Tag: #Criminal

  • କେମିକାଲ କ୍ୟାଷ୍ଟ୍ରେସନ ଦଣ୍ଡରେ ଦଣ୍ଡିତ ହେବେ ଅପରାଧୀ

    କେମିକାଲ କ୍ୟାଷ୍ଟ୍ରେସନ ଦଣ୍ଡରେ ଦଣ୍ଡିତ ହେବେ ଅପରାଧୀ

    ଇଟାଲୀ ସରକାର ଆଣିଲେ ନୂଆ ଆଇନ। ଦୁଷ୍କର୍ମକାରି ଓ ଶିଶୁ ଯୌନଶୋଷଣକାରୀଙ୍କୁ ମିଳିବ କଡା ଦଣ୍ଡ । ଅପରାଧୀ ଏବେ କେମିକାଲ କ୍ୟାଷ୍ଟ୍ରେସନ ଦଣ୍ଡରେ ଦଣ୍ଡିତ ହେବେ। କେମିକାଲ କ୍ୟାଷ୍ଟ୍ରେସନ ଏକ ଔଷଧ ଆଧାରିତ ଚିକିତ୍ସା। ଏଥିରେ ଏପରି ଔଷଧ ଦିଆଯାଏ ଯାହା ଅପରାଧୀଙ୍କ ଯୌନ ଆକାଙକ୍ଷା କମେଇ ଦିଏ।

    ଏହି ଚିକିତ୍ସା ସମ୍ପୂର୍ଣ୍ଣ ସ୍ୱେଚ୍ଛିକ ଅର୍ଥାତ ଅପରାଧୀ ଚାହିଁଲେ ନିଜ ଇଛାରେ ଗ୍ରହଣ କରିପାରିବେ। ଯଦି ଅପରାଧୀ ଏହି ଚିକିତ୍ସାକୁ ସ୍ୱୀକାର କରେ ତେବେ ତା ଦଣ୍ଡ କୋହଳ ହୋଇପାରେ। ଇଟାଲୀରେ ଅଧିକ ରୁ ଅଧିକ ଯୌନ ଅପରାଧ ବଢ଼ିବାରୁ ଏପରି ଆଇନ ତିଆରି ହୋଇଛି । ଶିଶୁ ମାନଙ୍କ ପ୍ରତି ମଧ୍ୟ ବଢିଚାଲିଛି ଦୁଷ୍କର୍ମ ମାମଲା। ଏହି ସବୁ ଅପରାଧ ପାଇଁ ଏବେ ଦେଶରେ ଜନଅସନ୍ତୋଷର କାରଣ ପାଲଟିଛି। ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀଙ୍କ ସରକାର ଓ ଲିଗ୍ ପାର୍ଟି ଏହି ପ୍ରସ୍ତାବକୁ ସମର୍ଥନ କରୁଛି। ଏହି ଦଣ୍ଡଦ୍ୱାରା ଦ୍ୱିତୀୟବାର ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ।

    କିଛି ଡାକ୍ତରଙ୍କ ଅନୁସାରେ ଅପରାଧୀ ଯୌନ ଅପରାଧ କେବଳ ଯୌନ ଇଛା କାରଣରୁ ହୁଏ ନାହିଁ, ବରଂ ଆକ୍ରୋଶ ଓ ନିୟନ୍ତ୍ରଣ ଭାବନାରେ ମଧ୍ୟ ଏହି ଅପରାଧ ହୋଇଥାଏ। ତେବେ ସରକାର ନୂଆ ଆଇନ ଉପରେ ଏବେ କାମ ଆରମ୍ଭ କରିଦେଇଛନ୍ତି।

  • ସର୍ବସ୍ୱ ଲୁଟିନେଲେ ଦୁର୍ବୃତ୍ତ, ଶୋଇଥିବା ବେଳେ ସୁନା ଅଳଙ୍କାର ସହିତ ନଗଦ ୫୦ ହଜାର ଟଙ୍କା ଲୁଟ

