Tag: crimea

  • ୟୁକ୍ରେନ ଡ୍ରୋନ ଆକ୍ରମଣରେ ରୁଷର ତୈଳ ଡିପୋ କ୍ଷତିଗ୍ରସ୍ତ

    ୟୁକ୍ରେନ ଡ୍ରୋନ ଆକ୍ରମଣରେ ରୁଷର ତୈଳ ଡିପୋ କ୍ଷତିଗ୍ରସ୍ତ

    ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ କ୍ରିମିଆର ସେଭାସ୍ତୋପୋଲ୍‌ ବନ୍ଦରରେ ଥିବା ତୈଳ ଡିପୋରେ ଶନିବାର ନିଆଁ ଲାଗିଯାଇଥିବା କ୍ରିମିଆରେ ମସ୍କୋ ନିଯୁକ୍ତ ଗଭର୍ଣ୍ଣର୍‌ ସୂଚନା ଦେଇଛନ୍ତି। ଗଭର୍ଣ୍ଣର୍‌ ମିହାଇଲ୍‌ ରା‌ଜ୍‌ଭୋଝାଏଭ୍‌ କହିଛନ୍ତି କି, ତୈଳ ଭଣ୍ଡାର ନିକଟରେ ଗୋଟିଏ ମାତ୍ର ଡ୍ରୋନ୍‌ ପହଞ୍ଚି ଥିବା ଯାଞ୍ଚ ପରେ ସ୍ପଷ୍ଟ ହୋଇଯାଇଛି। ତେବେ ଆଉ ଗୋଟାଏ ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦିଆଯାଇଛି। ଏହି ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି।

    ଡ୍ରୋନ୍‌ ଆକ୍ରମଣ ପରେ ତୈଳ ଭଣ୍ଡାରରେ ନିଆଁ ଲାଗି ଆକାଶକୁ ଧୂଆଁ କୁଣ୍ଡଳି ଉଠିଥିଲା। କିନ୍ତୁ, ଦୁର୍ବିପାକ ଘଟିବା ଆଗରୁ ନିଆଁ ଲିଭାଇ ଦିଆଯାଇଥିଲା ବୋଲି ଗଭର୍ଣ୍ଣର୍‌ ମିହାଇଲ୍‌ ରା‌ଜ୍‌ଭୋଝାଏଭ୍‌ କହିଛନ୍ତି। ଅନ୍ୟପଟେ ୟୁକ୍ରେନ ପକ୍ଷରୁ ଆକ୍ରମଣ ହୋଇ ନ ଥିବା ୟୁକ୍ରେନର ଜଣେ ସେନା ଅଧିକାରୀ କହିଛନ୍ତି।

    ୟୁକ୍ରେନୀୟ ସାମରିକ ଗୁଇନ୍ଦାର ଜଣେ ଅଧିକାରୀଙ୍କ ବୟାନ ଆଧାରରେ ‘ଆର୍‌ବିସି ୟୁକ୍ରେନ୍‌’ ରିପୋର୍ଟରୁ ଜଣାପଡିଛି କି, କୃଷ୍ଣସାଗରରେ ଥିବା ରୁଷର ଯୁଦ୍ଧପୋତଗୁଡ଼ିକରେ ବ୍ୟବହାର ପାଇଁ  ଗଚ୍ଛିତ ଥିବା ୧୦ରୁ ଅଧିକ ଟ୍ୟାଙ୍କ୍‌ ତୈଳ ନଷ୍ଟ ହୋଇଯାଇଛି। ପ୍ରତି ଟ୍ୟାଙ୍କ୍‌ରେ ପ୍ରାୟ ୪୦,୦୦୦ ଟନ୍‌ ତୈଳ ଉତ୍ପାଦ ଧାରଣ କରିବାର ସାମର୍ଥ୍ୟ ଥିଲା।