Tag: #Cyclone

  • ତାଣ୍ଡବ ରଚିଲା ଦାନା!110 KMPH ବେଗରେ ବହିଲା ପବନ,ପ୍ରବଳ ବର୍ଷା,୧୪ ଲକ୍ଷ ଲୋକଙ୍କୁ କରାଗଲା ସ୍ଥାନାନ୍ତର

    ତାଣ୍ଡବ ରଚିଲା ଦାନା!110 KMPH ବେଗରେ ବହିଲା ପବନ,ପ୍ରବଳ ବର୍ଷା,୧୪ ଲକ୍ଷ ଲୋକଙ୍କୁ କରାଗଲା ସ୍ଥାନାନ୍ତର

    ବାତ୍ୟା ‘ଦାନା’ ଯୋଗୁଁ ଅନେକ ଅଞ୍ଚଳରେ ଗଛ ଏବଂ ବିଦ୍ୟୁତ ପୋଲ ଖସିଥିବାର ଖବର ରହିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ଆଜି ମଧ୍ୟ ବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିବ |

    ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ୨୪ ଏବଂ ୨୫ ଅକ୍ଟୋବର ରାତିରେ ଘୂର୍ଣ୍ଣିବଳୟ ଭିତରକନିକା ଏବଂ ଧାମରା ଉପକୂଳରେ ଅବତରଣ କରିଥିଲା। ଏହି ପ୍ରକ୍ରିୟା ଆଜି ସକାଳ ୭ ଟା ପର୍ଯ୍ୟନ୍ତ ଜାରି ରହିଲା | ପ୍ରଶାସନର ସଜାଗତା ଏବଂ ଆଗୁଆ ପ୍ରସ୍ତୁତି ହେତୁ କୌଣସି କ୍ଷୟକ୍ଷତିର ଖବର ନାହିଁ। ସରକାରଙ୍କ ‘ଶୂନ୍ୟ ଆହତ’ ଲକ୍ଷ୍ୟ ହାସଲ କରାଯାଇଛି। ପ୍ରାୟ ୬ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୬୦୦୦ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ବୋଲି ସେ କହିଛନ୍ତି।

    ପଶ୍ଚିମବଙ୍ଗ, ଓଡିଶା ଏବଂ ଛତିଶଗଡ ଦେଇ ଯାଉଥିବା ୩୦୦ ରୁ ଅଧିକ ଟ୍ରେନକୁ ବାତିଲ କରାଯାଇଛି।

    ଓଡିଶାର ପ୍ରାୟ ୧୨ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି ରହିଛି। ଆସନ୍ତା ଦୁଇ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

    କୋଲକାତା ବିମାନବନ୍ଦର ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ। ୨୮୧ ଘରୋଇ ବିମାନ ଏଠାରୁ ବାତିଲ କରାଯାଇଛି | ଏହା ବ୍ୟତୀତ ୨୯ଟି ଆନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି |

    ବାତ୍ୟା ‘ଦାନା’ ଯୋଗୁଁ ଓଡିଶା, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତିର ସମ୍ଭାବନା ରହିଛି। ଓଡିଶାର ୧୦ ଲକ୍ଷ ଲୋକ ଏବଂ ପଶ୍ଚିମବଙ୍ଗର ୩.୫ ଲକ୍ଷରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।

