ସାମାଜିକ ଶାଳୀନତା ବିରୋଧୀ କଣ୍ଟେଣ୍ଟ ପ୍ରସାରିତ ହେଉଥିବା ଅଭିଯୋଗ ଥିଲା। ସରକାର Information Technology Act 2000ର ଧାରା 69A ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଧାରା ଅନୁସାରେ ସରକାର ଜାତୀୟ ସୁରକ୍ଷା, ସାର୍ବଜନୀନ ଶାଳୀନତା ଓ ନୈତିକତାକୁ କ୍ଷତି ପହଞ୍ଚାଉଥିବା ଅନଲାଇନ ବିଷୟବସ୍ତୁକୁ ବନ୍ଦ କରିପାରିବେ। ସେଥିସହିତ Information Technology Rules 2021 ଅନୁଯାୟୀ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ଏହି ପ୍ଲାଟଫର୍ମଗୁଡ଼ିକୁ ଅବରୋଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

    କେନ୍ଦ୍ର ସରକାର କହିଛନ୍ତି ଯେ, ଡିଜିଟାଲ୍ ପ୍ଲାଟଫର୍ମରେ ସାମ୍ବାଦିକତା ନୈତିକତା ଓ ସାର୍ବଜନୀନ ଶାଳୀନତାକୁ ବଜାୟ ରଖିବା ଏବଂ ଯୁବପିଢ଼ୀଙ୍କୁ ଅପପ୍ରଭାବରୁ ସୁରକ୍ଷା କରିବା ପାଇଁ ଏପରି ପଦକ୍ଷେପ ଆବଶ୍ୟକ। ଉଲ୍ଲେଖନୀୟ ଯେ, ଗତବର୍ଷ ଜୁଲାଇ ମାସରେ ମଧ୍ୟ ଅଶ୍ଳୀଳ ଓ ଆପତ୍ତିଜନକ କଣ୍ଟେଣ୍ଟ ପ୍ରସାରଣ କରୁଥିବା ଅନେକ ଆପ୍‌ ଓ ୱେବସାଇଟ୍‌କୁ ସରକାର ବନ୍ଦ କରିଥିଲେ। ଏହାରୁ ସ୍ପଷ୍ଟ ଯେ, ଡିଜିଟାଲ୍ ମାଧ୍ୟମରେ ଅନୁଚିତ ବିଷୟବସ୍ତୁ ପ୍ରତି କେନ୍ଦ୍ର ସରକାର କଠୋର ମନୋଭାବ ଅବଲମ୍ବନ କରୁଛନ୍ତି।

  • ୩ ଘଣ୍ଟାରେ ହଟିବା ଡିପଫେକ୍ କଣ୍ଟେଣ୍ଟ୍: କେନ୍ଦ୍ରର ଏଆଇ ପାଇଁ କଡା ନିୟମ

    ୩ ଘଣ୍ଟାରେ ହଟିବା ଡିପଫେକ୍ କଣ୍ଟେଣ୍ଟ୍: କେନ୍ଦ୍ରର ଏଆଇ ପାଇଁ କଡା ନିୟମ

    “ଭାରତ ସରକାର ଏଆଇ ଏବଂ ଡିପଫେକ୍ କଣ୍ଟେଣ୍ଟ୍ ବିରୋଧରେ କଡା ପଦକ୍ଷେପ ନେଲା। ନୂତନ ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ୩ ଘଣ୍ଟା ମଧ୍ୟରେ ଆପତ୍ତିଜନକ କଣ୍ଟେଣ୍ଟ୍ ହଟାଇବାକୁ ପଡ଼ିବ। ଯଦି କୌଣସି ଏଆଇ-ଜେନେରେଟେଡ୍ କଣ୍ଟେଣ୍ଟ୍ ବିବାଦିତ କିମ୍ବା ଜଣେ ବ୍ୟକ୍ତିର ସମ୍ମାନକୁ ହାନି କରେ, ତେବେ ୩ ଘଣ୍ଟାରେ ସମ୍ପୃକ୍ତ ପ୍ଲାଟଫର୍ମକୁ ଏହା ହଟାଇବା ଆବଶ୍ୟକ।”

