Tag: #cow

  • ରାଜସ୍ଥାନରେ ଗୋରୁଙ୍କୁ କହିପାରିବେନି ‘ବେସହାରା’ ଏବଂ ‘ଆୱାରା’, ନୂତନ ଶବ୍ଦର ପରାମର୍ଶ ଦେଲେ ସରକାର

    ରାଜସ୍ଥାନରେ ଗୋରୁଙ୍କୁ କହିପାରିବେନି ‘ବେସହାରା’ ଏବଂ ‘ଆୱାରା’, ନୂତନ ଶବ୍ଦର ପରାମର୍ଶ ଦେଲେ ସରକାର

    ରାଜସ୍ଥାନ ସରକାର ଚଳିତ ଆର୍ଥିକ ବର୍ଷରେ ଗୋରୁ ଆଶ୍ରୟସ୍ଥଳକୁ ୬୫୩.୬୫ କୋଟି ଟଙ୍କା ଅନୁଦାନ ଅନୁମୋଦନ କରିଛନ୍ତି। ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ଜୋରା ରାମ କୁମାୱତ କହିଛନ୍ତି ଯେ ….୨୦୨୪-୨୫ ଆର୍ଥିକ ବର୍ଷରେ ଜୁଲାଇ୨୨ ପର୍ଯ୍ୟନ୍ତ ୨,୮୪୩ ଗୋରୁ ଆଶ୍ରୟସ୍ଥଳକୁ ୬୫୩.୬୫ କୋଟି ଟଙ୍କା ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି।

    ରାଜସ୍ଥାନ ସରକାର ଗୋରୁଙ୍କ ପାଇଁ ଏକ ଦୃଢ଼ ପକ୍ଷେପ ନେଇଛି I ଗୋରୁଙ୍କ ପାଇଁ ବ୍ୟବହୃତ ହେଉଥିବା ଶବ୍ଦ ଉପରେ ବ୍ୟାନ ଲଗାଯିବ ଏବଂ ନୂଆ ଶବ୍ଦର ବିଚାର କରାଯାଇଛି I ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ଜୋରା ରାମ କୁମାୱତ କହିଛନ୍ତି ଯେ “ରାଜସ୍ଥାନରେ ଏବେ ଗୋରୁଙ୍କୁ “ଆଵାରା” ଶବ୍ଦ ବ୍ୟବହାର କରାଯିବ ନାହିଁ ” ରାଜସ୍ଥାନ ବିଧାନସଭାରେ ବୁଧବାର ପଶୁପାଳନ ଏବଂ ଡାଏରୀ ବିଭାଗର ଅନୁଦାନ ବିଷୟ ଯୁକ୍ତିରେ ଜୋରା ରାମ କୁମାୱତ ତାଙ୍କ ଉତ୍ତରରେ କହିଥିଲେ ଯେ ଏବେ ଠାରୁ ଆଵାରା ଗୋରୁଙ୍କ ପାଇଁ “ନିରାଶ୍ରିତ” ଶବ୍ଦର ବ୍ୟବହାର କରାଯିବ I

    ଖବର ଅନୁଯାୟୀ, ମନ୍ତ୍ରୀ କହିଛନ୍ତି ଯେ “ରାଜ୍ୟ ସରକାର ବହୁମୁଲ୍ୟ ପଶୁ ସମ୍ପଦ ଏବଂ ପଶୁପାଳନ ଉତ୍ପାଦନର ବିକାଶର ଅଗ୍ରଗତି କରି ପଶୁପାଳକଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରତିବଦ୍ଧ I ଗୋରୁ ଏବଂ ବଳଦମାନଙ୍କର ସଂରକ୍ଷଣ ତଥା ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ମଧ୍ୟ ସମ୍ବେଦନଶୀଳ ଭାବରେ କାର୍ଯ୍ୟ କରୁଛନ୍ତି। “
    ଗୃହରେ ଆଲୋଚନା ପରେ ବିଧାନସଭା ବିଭାଗର ଅନୁଦାନ ଦାବିଗୁଡିକ ପାରିତ କରିଛି।