  • ବାତ୍ଯା ପ୍ରତି ଲୋକଙ୍କ ଭୟ ବଢୁଥିବାବେଳେ,ସେପଟେ ଆଶ୍ରୟସ୍ଥଳୀରେ ତାଲା

    ବାତ୍ଯା ପ୍ରତି ଲୋକଙ୍କ ଭୟ ବଢୁଥିବାବେଳେ,ସେପଟେ ଆଶ୍ରୟସ୍ଥଳୀରେ ତାଲା

    ସମୟ ଗଡିବା ସହ ବଢିବାରେ ଲାଗିଛି ବାତ୍ଯା ପ୍ରତି ଲୋକଙ୍କର ଭୟ । ଆସୁଥିବା ବାତ୍ଯା ପାଇଁ ସବୁପ୍ରକାରର ସତର୍କ ମୂଳକ ପଦକ୍ଷପ ରାଜ୍ୟ ସରକାର ଗ୍ରହଣ କରୁଥିବା ବେଳେ ଜିରୋ କାଜୁଆଲିଟି ମୁଳଲକ୍ଷ୍ଯ ରହିଛି । ମାତ୍ର ବାତ୍ଯାକୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ସାମ୍ନାକୁ ଆସିଛି ଅବ୍ଯବସ୍ଥାର ଚିତ୍ର । ଆପଣ ଦେଖୁଥିବା ଏହି ଦୃଶ୍ଯ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ଗ୍ରାମପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳୀରେ ଦୃଶ୍ଯ ।

    ଏଠାରେ ବାତ୍ଯା ଆଶ୍ରୟସ୍ଥଳୀରେ ପଡିଛି ତାଲା । ଲୋକମାନଙ୍କ ଠାରୁ ଆରମ୍ବ କରି ଗୃହ ପାଳିତ ପଷୁ ପର୍ଯ୍ଯନ୍ତ ସମସ୍ତେ ଗୋଟିଏ ସ୍ଥାନରେ ରହିଛନ୍ତି । ନାଁ ଏମାନଙ୍କ ପାଖରେ କୈଣସି ରନ୍ଧା ଖାଦ୍ଯ ପହଞ୍ଚିଛି ନାଁ ପହଞ୍ଚିଛି କୌଣସି ସୁଖିଲା ଖାଦ୍ଯ । ଉକ୍ତ ସ୍ଥାନରେ କୌଣସି ଅଧିକାରୀ ମାନଙ୍କର ମଧ୍ଯ ଦେଖା ନାହିଁ । ଧାମରା ଏବଂ ଭିତରକନିକାରେ ବାତ୍ଯା ଦାନା ଲ୍ଯାଣ୍ଡଫଲ କରିବାର ଥିବାବେଳେ ବାଲେଶ୍ବର ଜିଲ୍ଲା ରେର୍ଡ ଆଲର୍ଟରେ ରହିଛି ।

    ସବୁଠୁ ବଡ କଥା ହେଲା ବାଲେଶ୍ବର ବାଲିଆପାଳ ବ୍ଲକରେ ବିଭିନ୍ନ ଆଶ୍ରୟସ୍ଥଳୀ ଖୋଲିଥିବା ବେଳେ ପାଖାପାଖି ଏକ ହଜାରରୁ ଅଧିକ ଲୋକ ବିଭିନ୍ନ ଆଶ୍ରୟସ୍ଥଳୀରେ ରହିଛନ୍ତି । ବାଲିଆପାଳ ବ୍ଲକରେ ୯୦ଟି ଆଶ୍ରୟସ୍ଥଳୀରେ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଏସବୁରୁ କେମିତି ବାଦ୍ ପଡିଲା ବାଲିଆପାଳ ବ୍ଲକ ଅସ୍ତି ଗ୍ରାମପଞ୍ଚାୟତର ବାତ୍ଯା ଆଶ୍ରୟସ୍ଥଳୀ ? କାହିଁକି ଏଠାରେ କୌଣସି ବ୍ୟବସ୍ଥା କରାଯାଇନାହିଁ ? କାହିଁକି ପଡିଛି ତାଲା ?

    ମୂଳକ ରାଜ୍ଯ ସରକାର ଜିରୋ କାଜୁଆଲିଟ ଉପରେ ଗୁରୁତ୍ବ ଦେଇଛନ୍ତି । ଉପରେ ଗୁରୁତ୍ବ ଦେଉଥିବା ବେଳେ ସାମ୍ନାକୁ ଆସିଲା ଅବ୍ଯବସ୍ଥାର ଚିତ୍ର ।

