Tag: #CropWaste

  • ଟମାଟୋ ଦର ପତନରେ ଚାଷୀଙ୍କ ଦୁର୍ଦଶା: ଜମିରେ ପଚୁଛି ଫସଲ

    ଟମାଟୋ ଦର ପତନରେ ଚାଷୀଙ୍କ ଦୁର୍ଦଶା: ଜମିରେ ପଚୁଛି ଫସଲ

    ଟମାଟୋ ଚିନ୍ତାରେ ଚାଷୀ। ଆସିକା ବ୍ଳକର କର୍ଣ୍ଣଳି ଗ୍ରାମରେ ଟମାଟୋ ଚାଷୀମାନେ ଗଭୀର ସଙ୍କଟରେ ପଡ଼ିଛନ୍ତି। ବଜାରରେ ଟମାଟୋର ଦର ଏତେ କମିଯାଇଛି ଯେ କିଲୋ ପ୍ରତି ୧ ଟଙ୍କାକୁ ମଧ୍ୟ ବେପାରୀମାନେ କିଣିବାକୁ ଇଚ୍ଛୁକ ନୁହନ୍ତି। ଫଳରେ ଚାଷୀମାନେ ନିଜ ଫସଲ ତୁଳିବାକୁ ମଧ୍ୟ ଆଗ୍ରହୀ ନୁହନ୍ତି।

    ଗ୍ରାମର ପ୍ରାୟ ୧୫୦ ଏକର ଜମିରେ ଟମାଟୋ ଚାଷ କରାଯାଇଥିଲା। କିନ୍ତୁ ଠିକ ଦର ନ ମିଳିବାରୁ ଏବେ ସେହି ଟମାଟୋ ଜମିରେ ପଡ଼ି ପଚିଯାଉଛି। ଚାଷୀମାନେ ଏହାରେ ବିପୁଳ ଆର୍ଥିକ କ୍ଷତି ଭୋଗୁଛନ୍ତି। ବିଆ, ସାର, ଔଷଧ ଓ ଶ୍ରମ ଖର୍ଚ୍ଚ ମିଶି ବହୁତ ଟଙ୍କା ଲାଗିଥିବା ସତ୍ତ୍ୱେ, ସେଥିରୁ କୌଣସି ଫଳ ମିଳୁନାହିଁ।

    ଚାଷୀମାନଙ୍କ କହିବା ଅନୁସାରେ, ବଜାର ବ୍ୟବସ୍ଥା ଓ ସଂରକ୍ଷଣ ସୁବିଧା ନଥିବାରୁ ସେମାନେ ବାଧ୍ୟ ହୋଇ ଏଭଳି କ୍ଷତି ସହିବାକୁ ପଡ଼ୁଛି। ସରକାରଙ୍କ ପକ୍ଷରୁ ଯଦି ନ୍ୟୁନତମ ସମର୍ଥନ ମୂଲ୍ୟ, ଶୀତଗାର ଓ ସଠିକ ବଜାର ବ୍ୟବସ୍ଥା କରାଯାଏ, ତେବେ ଏହି ସମସ୍ୟାରୁ ମୁକ୍ତି ମିଳିପାରେ।

    ସ୍ଥାନୀୟ ଚାଷୀମାନେ ଶୀଘ୍ର ସରକାରୀ ହସ୍ତକ୍ଷେପ ଓ ସହାୟତା ଦାବି କରୁଛନ୍ତି, ନହେଲେ ଏହି ପରିସ୍ଥିତି ସେମାନଙ୍କୁ ଅଧିକ ଆର୍ଥିକ ସଙ୍କଟରେ ପକାଇଦେବ।