    ସର୍ବସ୍ୱ ଲୁଟିନେଲେ ଦୁର୍ବୃତ୍ତ, ଶୋଇଥିବା ବେଳେ ସୁନା ଅଳଙ୍କାର ସହିତ ନଗଦ ୫୦ ହଜାର ଟଙ୍କା ଲୁଟ

    କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ପୁରୁଷୋତ୍ତମ ସାହୁଙ୍କ ଘରୁ ଗତକାଲି ମଧ୍ୟ ରାତ୍ରିରେ ଏକ ବଡ ଧରଣର ଲୁଟ ହୋଇଛି । ଯେଉଁଥିରେ ୭ ଭରିରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ସହିତ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଗତକାଲି ପରିବାରର କିଛି ଲୋକ ଛାତ ଉପରେ ଶୋଇଥିବା ବେଳେ କିଛି ଲୋକ ଘରେ ଶୋଇଥିଲେ । ହେଲେ ବିଳମ୍ବିତ ରାତିରେ କୌଶଳ କରି ଚୋର ଘରେ ଭିତରେ ପଶି ଲୁଟିଥିଲେ ।

    ଘର ଲୋକେ ରାତିରେ ଖାଇ ପିଇ ଶୋଇଥିଲେ । ହେଲେ, ଆଜି ସକାଳୁ ଚୋରି ହୋଇଥିବା ଜାଣିବା ପରେ ଘସିପୁରା ପୋଲିସକୁ ଖବର ଦେଇଥିଲେ । ଡ଼ଗ ସ୍କ୍ବାର୍ଡ଼ ଆସି ତଦନ୍ତ ଚାଳାଇଥିବା ବେଳେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡିନି । ତେବେ ଦିନକୁ ଦିନ ଘଷିପୁରା ଅଞ୍ଚଳରେ ଚୋରି ବଢି ଚାଲିଥିବା ବେଳେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଚୋରି ଯେଉଁଭଳି ହୋଇଛି ଆଖପାଖର ଲୋକ କେହି ଚୋରି କରିଥିବା ସନ୍ଦେହ କରୁଛି ପୁରୁଷୋତ୍ତମଙ୍କ ପରିବାର ।

  • ଛୁରାମାଡ କରି ପ୍ରଥମେ ଲୁଟିନେଲେ ସୁନା ଗହଣା, ପରେ ଫାଙ୍କାରେ ଗୁଳି ଫୁଟାଇ ଲୁଟେରା ଛୁ!

    ଛୁରାମାଡ କରି ପ୍ରଥମେ ଲୁଟିନେଲେ ସୁନା ଗହଣା, ପରେ ଫାଙ୍କାରେ ଗୁଳି ଫୁଟାଇ ଲୁଟେରା ଛୁ!

    କେନ୍ଦୁଝର ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ବାରିଗାଁ ବାସୁଳି ଛକରେ ଅଘଟଣ । ସ୍ବାମା, ସ୍ତ୍ରୀ , ଝିଅ ବାଇକ ଯୋଗେ କେନ୍ଦୁଝର ମଲ୍ଲିପଶିରୁ ଫେରି କନ୍ତୋର ପଞ୍ଚାୟତ ଜଳନ୍ଦା ଗ୍ରାମକୁ ଫେରୁଥିବା ବେଳେ ହଟାତ ୩ଜଣ ଦୁର୍ବୁତ୍ତ ବାଇକରେ ଆସି ଦମ୍ପତ୍ତିଙ୍କ ଗାଡିକୁ ଅଟକାଇ ଚାବି ଛଡାଇ ନେଇଥିଲେ । ଇଭୟଙ୍କୁ ଛୁରା ଦେଖାଇ ଟଙ୍କା ଓ ପାଖରେ ଥିବା ସୁନା ଦେବାପାଇଁ କହିଥିଲେ ଏହାକୁ ବାରଣ କରିବାରୁ ଲୁଟେରା ମାନେ ଉତ୍କ୍ଷିପ୍ତ ହୋଇ ବ୍ଯକ୍ତି ଜଣଙ୍କୁ ଛୁରାମାଡ କରିଥିଲେ ଏବଂ ସେଠାରେ ଫାଙ୍କା ୩ ରାଉଣ୍ଡ ଗୁଳି ଫୁଟାଇ ମହିଳାଙ୍କ ଠାରୁ ସୁନାଗହଣା ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହିଞ୍ଚି ତଦନ୍ତ ଆରମ୍ଭ କରିଛି