    ଆସନ୍ତା ୨୦ ତାରିଖରୁ ଏହି ନିୟମ ଲାଗୁହେବ । ଏଅଆଇର ବ୍ୟବହାର ଯୋଗୁ ଫଟୋ, ଭିଡ଼ିଓ, ଅଡ଼ିଓ କଣ୍ଟେଣ୍ଟର ସତ୍ୟତା ଜାଣିବା କଷ୍ଟକର ହୋଇପଡୁଛି । ଏଆଇ, ଡିପଫେକ୍ ଦ୍ବାରା ସୋସିଆଲ ମଡିଆରେ ମହିଳାମାନେ ନିର୍ଯାତନାର ଶୀକାର ହେଉଛନ୍ତି । ଯାହାର ପ୍ରତିକାର ପାଇଁ ଏଭଳି କଟକଣା ଜାରି କରାଯାଇଛି । ଆସନ୍ତୁ ନଜର ପକାଇବା କ’ଣ ରହିଛି ନିୟମ ।

    ଏଆଇ ଉପରେ ସରକାରୀ ଛାଟ 
    କୋର୍ଟଙ୍କ ନିର୍ଦ୍ଦେଶ ପରେ ମାତ୍ର ୩ ଘଣ୍ଟା ମଧ୍ୟରେ ଫେକ୍ କଣ୍ଟେଣ୍ଟ୍ ହଟାଇବା ବାଧ୍ୟତାମୂଳକ
    ଏଆଇ ଦ୍ୱାରା ପ୍ରସ୍ତୁତ ଭିଡିଓ ବା ଫଟୋରେ ସ୍ପଷ୍ଟ ଭାବେ ‘ଏଆଇ-ଜେନେରେଟେଡ୍‌’ ଲେଖିବାକୁ ପଡ଼ିବ
    ଭିଡିଓର ଅତିକମ୍‌ରେ ୧୦% ଅଂଶରେ ଏଆଇ ଲେବେଲ୍ କିମ୍ବା ୱାଟରମାର୍କ ରହିବା ଆବଶ୍ୟକ
    ପ୍ରତ୍ୟେକ ଏଆଇ କଣ୍ଟେଣ୍ଟରେ ମେଟାଡାଟା ଆଇଡେଣ୍ଟିଫାୟାର ରହିବ
    ଯାହାଦ୍ୱାରା ଏହାର ପ୍ରକୃତ ସ୍ରଷ୍ଟାଙ୍କୁ ଖୋଜାଯାଇପାରିବ
    ଫଳରେ କଣ୍ଟେଣ୍ଟର ସତ୍ୟତାକୁ ନେଇ କୌଣସି ଦ୍ବନ୍ଦ୍ବ ରହିବ ନାହିଁ
    ପ୍ରତି ୩ ମାସରେ ଥରେ ୟୁଜର୍ସଙ୍କୁ ଏଆଇ ନିୟମ ସମ୍ପର୍କରେ ସତର୍କ କରାଯିବ
    ଆପେ ଆପେ ଡିପଫେକ୍ କଣ୍ଟେଣ୍ଟକୁ ଚିହ୍ନଟ କରିବା ଭଳି ଟେକ୍ନୋଲୋଜି ବ୍ୟବହାର କରିବେ କମ୍ପାନୀ
    ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ କମ୍ପାନି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ
    ଫେବ୍ରୁଆରି ୨୦ ତାରିଖରୁ ଲାଗୁ ହେବ ନିୟମ
    ଏଆଇ ଟୁଲ ବ୍ୟବହାର କରୁଥିଲେ ଆଗୁଆ ସୂଚନା ଦେବେ କଣ୍ଟେଣ୍ଟ କ୍ରିଏଟର
    ଏଅଆଇର ବ୍ୟବହାର ଯୋଗୁ ଫଟୋ, ଭିଡ଼ିଓ, ଅଡ଼ିଓ କଣ୍ଟେଣ୍ଟର ସତ୍ୟତା ଜାଣିବା କଷ୍ଟକର
    ଏଆଇ, ଡିପଫେକ୍ ଦ୍ବାରା ସୋସିଆଲ ମଡିଆରେ ମହିଳାମାନେ ନିର୍ଯାତନାର ଶୀକାର ହେଉଛନ୍ତି |