  • ବାତ୍ୟା ‘ଦାନା’ ପ୍ରଭାବରେ ଖାଁ ଖାଁ ବଡ଼ଦାଣ୍ଡ

    ବାତ୍ୟା ‘ଦାନା’ ପ୍ରଭାବରେ ଖାଁ ଖାଁ ବଡ଼ଦାଣ୍ଡ

    ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବକୁ ନଜରରେ ରଖି ସର୍ବଦା ଚଳଚଞ୍ଚଳ ବଡ଼ଦାଣ୍ଡ ଆଜି ଖାଁ ଖାଁ ହୋଇଯାଇଛି । ଦୋକାନ ବଜାର ବନ୍ଦ ରହିଛି । ପିରୀରେ ଗତକାଲି ରାତିରୁ ଝିପି ଝିପି ବର୍ଷା ଲାଗି ରହିଛି । ସମୁଦ୍ରରେ ବଡ ବଡ ଜୁଆର ଲହଡି ମାରୁଥିବା ବେଳେ ତାକୁ ଉପଭୋଗ କରିବାକୁ ପର୍ଯ୍ୟଟକ ଓ ସହର ଅନେକ ଲୋକ ବେଳାଭୂମି ରାସ୍ତାରେ ରୁଣ୍ଡ ହେଉଥିବା ଦେଖିବାକୁ ମିଳିଛି । ତେବେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ସ୍ବେଚ୍ଛାସେବୀ ଓ ଲାଇଫ୍ ଗାର୍ଡ ମାନେ ସ୍ବର୍ଣ୍ଣାଭ ବେଳାଭୂମିକୁ କୌଣସି ବ୍ୟକ୍ତିଙ୍କୁ ଛଡୁନାହାନ୍ତି । ବାତ୍ୟା ମୁକାବିଲା ଲାଗି ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକର ତଦାରଖ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ଦାୟିତ୍ୱରେ ରାଜ୍ୟ ସରକାର ନିୟୋଜିତ କରିଥିବା ବରିଷ୍ଠ ଅଧିକାରୀ ବଲୱନ୍ତ ସିଂ ବିଭିନ୍ନ ସମ୍ଭାବ୍ୟ ବାତ୍ୟା ପ୍ରବଣ ଅଞ୍ଚଳ ଗ୍ରସ୍ତ କରିବା ସହିତ ପ୍ରଶାସନ ପକ୍ଷରୁ କରାଯାଇଥିବା ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

    ଜିଲ୍ଲାର ୧୭୯ ବହୁମୁଖୀ ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ କରାଯାଇଥିବା ବେଳେ ବିକଳ୍ପ ୩୭୦ ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ କରାଯାଇଛି । ଓଡ୍ରାଫ ଓ ଏନଡିଆରଏଫର ୨ଟି ଲେଖାଏଁ ଟିମ୍ ଜିଲ୍ଲାରେ ପହଞ୍ଚିଛନ୍ତି । ଅଗ୍ନିଶମର ୧୧ଟି ଟିମ୍ ପ୍ରତି ବ୍ଲକରେ ଥିବା ବେଳେ ଅତିରିକ୍ତ ୬ଟି ଟିମ୍ ଜିଲ୍ଲା ପାଇଁ ରହିଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି । ଜନସାଧାରଣଙ୍କୁ ସୁରକ୍ଷା ଦେବା ଓ ନିରାପଦ ରଖିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବା ସହ ନିୟନ୍ତ୍ରଣ କକ୍ଷ ଓ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

  • ବାତ୍ୟା ପାଇଁ ପ୍ରସ୍ତୁତ ପାରାଦୀପ ବନ୍ଦର !

    ବାତ୍ୟା ପାଇଁ ପ୍ରସ୍ତୁତ ପାରାଦୀପ ବନ୍ଦର !