  • ଝିଅର ଅସ୍ବାଭାବିକ ମୃତ୍ୟୁ ପରେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

    ଝିଅର ଅସ୍ବାଭାବିକ ମୃତ୍ୟୁ ପରେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

    ନାଁଟି ଲକ୍ଷ୍ମୀପ୍ରିୟା, ଦେଖିବାକୁ ମଧ୍ୟ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ପରି। ତିନି ବର୍ଷ ତଳେ ଆଖିରେ ଆଖିଏ ସ୍ବପ୍ନ ନେଇ ବିବାହ କରିଥିଲେ ନୟାଗଡର ଲକ୍ଷ୍ମୀପ୍ରିୟା। ହେଲେ ବିବାହର ମାତ୍ର କେଇଟା ଦିନରେ ସ୍ବପ୍ନ ସବୁ ଆଖିର ଲୁହରେ ଧୂଆଳିଆ ହୋଇଗଲା। ଯେଉଁ ଲୋକଟିକୁ ଦେବତା ଭାବେ ଗ୍ରହଣ କରିଥିଲା ତା ମୁହଁରୁ ହଟିଗଲା ମୁଖୋଟା। ସାମ୍ନାକୁ ଆସିଲା ସ୍ବାମୀର ବିକଟାଳ ରୂପ ନିଶା ସେବନ ସହ ଅନ୍ୟ ଯୁବତୀଙ୍କ ସହ ରଖିଥିଲା ସମ୍ପର୍କ। ବିବାହର କିଛି ମାସ ପରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟାକୁ ମାରଧର କରିବା ଆରମ୍ଭ କରିଦେଇଥିଲା। ଆଉ ଦିନ ଗଡିବା ସହ ଲକ୍ଷ୍ମୀପ୍ରିୟାଙ୍କ ଜୀବନ ହୋଇଗଲା ଦୁଃସହ। ଖାଲି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବାରୁ ମୁଣ୍ଡପାତି ୩ ବର୍ଷ ହେଲା ସବୁ ସହୁଥିଲା। ହେଲେ ଆଉ ପାରିଲାନି। ଶେଷରେ ବୁଧବାର ଦିନ ମଞ୍ଚେଶ୍ବର ଥାନା ଅଧୀନ ତାଙ୍କ ଭଡା ଘରୁ ମିଳିଥିଲା ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ। ଝିଅର ଏପରି ସନ୍ଦେହଜନକ ମୃତ୍ୟୁ ପରେ ବାପା ଭାଇ ଆଣିଛନ୍ତି ହତ୍ୟା ଅଭିଯୋଗ। ଏକ ଗଣମାଧ୍ୟମରେ କାମ କରୁଥିବା ତାଙ୍କ ଜ୍ବାଇଁ ସରୋଜ ବିଶ୍ବାଳ ଝିଅକୁ ମାରଧର କରିଆସୁଥିଲା। ତାର ବହୁ କୁଅଭ୍ୟାସ ଥିଲା ଓ ଶେଷରେ ଝିଅକୁ ମାରିଦେଇଥିବା ଥାନାରେ କରିଛନ୍ତି ଅଭିଯୋଗ। ତୁରନ୍ତ ହତ୍ୟାକାରୀ ଜ୍ବାଇଁକୁ ଗିରଫ କରିବାକୁ କରୁଛନ୍ତି ଦାବି

    ଅନ୍ୟପଟେ ପୋଲିସ ମୃତଦେହର ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଦେଇଛି। ଏହି ଘଟଣାରେ ତଦନ୍ତ ଚଳାଇଛି। ସରୋଜକୁ ମଧ୍ୟ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

  • ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ

    ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ

    ସୂଚନା ଅନୁଯାୟୀ ଏୟାରଫିଲଡ୍ ଥାନା ଅଂଚଳରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ସୁନ୍ଦରପଦା ଅଞ୍ଚଳରେ ବାପା ମା’ ଙ୍କ ସହ ଭଡା ଘରେ ରହୁଥିବା ଜଣେ ନାବାଳିକାଙ୍କୁ ପଡିଶା ଘରେ ରହୁଥିବା ଜଣେ ୨୩ ବର୍ଷିୟ ଯୁବକ ଦୁଷ୍କର୍ମ କରିଥିବା ଏୟାରଫିଲଡ୍ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ଗତକାଲି ଘଟିଥିବା ବେଳେ ପୋଲିସ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି

    ତେବେ ଗତକାଲି ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ଅବସ୍ତା ଗୁରୁତର ହେବାରୁ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରାକରୁଛି…

  • କାଦୁଆ ଯୋଡ଼ାବନ୍ଧ ଗାଁରେ ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା, ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର

    କାଦୁଆ ଯୋଡ଼ାବନ୍ଧ ଗାଁରେ ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା, ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର

    ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା । ଘଟଣା ଯେତିକି ବିଭତ୍ସ, ସେତିକି ଜଘନ୍ୟ, ସେତିକି ଭୟାନକ ମଧ୍ଯ । ଘଟଣାଟି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ କାଦୁଆ ଯୋଡ଼ାବନ୍ଧ ଗାଁରେ ଘଟିଛି । ମୃତକଙ୍କ ନାଁ ଚିତ ରଞ୍ଜନ ସାହୁ ବୟସ ପାଖାପାଖି ୪୩ ବର୍ଷ । ଚିତରଞ୍ଜନ ଗତକାଲି ସଂଧ୍ୟାରୁ ଘରକୁ ଫେରି ନଥିଲେ , ତେଣୁ ରାତିରେ ତାଙ୍କ ବଡ଼ ଭାଇ ସୀମାଞ୍ଚଳ ସାହୁ ଓ ଜେଜେବାପା ଦଣ୍ଡପାଣି ସାହୁ ଖୋଜାଖୋଜା କରିଥିଲେ । ହେଲେ ଚିତରଞ୍ଜନଙ୍କ ପତ୍ତା ମିଳି ନଥିଲା ।

    ନିରାଶ ହୋଇ ସେମାନେ ଘରକୁ ଫେରି ଆସିଥିଲେ । ଆଜି ସକାଳେ ଚିତରଞ୍ଜନଙ୍କ ମୃତଦେହ ନିକଟରେ ଥିବା କାଜୁ ତୋଟାରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ତେବେ ଜଗନ୍ନାଥ ପ୍ରସାଦ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ପଠାଇଛି । ଅନ୍ୟପଟେ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନି କୁକୁର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି ।ତେବେ କିଏ ଓ କାହିଁକି ଏହି ହତ୍ୟା କରିଛି ତାହାର କାରଣ ଏପର୍ଯ୍ଯନ୍ତ ଜଣାପଡିନାହିଁ…

    ଭଞ୍ଜନଗର, ଗଞ୍ଜାମରୁ ରାଜେଶ୍ ଆଲଟିଆଙ୍କ ରିପୋର୍ଟ, #Suchanatv24x7

  • ଟ୍ରକ ଡ୍ରାଇଭରକୁ ଆକ୍ରମଣ ଓ ଲୁଟ୍ ଘଟଣା, ଦୁଇ ଗିରଫ

    ଟ୍ରକ ଡ୍ରାଇଭରକୁ ଆକ୍ରମଣ ଓ ଲୁଟ୍ ଘଟଣା, ଦୁଇ ଗିରଫ

    କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅଧୀନ ବାଂଶପାଣିରେ ଟ୍ରକ୍ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ ଓ ଲୁଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଯୋଡ଼ା ପୋଲିସ୍। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଂଶପାଣି ଅଞ୍ଚଳର ପଙ୍କଜ ଗୁପ୍ତା ଏବଂ ରଘୁ ପୋତାଲ । ପଙ୍କଜଙ୍କ ନାଁ ରେ ପୂର୍ବରୁ ଯୋଡ଼ା ଏବଂ ବଡ଼ବିଲ ଥାନାରେ ଅପରାଧିକ ମାମଲା ରହିଛି । ସେମାନଙ୍କ ଠାରୁ ବ୍ୟବହୃତ ଛୁରୀ ଓ ଲୁହା ରଡକୁ ପୋଲିସ୍ ଜବତ୍ କରିଛି । ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ବଡବିଲ ଏସ ଡି ପି ଓ କହିଛନ୍ତି ।