  • ଓଲଟିଲା ଗୋରୁ ବୋଝେଇ କଣ୍ଟେନର ,୪୦ ଗୋରୁ ମୃତ

    ଓଲଟିଲା ଗୋରୁ ବୋଝେଇ କଣ୍ଟେନର ,୪୦ ଗୋରୁ ମୃତ

    ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅମାନବୀୟ କାଣ୍ଡ । ଏକକଣ୍ଟେନରରେ ଗୋ ଚାଲାଣ ବେଳେ ଓଲଟିଲା ଟ୍ରକ । ଘଟଣା ସ୍ଥଳରେ ଏକାଧିକ ଗୋରୁଙ୍କ ମୃତ୍ୟୁ । ସୋନପୁର ଥାନା ବିଶିମୁଣ୍ଡା ଛକରେ ଏକ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରକରେ ଥିବା ଅନେକ ଗୋରୁ ମୃତ ଓ ଅନେକ ଆହତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ସୁଚନା ଅନୁଯାୟୀ, ବିଶିମୁଣ୍ଡା କର୍ଲାଖମନ ଛକରେ ଏକ ଗୋଚାଲାଣ କରୁଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା୪୦ଟି ଗୋରୁଙ୍କର ପ୍ରାଣହାନି ଘଟିଛି। ଏହି ଟ୍ରକଟି ବୁର୍ଡାରୁ ସୋନପୁର ଆଡ଼କୁ ଆସୁଥିଲେ। କିନ୍ତୁ ତା ପଛରେ ଥିବା ଏସ୍କଟ ଗାଡ଼ିରେ ଥିବା ଲୋକେ ଅନ୍ୟ ଏକ ଟ୍ରକରେ ଅବଶିଷ୍ଟ ଜୀବନ୍ତ ଗୋରୁଙ୍କୁ ନେଇ ପଳାଇଥିଲେ।ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ବାଟ ଦେଇ ପ୍ରତିଦିନ ଏଭଳି ଗୋଚାଲାଣ କରୁଥିବା ଟ୍ରକ ଯାତାୟତ କରୁଥିବା ସତ୍ତ୍ବେ ପୁଲିସର ସେଥିପ୍ରତି ନିଘା ନଥିବା କହିଛନ୍ତି ସ୍ଥାନୀୟ ଲୋକେ ।

  • ବାରହା ପାଇଁ ବିଛା ଯାଇଥିବା ବୋମା ଖାଇ ବଳଦର ମୃତୁ ସହ ସଂଘର୍ଷ

    ବାରହା ପାଇଁ ବିଛା ଯାଇଥିବା ବୋମା ଖାଇ ବଳଦର ମୃତୁ ସହ ସଂଘର୍ଷ

    ବାରହା ଶିକାର ପାଇଁ ଦୁର୍ବୁତ୍ତ ଶିକାରୀ ମାନଙ୍କ ଦ୍ଵାରା ବିଛା ଯାଇଥିବା ବୋମା ଖାଇ ବଳଦ ମୃତୁ ସହ ସଂଘର୍ଷ କରୁଥିବା ଜଣାପଡିଛି | ମିଳିଥିବା ସୂଚନା ଅନୁଯାଇ ଗତ ଦୁଇ ଦିନ ତଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳା ପଦର ଗ୍ରାମର ଭାଗିରଥି ପାହାନ ଙ୍କ ସ୍ତ୍ରୀ ସଂଜୁ ପାହାନ ଜଣେ ମହିଳା ଗୋପାଳକ ଗତ ୬ ତାରିଖ ଦିନ ତାଙ୍କର ଗାଇ ଗୋଠ ଟି ଚାରାଇବା ପାଇଁ ନିକଟସ୍ଥ ଜଙ୍ଗଲ କୁ ଛାଡିଥିଲେ | ସେଠାରେ ଅନ୍ୟ ଗାଇ ଗୋରୁ ସମେତ ଗୋଟିଏ କଳା ବଳଦ ଖାଦ୍ୟ ନେଉଥିବା ବେଳେ ବାରହା ଶିକାର ପାଇଁ ଶିକାରୀ ମାନେ ବିଛଇ ଥିବା ବୋମା କୁ ଉକ୍ତ ବଳଦ ଟି ତାକୁ ଚୋବେଇ ଥିବା ବେଳେ ହଠାତ ବୋମା ଟି ପ୍ରଚଣ୍ଡ ବସ୍ଫୋରଣ ହୋଇ ଥିଲା | ଫଳରେ ବୋମା ମାଡ ରେ ବଳଦ ତଳ ପାଟି ର ଅଂଶ ଜିଭ ସହ ଉଡି ଯାଇଥିଲା | ବର୍ତମାନ ବଳଦ ଟି ଆହାର ଗ୍ରହଣ କରି ନପାରି ମୃତୁ ସହ ସଂଘର୍ଷ କରୁଛି | ତେଣୁ ଗୋପାଳକ ସଂଜୁ ଜଙ୍ଗଲ ବିଭାଗକୁ କ୍ଷତି ପୂରଣ ଦାବି କରିବା ସହ ସ୍ଥାନୀୟ ପ୍ରାଣୀ ଚିକିଛାଳୟ ରେ ବଳଦଟି ଚିକିଛିତ ହେଉଥିବା ଜଣାପଡିଛି |

  • ଚଡକ ମାରି ବଳଦ ମୃତ୍ୟୁ

    ଚଡକ ମାରି ବଳଦ ମୃତ୍ୟୁ

    ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଂଚାୟତ ନାବାଦୀପ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଜୁଳି ମାରି ୩ଗୋରୁ ମୃତ । ସୁଚନା ଅନୁଯାୟୀ ନାବଦୀପ ପୁର ରହଣି ଛକ ଠାରେ ମଦନ ଭୋଇ ଗୋରୁ ଚରାଉ ଥିବା ବେଳେ ମଙ୍ଗଳବାର ଅପରାହ୍ନରେ ବଳଦ ଚାରୁଥିବା ସମୟରେ ଚଡକ ମାରି ୩ବଳଦର ମୃତ୍ୟୁ ଘଟିଛି ।

