Tag: #cyber special van

  • ସାଇବର କ୍ରାଇମର ବଡ ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ

    ସାଇବର କ୍ରାଇମର ବଡ ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ

    କେନ୍ଦୁଝର ପୋଲିସକୁ ବଡ ସଫଳତା। ସାଇବର କ୍ରାଇମରେ ବଡ ପର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ। ସାଇବର ଅପରାଧରେ ସମ୍ପୃକ୍ତ ୪ ଅପରାଧୀ ପୋଲିସ କବଜାରେ। ପୋଲିସ ସେମାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ , ୫ ଟି ବାୟୋମେଟ୍ରିକ ସ୍କାନର, ୨୫ ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ , ଗୋଟିଏ ଲାପଟପ , ୭ ଟି ପାସବୁକ , ୧୮୫ ଟି ଫଟୋ , ୫୦୭୧ ଟଙ୍କା ଜବତ କରିଛି । ଗିରଫ ଅପରାଧୀ ରାଜକିଶୋର ଜେନା, ତପନ କୁମାର ଜେନା, ସୁବ୍ରତ କୁମାର ଜେନାଙ୍କ ଘର ଘସିପୁରା ଥାନା ଅଞ୍ଚଳରେ ହୋଇଥିବା ବେଳେ ପ୍ରଦୀପ କୁମାର ମିଶ୍ରଙ୍କ ଘର ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ। ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଉର୍ଧ୍ବ ମାମଲା ରହିଛି। ଏମାନେ ବିଭିନ୍ନ ସିମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବାବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣତରେ ସିମ୍ ବାହାର କରି ସାଇବର ଠକମାନଙ୍କୁ ବିକ୍ରି କରୁଥିବା ସୂଚନା ଦେଇଛନ୍ତି ଏସପି ନିତିନ୍ କୁଶଲକର।

    ଏହି ଠକମାନେ ପ୍ରତି ସିମ୍ କାର୍ଡ଼କୁ ୪ ରୁ ୫ ହଜାର ଟଙ୍କାରେ ବାହାର ରାଜ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ଏମାନଙ୍କ ନାଁରେ ସାଇବର ଥାନା କେସ୍ ନମ୍ବର ୫/୨୦୨୪ରେ ମାମଲା ରୁଜୁ ହୋଇଛି। ଧାରା ୪୧୯, ୪୨୦ , ୩୪ IPC , RW ଆଇନ୍ ୬୬ (C), ୬୬ (D), IT Act 2000ରେ ଗିରଫ କରାଯାଇଛି ।ଏମାନଙ୍କ ଠାରୁ ପୋଲିସ ଅଧିକ ଖୋଳତାଡ କରିବାକୁ ଯୋଜନା ରଖିଛି।

  • ନୂଆଗାଁରେ ବୁଲିଲା ସାଇବର ସଚେତନତା ରଥ

    ନୂଆଗାଁରେ ବୁଲିଲା ସାଇବର ସଚେତନତା ରଥ

    ନୟାଗଡ ଜିଲ୍ଲା ନୂଆଗାଁରେ ବୁଲିଲା ସାଇବର ସଚେତନତା ରଥ। ନୂଆଗାଁ ବ୍ଲକ ଡିମ୍ବିରି ଝରୀ ଆଞ୍ଚଳିକ ହାଇସ୍କୁଲ ମହିପୁରୁ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ରଥଙ୍କୁ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଥିଲେ । ଏଥିସହିତ ଛାତ୍ରଛାତ୍ରୀ ମଧ୍ୟରେ ସାଇବର ଅପରାଧ ବନ୍ଦ କରିବା ଦିଗରେ ଅଧିକ ସଚେତନତା ଆଣିବାକୁ ସାଇବର ବିଷୟରେ କୁଇଜ୍ ଓ ଡିବେଟ କରାଯାଇଥିଲା । ସନ୍ଧ୍ୟା ସମୟରେ ମହିପୁରୁ ଛକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବର ଅପରାଧୀଙ୍କ ଠାରୁ ରକ୍ଷା ପାଇବା ପାଇଁ ମୋବାଇଲ କମ୍ପ୍ୟୁଟର ଲାପଟପ୍ ଆଦି ବ୍ୟବହାର କରୁଥିବା ସମୟରେ ଅଧିକ ସଚେତନତା ରହିବା, କୌଣସି ଅଜଣା କଲରେ ଆର୍ଥିକ କାରବାର ତଥ୍ୟ ପ୍ରଦାନ ନ କରିବା ପାଇଁ ଏହି ସଚେତନତା ରଥ ଦ୍ବାରା ଜିଲ୍ଲାର ସମସ୍ତ ପ୍ରମୁଖ ଅଞ୍ଚଳରେ ସଚେତନତା ବାର୍ତ୍ତା ପ୍ରଚାର କରିଯାଇଥିଲା। କାର୍ଯ୍ୟକ୍ରମରେ ଏସଡିପିଓ ସ୍ନେହାଶିଷ ସାହୁ,ଆଇଆଇସି ନାରାୟଣ ଚନ୍ଦ୍ର ଲେଙ୍କା,ଏସ୍ଆଇ ପୁରୁଷ ତମ ପ୍ରଧାନ,ଏସ୍ଆଇ ମନୋରଂଜନ ଦେହୁରୀଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଛାତ୍ରୀ ଛାତ୍ର ଓ ଶିକ୍ଷକ ଉପସ୍ଥିତ ରହିଥିଲେ।

  • ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର ଆଯୋଜିତ

    ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର ଆଯୋଜିତ

    ସାଂପ୍ରତିକ ପରିସ୍ଥିତିରେ ଅନଲାଇନ ଠକେଇ ସମାଜ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଡିଜିଟାଲ ଦୁନିଆ ଯେତିକି ଆଗେଇ ଚାଲିଛି ସାଇବର ଠକ ତା’କୁ ତାଳ ଦେଇ ସେତିକି ଆହ୍ବାନ ସୃଷ୍ଟି କରୁଛି । ଡିଜିଟାଲ ଡାଳେ ଡାଳେ ଗଲା ବେଳେ ଅନଲାଇନ ଠକ ପତରେ ପତରେ ମାଡ଼ି ଚାଲିଛି । ବର୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି । ଜନତାର କଷ୍ଟ ଉପାର୍ଜିତ ଅର୍ଥ ଉପରେ ଲୋଲୁପ ଦୃଷ୍ଟି ରଖିଛନ୍ତି ସାଇବର ଠକ୍ । ତେଣୁ ଟିକେ ଅସାବଧାନ ହେଲେ ସବୁକିଛି ଲୁଟ ହୋଇଯିବ ଅନଲାଇନ ମାଧ୍ୟମରେ । ତେଣୁ, ମାରାତ୍ମକ କରୋନା ଠାରୁ ଭୟଙ୍କର ସର୍ବନାଶକାରୀ ସାଇବର ଠକେଇକୁ ଲକ୍ଷ୍ୟ କରି ଓଡ଼ିଶା ପୋଲିସ ଜନତାଙ୍କ ଧନ ଓ ଜନ ସୁରକ୍ଷାକୁ ଗୁରୁତ୍ଵ ଦେଇ ଅକ୍ଟୋବର ମାସରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସାଇବର ସଚେତନ ରଥ ପରିକ୍ରମା କରିବାକୁ ଥିବା ସହିତ ସଚେତନତା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି ମୟୂରଭଞ୍ଜ ପୋଲିସ ।

    ଗତକାଲି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାର ବିଭିନ୍ନ ଅଂଚଳରେ ଏହି ରଥ ପରିକ୍ରମା କରିବା ସହିତ ଵିଜାତଳା ବ୍ଳକ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ଏଲିଡି ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା । ଏଥିରେ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ସଭାପତିତ୍ଵ କରିଥିବା ବେଳେ, ମୁଖ୍ୟ ଅତିଥି ସାରକଣା ବିଧାୟକ ବୁଢ଼ାନ ମୁର୍ମୁ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା, ଡ଼ିଏସପି -ଦଲାମଣି ଭୋଇ ,ଵିଜାତଳା ଵ୍ଳକ ବିଡ଼ିଓ ଯୋଗରଂଜନ ନାୟକ, ତହସିଲଦାର ଜଗବନ୍ଧୁ ମଲ୍ଲିକ ଯୋଗ ଦେଇ ଲୋକଙ୍କୁ ସାଇବର ସଚେତନତା ସୃଷ୍ଟି ପାଇଁ ବାର୍ତ୍ତା ଦେଇଥିଲେ ।