    ଗତ ଶୁକ୍ରବାର ମଧ୍ୟ ରାତ୍ରୀରେ ଟ୍ରକ୍ ଡ୍ରାଇଭର ଏମଡି ଏଜାଜ ଆନସାରୀ ବାଂଶପାଣି ସାଇଡିଂରେ ଲୁହାପଥର ଅନଲୋଡ୍ କରିସାରିବା ପରେ ରାସ୍ତା କଡ଼ରେ ଗାଡ଼ି ରଖି ବିଶ୍ରାମ ନେଉଥିବା ବେଳେ ୪-୫ ଜଣ ଦୃର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିବା ସହ ଲୁଟ ଉଦ୍ୟମ କରିଥିଲେ । ଆକ୍ରମଣରେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ।

  • ଦେଶୀ ବନ୍ଧୁକ କାରଖାନାରେ ଚଢାଉ, ବନ୍ଧୁକ ଜବତ ସହ ଜଣେ ଗିରଫ

    ଦେଶୀ ବନ୍ଧୁକ କାରଖାନାରେ ଚଢାଉ, ବନ୍ଧୁକ ଜବତ ସହ ଜଣେ ଗିରଫ

    କନ୍ଧମାଳ ଜିଲ୍ଲାର ରାଇକିଆ ପୋଲିସ ଦେଶୀ ବନ୍ଧୁକ ତିଆରି କାର ଖାନା ଏବଂ ତିଆରି କରୁଥିବା ଅଭିଯୋଗ ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ରାଇକିଆ ଥାନା ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତ ରିଶିଗୁଡ଼ା ଗ୍ରାମ ର ମୁନିବର ମଲିକ I ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବିଭିନ୍ନ ପ୍ରକାର ବନ୍ଧୁକ ପ୍ରସ୍ତୁତ ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି ।

    ବହୁ ଦିନ ଧରି ଏହି ସ୍ଥାନରେ ଦେଶୀ ବନ୍ଧୁକ ତିଆରି ହେଉଥିବାର ଅଭିଯୋଗ ହୋଇଥିଲା। ରାଇକିଆ ପୋଲିସଏ ନେଇ ରାଇକିଆ ଥାନାରେ ରେ କେଶ ଅତର୍କିତ ଭାବେ ଚଢାଉ କରି ଏହି ସଫଳ ପାଇ ପାରିଛି। ରାଇକିଆ ଥାନାରେ କେଶ ନମ୍ୱର 41/23 ରେ ଏକ ମାମଲା ରୁଜୁ ହୋଇଛି I ଏ ନେଇ ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି I
    କନ୍ଧମାଳ ରୁ ଅରୁଣ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ୍