    ବାତ୍ୟା ଦାନାକୁ ନେଇ ପାରାଦୀପ ବନ୍ଦର ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି।ଆଜି ସଂନ୍ଧ୍ୟା ପୂର୍ବରୁ ବନ୍ଦରର ବର୍ଥରେ ଥିବା ସମସ୍ତ ଜାହାଜରୁ ପଣ୍ୟ ପରିବହନ ଓ ଲୋଡିଂ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଙ୍କରେଜରେ ଥିବା ଜାହାଜ ଗୁଡିକୁ ସମୁଦ୍ରରେ ସୁରକ୍ଷିତ ସ୍ଥାନରେ ଲଙ୍ଗର ପକାଇ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ। ବନ୍ଦରର ଇଫକୋ, ପିପିଏଲ, କେଆଇସିଟି ଓ ଜେଏସଡବ୍ଲୁ ବର୍ଥ ରେ ଲାଗିଥିବା ଜାହାଜ ର ପଣ୍ୟ ଖାଲି କରି ଆଜି ସଂନ୍ଧ୍ୟା ପୂର୍ବରୁ ଜାହାଜ କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ବନ୍ଦର ର ସମସ୍ତ ମେସିନ, ଲୋଡର ଓ ସମସ୍ତ ଅପରେସନ ଯନ୍ତ୍ରପାତି କୁ ସୁରକ୍ଷିତ ରଖିବା ସହିତ ନିଷିଦ୍ଧାଚଂଳରେ ଥିବା ଲାଇଟ, ହାଇମାକ୍ସ ଲାଇଟ କୁ ସୁରକ୍ଷିତ ପାଇଁ ନିଆଯାଇଛି ପଦକ୍ଷେପ।

    ବାତ୍ୟାର ପରବର୍ତ୍ତୀ ପଦକ୍ଷେପ ଯଥା ଗଛ କାଟିବା, ରାସ୍ତା ସଫା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ପ୍ଲଟରେ ଥିବା କାଗୋ ଗୁଡିକୁ ବର୍ଷା ଓ ପବନରୁ ସୁରକ୍ଷିତ ରଖିବା ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ୬ ଟି ସ୍ଥାନରେ କଂଟ୍ରୋଲ ରୁମ ଖୋଲାଯାଇଥିବା ବେଳେ ଶୁଖିଲା ଖାଦ୍ୟ ପାଇଁ ଗୋପବନ୍ଧୁ ଷ୍ଟାଡିୟମ ଠାରେ ସ୍ଥିର କରାଯାଇଛି । ଯଦି ପାୱାରକଟ୍ ହୁଏ ତେବେ ସ୍ବତନ୍ତ୍ର ଜେନେରେଟର ର ବ୍ୟବସ୍ଥା କରାଯାଇଛି ।

  • ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି, ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷିବ

    ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି, ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷିବ

    ଆସୁଛି ଆଉ ଏକ ଲଘୁଚାପ।ଆସନ୍ତା ୧୨ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ।ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁର । ଆଜି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର ଜିଲ୍ଲାକୁ ଆଲର୍ଟ ଜାରିହୋଇଥିବା ସୂଚନା ମିଳିଛି ।ଲଘୁଚାପ ପ୍ରଭାବ ରେ ଆସନ୍ତା ୧୧ ତାରିଖ ଯାଏଁ ବର୍ଷାର ପରିମାଣ ବଢିବ।ସେହିଭଳି ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

  • ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଚାଉଁ’

    ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଚାଉଁ’

    ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ମିଚାଉଁ’ । ଆଉ କିଛି ଘଣ୍ଟା ଭିତରେ ଏହା ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ। ଏହା ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।ବାତ୍ୟା ଏବେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ସମୁଦ୍ର ଭିତରେ ଗତି କରୁଛି । ନେଲୋର-ମଛଲିପଟନମ୍ ମଝି ବାପଟଲାରେ ଆସନ୍ତାକାଲି ପୂର୍ବାହ୍ନରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଛି । ଏବେ ଏହି ଝଡ଼ ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଥିବାବେଳେ ଜୁମ୍ ଆର୍ଥ ଲାଇଭ୍ ୱେବସାଇଟ୍ ଅନୁଯାୟୀ, ଏହି ଝଡ ଦ୍ରୁତ ଗତିରେ ଗତି କରୁଛି ଏବଂ ଏହା କିଛି ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଂଚଳରେ ପହଂଚିବାର ଆଶଙ୍କା ରହିଛି । ସେହିଭଳି ଗତକାଲି ରାତିରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ଆରମ୍ଭ ହୋଇଯାଇଛି ବର୍ଷା। ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି ଏସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁରୀ, କଳାହାଣ୍ଡି, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