    ଅନଲାଇନରେ ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବରକୁ ଡାଏଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ମୟୂରଭଞ୍ଜ ପୋଲିସର ଏଭଳି ସାଇବର ସଂକ୍ରାନ୍ତିୟ ଜନସଚେତନତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

  • ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୩: ସ୍ୱତନ୍ତ୍ର ରଥର ଶୁଭ ଉଦଘାଟନ

    ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୩: ସ୍ୱତନ୍ତ୍ର ରଥର ଶୁଭ ଉଦଘାଟନ

    ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୩ ଲାଗି ଏକ ସ୍ବତନ୍ତ୍ର ରଥର ଶୁଭ ଉଦଘାଟନ ହୋଇ ଯାଇଛି। କେନ୍ଦୁଝର ଜିଲ୍ଲା ପୋଲିସ ମୁଖ୍ୟ ଦପ୍ତର ପରିସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଳକର ଦାଗୁଡୁ, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଏଚ.ଡି. ଧନରାଜ,କେନ୍ଦୁଝର ସଦର ଉପଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର କିସ୍କୁ ତଥା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପଦାଧିକାରୀ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

    ଏହି ରଥ ଜିଲ୍ଲା ସାରା ବୁଲି ସାଇବର ସୁରକ୍ଷା ଅଭିଯାନ ଉପରେ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସ୍କୁଲ କଲେଜରେ ଏଥି ଲାଗି ସଚେତନତା ପାଇଁ ପଥପ୍ରାନ୍ତ ନାଟକ ବକ୍ତୃତା, ତର୍କ, ପ୍ରବନ୍ଧ, କୁଇଜ୍ ପ୍ରତିଯୋଗିତା ଆୟୋଜନ ହେଉଛି। ସଭାମଞ୍ଚରେ ସଭାର ସଭାପତିତ୍ବ କରି ଜିଲ୍ଲା ଏସପି ଏସବୁ ସୂଚନା ଦେବା ସହ ସମସ୍ତେ ନ ଡରି ସାଇବର ଅପରାଧୀଙ୍କ ମୁକାବିଲା କରିବାକୁ ଆହ୍ବାନ ଦେଇଥିଲେ। ଏଥିଲାଗି ସ୍ବତନ୍ତ୍ର ଟୋଲ୍ ଫ୍ରି ନଂ ୧୯୩୦ କୁ କଲ୍ କରିବାକୁ ଅନୁରୋଧ କରିଥିଲେ।

    ସେହିପରି ଡ଼ିଏଫଓ ଶ୍ରୀ ଧନରାଜ ବିଭିନ୍ନ ସାଇବର ଠକଙ୍କ ସମ୍ପର୍କରେ କହି କହିଥିଲେ। ନଗ୍ନ ଫଟୋ ଭିଡିଓ ପଠେଇ ବିଭିନ୍ନ ସାଇବର ଠକେଇ ହେଉଛି କହି ଥିଲେ। ସଦର ଉପଜିଲ୍ଲାପାଳ ଶ୍ରୀ କିସ୍କୁ ନିଜେ ଏହି ଠକଙ୍କୁ ଭେଟି ଥିବା କହିଥିଲେ ତାଙ୍କୁ ସେମାନେ ଟଙ୍କା ପଠେଇବାକୁ ମେସେଜ ଦେଇଥିଲେ। ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଏବେ ସାଇବର ଠକ ମାନେ ଖୁବ୍ ଶିକ୍ଷିତ ବିଭିନ୍ନ ଆଧୁନିକ ପ୍ରଯୁକ୍ତି ବିଦ୍ୟା ବଳରେ ଲୁଟୁଛନ୍ତି ହୁସିଆର ହେବାକୁ ନିବେଦନ କରିଥିଲେ। କାହାକୁ ବ୍ୟାଙ୍କ ଆକାଉଣ୍ଟ ପାଶୱାର୍ଡ ନଦେବା ସହ ସ୍ମାର୍ଟ ଫୋନର ବ୍ୟବହାର ଉପଯୁକ୍ତ ଭାବେ କରିବାକୁ ସମସ୍ତେ ମିଳିତ ଭାବେ ଆହ୍ବାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ପୋଲିସ କର୍ମଚାରୀ ଯୋଗ ଦେଇ ସହଯୋଗ କରିଥିଲେ ।