  • କିଏ ବାବା ତାରସେମ୍ ସିଂହ? ଗୁଳି କରି ହତ୍ୟା, ଅନୁସନ୍ଧାନ ପାଇଁ ଗଠନ ହେଲା SIT

    କିଏ ବାବା ତାରସେମ୍ ସିଂହ? ଗୁଳି କରି ହତ୍ୟା, ଅନୁସନ୍ଧାନ ପାଇଁ ଗଠନ ହେଲା SIT

    ଆଜି ସକାଳ ପ୍ରାୟ ୬ଟା ସମୟରେ ଉତ୍ତରାଖଣ୍ଡର ଉଦ୍ଧମ ସିଂ ନାଗରରେ ବାବା ତାରସେମ ସିଂଙ୍କୁ କେହି ଦୃବୁତ ହତ୍ୟା କରିଦେଇଛିନ୍ତି । ଘଟଣାର ଖବର ପାଇବା ମାତ୍ରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବାବା ତାରସେମ ସିଂ ନାନକମତ୍ତା ସାହି ଗୁରୁଦ୍ୱାରରେ କାର ସେବାର ମୁଖ୍ୟ ଥିଲେ। ବାବା ସକାଳେ ଚେୟାରରେ ବସିଥିଲେ। ଠିକ ସେତିକିବେଳେ ବାଇକ୍ ରେ ଆସିଥିବା ଦୁଇଜଣ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଗୁଳି କରି ପଳାଇ ଯାଇଥିଲେ। ଏହା ପରେ ତାଙ୍କୁ ଖାତିମା ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ସମ୍ବେଦନଶୀଳତାକୁ ବିଚାର କରି ତୁରନ୍ତ ଅନୁସନ୍ଧାନ ପାଇଁ SIT ଗଠନ କରାଯାଇଥିଲା। ବାବାଙ୍କ ଉପରେ ହୋଇଥିବା ଆକ୍ରମଣ ଖବର ଶୁଣି ତୁରନ୍ତ ଗୁରୁଦ୍ୱାର ଆଡକୁ ସମସ୍ତେ ଦୌଡ଼ି ଆସିଥିଲେ ।

    ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ ଅନୁସନ୍ଧାନ ପରେ ହତ୍ୟା ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରିବା ନେଇ ପୋଲିସ ତନାଘନା ଜାରି ରଖିଛି । ଭିଡିଓରେ ଦେଖିବାକୁ ମିଳେ ଯେ ବାବା ଏକ ଚେୟାରରେ ବସିଛନ୍ତି। ହଠାତ୍ ଦୁଇଜଣ ଲୋକ ବାଇକ୍ ରେ ଆସନ୍ତି | ବାଇକ୍ ଚଳାଉଥିବା ଯୁବକମାନେ ତାଙ୍କ ମୁହଁକୁ ଢାଙ୍କି ରଖିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ଗୁଳି ଚଳାଇବା ଆରମ୍ଭ କରି ଦିଏ । ସେ ଉଠି ଦୌଡିବାକୁ ଚେଷ୍ଟା କରନ୍ତି | କିନ୍ତୁ ବାଇକ୍ ଚଲାଉଥିବା ବ୍ୟକ୍ତି ବାଇକ୍ କୁ ତାଙ୍କ ଚାରିପାଖରେ ବୁଲାଏ ଏବଂ ଅନ୍ୟ ଜଣକ ପୁଣି ଗୁଳି ଚଳାଇବା ଆରମ୍ଭ କରିଦିଏ ଏବଂ ସେ ସେଇଟି ତଳେ ପଡ଼ିଯାନ୍ତି |

    ବାବା ତାରସେମ୍ ସିଂ ଦୀର୍ଘ ଦିନ ଧରି ଶ୍ରୀ ନାନକମତ୍ତା ଗୁରୁଦ୍ୱାରର କାର୍ ସେବା ମୁଖ୍ୟ ଥିଲେ। ସାମାଜିକ ସେବା ଏବଂ ଜନ କଲ୍ୟାଣ କାର୍ଯ୍ୟରେ ସେ ସର୍ବଦା ଆଗରେ ଥିଲେ | ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ | ସେ ତାଙ୍କର ପୁରା ଜୀବନକୁ ଏହି ଗୁରୁଦ୍ୱାରର ପୁନଃ ନିର୍ମାଣ ପାଇଁ ଉତ୍ସର୍ଗ କରିଥିଲେ | ବାବାଜୀ ଗୁରୁଦ୍ୱାର ନାନକମତ୍ତା ସାହେବରେ କାର ସେବାର ସମସ୍ତ ଦାୟିତ୍ୱ ଗ୍ରହଣ କରୁଥିଲେ। ବିଦ୍ୟାଳୟ ଏବଂ ଗୁରୁଦ୍ୱାରରେ ସେବା କରିବା ବ୍ୟତୀତ, ଯେଉଁ ଶିବିରରେ ସେ ମୁଖ୍ୟ ଥିଲେ, କୌଣସି ପ୍ରକାର ବିପର୍ଯ୍ୟୟ ସମୟରେ ଲଙ୍ଗର ଏବଂ ରିଲିଫ୍ ସାମଗ୍ରୀ ମଧ୍ୟ ପ୍ରଦାନ କରୁଥିଲେ | ତାଙ୍କର ସେବା କାର୍ଯ୍ୟ ଦିଲ୍ଲୀ ପର୍ଯ୍ୟନ୍ତ ଆଲୋଚନା କରାଯାଉଥିଲା।

    ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁରୁଦ୍ୱାର ବଙ୍ଗଳା ସାହେବ ଦିଲ୍ଲୀର ଡେରା କାର ସେବା ବାବା ବଚ୍ଚନ ସିଂଙ୍କ ମୁଖ୍ୟ ମଧ୍ୟ ନାନକମତ୍ତାରେ ପହଞ୍ଚିଛନ୍ତି। ଏବେ ବାବା ତାରସେମ ସିଂଙ୍କ ମୃତଶରୀର ପୋଷ୍ଟ ମର୍ଟମ କରାଯିବ। ନାନକମତ୍ତା ଗୁରୁଦ୍ୱାର କର ସେବା ମୁଖ୍ୟ ବାବା ତାରସେମ ସିଂଙ୍କ ହତ୍ୟା ଘଟଣାରେ ଉତ୍ତରପ୍ରଦେଶ ପୋଲିସର ଡିଜିପି ଅଭିନାଭ କୁମାର କହିଛନ୍ତି ଯେ ଆଜି ସକାଳେ ଏହି ସୂଚନା ଆସିଛି। ଏହି ହତ୍ୟାକାଣ୍ଡ ଚିନ୍ତାର ବିଷୟ, ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସ୍ଥଳର ଯାଞ୍ଚ କରାଯାଉଛି ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ପଚରାଉଚରା ଜାରି ରହିଛି । ଅନୁସନ୍ଧାନ ପାଇଁ SIT ଗଠନ କରାଯାଇଛି | ପ୍ରାଥମିକତା ଉପରେ ଏହି ଘଟଣାର ଅନୁସନ୍ଧାନ କରାଯାଉଛି। କେନ୍ଦ୍ରୀୟ ଏଜେନ୍ସି ସହିତ ମଧ୍ୟ ଯୋଗାଯୋଗ କରାଯାଇଛି। ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି ଡିଜିପି ଅଭିନାଭ କୁମାର କହିଛନ୍ତି ।

  • ନାଇଟ୍ ପାଟ୍ରୋଲିଂ ବେଳେ ଧରାପଡିଲା ଅପରାଧୀ

    ନାଇଟ୍ ପାଟ୍ରୋଲିଂ ବେଳେ ଧରାପଡିଲା ଅପରାଧୀ

    ଅପରାଧ ଯୋଜନାକୁ ପଣ୍ଡ କରିଦେଲା ପୋଲିସ୍ । ନାଇଟ୍ ପାଟ୍ରୋଲିଂ ବେଳେ ଧରିନେଲା ଅପରାଧୀ ଘଟାଉ ଥିବା ଯୁବକକୁ । ଗଞ୍ଜାମ ଭଞ୍ଜନଗର ଥାନା ପୋଲିସ୍ ଗତ କାଲି ରାତିରେ ଏସ୍.ଆଇ ଯୋଷ୍ଣମୟୀ ସାହୁ ଏବଂ ଥାନାର ଅନ୍ୟ ଷ୍ଟାଫ ମାନେ ନିକଟରେ ଥିବା ଏକ ବରଙ୍ଗ ନାଳ ପାଖରେ ନାକା ଡିଉଟି କରୁଥିବା ବେଳେ ଜଣେ ଯୁବକ ବେଲଗୁଣ୍ଠାରୁ ପଲ୍ସର୍ ଗାଡ଼ିରେ ଆସୁଥିବା ବେଳେ ପୋଲିସ କୁ ଦେଖି ପଳାଉଥିବା ବେଳେ, ସନ୍ଦେହ କରି ପୋଲିସ୍ କାବୁ କରି ନେଇଥିଲା । ଯୁବକଙ୍କ ଠାରୁ ବୁଲେଟ, ଖଣ୍ଡା ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।ଅପରାଧିକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ପୂର୍ବରୁ ଯୁବକଙ୍କ ନାମରେ ଭଞ୍ଜନଗର ଏବଂ ଗାଙ୍ଗପୁର ଥାନାରେ ୭ ଟି କେସ୍ ରହିଥିବା ମଧ୍ୟ ଜଣାପଡିଛି ।