  • ବଙ୍ଗୋପ ସାଗରରେ ସୃଷ୍ଟ  ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି

    ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି

    ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବ ରେ ଅବପାତରେ ପରିଣତ ହୋଇଛି । ଏହା ପୁଡୁଚେରୀଠାରୁ ୭୯୦, ଚେନ୍ନାଇ ଠାରୁ ୮୦୦ କିମି ଦୂରରେ ଅବସ୍ଥିତ ରହିଛି। ଦିନକ ପରେ ଅର୍ଥାତ ୩ ତାରିଖ ରବିବାର ଏହା ବାତ୍ୟାରେ ରୂପାନ୍ତର ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । କାଲିସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ।୩ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗାପସାଗରରେ ବାତ୍ୟା ସୃଷ୍ଟି ହେବ । ୪ ତାରିଖ ସନ୍ଧ୍ୟାରେ ଏହା ଉପକୂଳ ଛୁଇଁବ । ଚେନ୍ନାଇ ଓ ମଚ୍ଛଲିପଟନମ୍ ମଝିରେ ବାତ୍ୟା ଉପକୂଳ ଛୁଇଁବାର ସମ୍ଭାବନା ରହିଥିବା ବେଳେ ପ୍ରଭାବରେ ଡିସେମ୍ବର ୪ ଓ ୫ ତାରିଖରେ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୫ ଓ ୬ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଅନ୍ୟପଟେ ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରବଳ ବର୍ଷା।

  • ଗଭୀର ଅବପାତର ରୂପ ନେଲା ଲଘୁଚାପ

    ଗଭୀର ଅବପାତର ରୂପ ନେଲା ଲଘୁଚାପ

    ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ରୂପ ନେଇଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣଇପାଗ କେନ୍ଦ୍ରର ସୂଚନା ଅନୁଯାୟୀ କାଲି ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ । ବାତ୍ୟା ଦିଗ ପରିବର୍ତ୍ତନ କରିଥିବାରୁ ବିଶେଷ ଭାବେ ଏହାର କୌଣସି ପ୍ରଭାବ ପଡିବନି । ଉତ୍ତର-ଉତ୍ତର ପୂର୍ବ ଦିଗ ମୁହାଁଇଥିବାରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର। ଏସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ। ସେହିପରି ୧୭ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ (୭ରୁ ୧୧ସେଣ୍ଟିମିଟର) ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି୧୮ ତାରିଖ ସକାଳେ ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଝିରେ ଅତିକ୍ରମ କରିବ। ୧୮ ତାରିଖ ସକାଳେ ପବନର ବେଗ ସର୍ବାଧିକ ୭୫ କିମି ରହିବ।ଫଳରେ ସମୁଦ୍ର ଅଶାନ୍ତରୁ ତୀବ୍ର ଅଶାନ୍ତ ହେବ । ଏଥିପାଇଁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

  • ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର

    ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର

    ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ପ୍ରଭାବରେ କାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ସହ ୧୬ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।


    ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ରଟି କ୍ରମେ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୧୬ ତାରିଖ ବେଳକୁ ଏହା ଅବପାତର ରୂପ ନେବ। ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଭଦ୍ରକକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୭ରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ବହିବ ପବନ । ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଖୋର୍ଦ୍ଧା, ପୁରୀ ଏବଂ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲା ଗୁଡ଼ିକରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।ଏହାଛଡ଼ା ୧୬ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

    ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଅମଳ ଉପଯୋଗୀ ଧାନ । ଏଣୁ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଅକ୍ଟୋବର ଏବଂ ନଭେମ୍ବର ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବାରୁ ସାମ୍ଭାବ୍ୟ ଲଘୁଚାପ ଉପରେ ସ୍ବତନ୍ତ୍ର ନଜର ରଖିଛି ଆଇଏମଡି ।

  • ଆଜିବି ମନରୁ ଲିଭିନି ମହାବାତ୍ୟା କଥା

    ଆଜିବି ମନରୁ ଲିଭିନି ମହାବାତ୍ୟା କଥା

    ସେଦିନ ଥିଲା ଶୁକ୍ରବାର ,୧୯୯୯ ମଶିହା ଅକ୍ଟୋବର୨୯ ତାରିଖ ବୋଧ ହୁଏ ଏହି ତାରିଖ ଏହି ବାର କେହି କେବେ ଭୁଲିପାରିବେ ନାହଁ । ଆଜିବି ସେହି ସମୟର କଥା ମନେପଡିଲେ ଅନେକ ଲୋକଙ୍କ ଆଖି ତଳୁ ଲୁହ ଯକେଇ ଆସେ ।ଉଖୁରି ହୋଇଯାଏ ଅତିତତରେ ବିତିଯାଇଥିବା ସେହି ୧୯୯୯ ର ମହାବାତ୍ଯାର କଥା ।ଆଜିକୁ ଠିକ୍ ୨୪ ବର୍ଷ ତଳେ ରାଜ୍ୟରେ ତାଣ୍ଡବ ରଚିଥିଲା ମହାବାତ୍ୟା । ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଛାତି ଥରିଉଠେ । । ୨୯ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା ।କେହି କିଛି ଜାଣିବା ଆଉ ବୁଝିବା ପୁର୍ବରୁ ହଟାତ ମାଡି ଆସିଥିଲା କଳା ହାଣ୍ଡିଆ ମେଘ ସାଂଗକୁ ପବନ ।ଘଣ୍ଚାପ୍ରତି ୨୦୦ ରୁ ୩୦୦ କିଲୋମିଟର ପବନ ଆଉ ତା ସଂଗକୁ ବିକଟାଳ ଶଦ୍ଦ । ଭାଙ୍ଗୁଥାଏ ଅନେକ ଗୁଡିଏ ଘର, ମାଟିରେ ଲୋଟୁଥାଏ ଅନେକ ଗୁଡିଏ ମହାଦ୍ରୁମ ।ପ୍ରାୟ ୩୦ଘଣ୍ଟାର ତାଣ୍ଡବ ଯେମିତି ସବୁକିଛି ଛାରଖାର କରିଦେିଥିଲା । ମଣିଷ ଠାରୁ ଆରମ୍ଭ କରି ଜୀବ ଜନ୍ତୁଙ୍କ ପର୍ଯ୍ଯନ୍ତ ଯେମିତି ଚିତ୍କାର କରୁଥାନ୍ତି କେହି ଆମକୁ ରକ୍ଷାକର ଆମକୁ ରକ୍ଷା କର । ବନ୍ଧୁ, ପରିଜନ, କିଏ କେଉଁଠି ଥାଏ ? କାହା ପାଖରେ ନଥାଏ କାହାରି ଖବର ନଥାଏ । ସବୁକିଛି ଯେମିତି କିଛି କିଛି କ୍ଷଣ ମଧ୍ୟରେ ମାଟିରେ ମିଶିଯାଉଥାଏ ।୩୦ ଘଣ୍ଚାପରେ ବାତ୍ଯା ଥମିଗଲା ସତ ହେଲେ ଚାରିଆଡେ ପଡିଗଲା ହାହା କାର ,ଯେଉଁ ଆଡେ ଦେଖିଲେ କୁଢକୁଢ ସବ । ଯେମିତି ସବୁଆଡେ ଖାଲି ଆର୍ତ୍ତ ଚିତ୍କାର ସୁଭୁଥାଏ । ସବୁକିଛି ପ୍ରକୃତିର ଆଁରେ ଯେମିତି ଲିନ ହୋଇଯାଇଛି । ଲୋକଙ୍କ ପାଖରେ ଘର ନଥାଏ , ବିଦ୍ୟୁତ ନଥାଏ ଟେଲିଫୋନ ବି ନଥାଏ ,ଚାରିଆଡେ ଦିଶୁଥାଏ ଖାଲି ଭୋକିଲା ମୁହଁ । ଏସବୁ ଭିତରେ ଅଧିକ ପ୍ରଭାବିତ ହୋଇଥିଲା ଅସ୍ତରଙ୍ଗ ଏବଂ ଏରସମା ।ଏହାରି ଭିତରେ ଅନେକ ଦିନ ବିତିଯାଛି ଅନେକ ଛୋଟ ବଡ ବାତ୍ଯା ବି ସମ୍ନା କରିଛି ଓଡିଶା ।