    ନାବଦୀପପୁର ଗ୍ରାମର ନିରୁ ପ୍ରଧାନ, ସୁକୁଟୁ ପ୍ରଧାନ ଓ ନିର୍ମଳ ପ୍ରଧାନର ଗୋଟିଏ ଲେଖାଏଁ ବଳଦର ମୃତୁ ଘଟିଛି । ଫଳରେ ପରିବାର ଦୁଃଖରେ ଭାଂଗିପଡ଼ିଛନ୍ତି । ତେବେ କ୍ଷତିପୂରଣ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ୩ପରିବାର ।

  • ବଜ୍ରାଘାତ ନେଲା ଦଶ ଗୋରୁଙ୍କ ଜୀବନ

    ବଜ୍ରାଘାତ ନେଲା ଦଶ ଗୋରୁଙ୍କ ଜୀବନ

    ବଜ୍ରାଘାତରେ ଚାଲିଗଲା ୧୦ ଗାଈଙ୍କ ଜୀବନ । ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ସିରିକୋଇ ଗ୍ରାମରେ ।ସୁଚନା ଅନୁୟାୟୀ ସିରିକୋଇ ଗ୍ରାମର ଜୟ ଗୌଡ଼ ତାଙ୍କର ୧୦ ଟି ଗାଈକୁ ଅପରାହ୍ନରେ ନିକଟରେ ଥିବା ଏକ ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ହଠାତ୍ ସେଠାରେ ବର୍ଷା ପବନ ହେବା ସହ ବଜ୍ରାଘାତ ହୋଇଥିଲା । ଫଳରେ ୧୦ ଟି ଗାଈଙ୍କ ଉପରେ ବଜ୍ରାଘାତ ପଡିବାରୁ ସେଠାରେ ହିଁ ଗାଈ ଗୁଡ଼ିଙ୍କର ମୃତ ଘଟିଥିଲା । କିନ୍ତୁ ଅଳ୍ପକ୍କେ ବର୍ତ୍ତି ଯାଇଥିଲେ ଗାଈ ଚରାଳି ଜୟ ଗୌଡ଼ । ଖବର ପାଇ ନେଟେଙ୍ଗା ରାଜସ୍ୱ ବିଭାଗ ଅଧିକାରୀ ପହଁଚି ତଦନ୍ତ କରିଥିବା ବେଳେ କ୍ଷତିପୁରଣ ଦେବାକୁ ସାଧାରଣରେ ଦାବି କକିଛନ୍ତି ଗ୍ରାମବାସୀ ।

  • ପାରାଦ୍ଵୀପ ବଜରଙ୍ଗ ଦଳ ପକ୍ଷରୁ ଗୋ-ସୁରକ୍ଷା ଓ ରୋହିଙ୍ଗ୍ୟା ହଟାଇବାକୁ ଦାବି ପତ୍ର ପ୍ରଦାନ

    ପାରାଦ୍ଵୀପ ବଜରଙ୍ଗ ଦଳ ପକ୍ଷରୁ ଗୋ-ସୁରକ୍ଷା ଓ ରୋହିଙ୍ଗ୍ୟା ହଟାଇବାକୁ ଦାବି ପତ୍ର ପ୍ରଦାନ

    ପାରାଦୀପ ବଜରଙ୍ଗ ଦଳ ପକ୍ଷରୁ ଗୋ-ସୁରକ୍ଷା ଓ ରୋହିଙ୍ଗ୍ୟା ହଟାଇବା ଦାବିରେ ଶୋଭାଯାତ୍ରା ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ। ପାରାଦୀପ ବିଶ୍ବ ହିନ୍ଦୁ ପରିଷଦର ବଜରଙ୍ଗ ଦଳ ପକ୍ଷରୁ ଶତାଧିକ ଯୁବଗୋଷ୍ଠୀ ପାରାଦୀପ ଥାନା ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପାରାଦୀପ ଅଞ୍ଚଳରୁ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ହଟାଇବା ସହ ଗୋ ସୁରକ୍ଷା ଓ ଆହତ ଗୋରୁଗାଈଙ୍କ ଉଦ୍ଧାର ନିମନ୍ତେ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ଦାବି କରିଥିଲେ। ପାରାଦୀପ ଏକ ଶିଳ୍ପ ସମୃଦ୍ଧ ସହର ହୋଇଥିବାରୁ ଏହି ଅଞ୍ଚଳକୁ ବହୁ ରୋହିଙ୍ଗ୍ୟା ମୁସଲମାନ ପ୍ରବେଶ କରୁଛନ୍ତି। ଦିନରେ ସ୍ଥାନୀୟ ଅଞ୍ଚଳରେ ପିଲାଙ୍କୁ କାଖେଇ ଭୀକ୍ଷାବୃତ୍ତି ଓ ଫେରିବାଲା ପରି ବୁଲି ରାତିରେ ଚୋରି କରୁଛନ୍ତି। ତେଣୁ ଏମାନଙ୍କୁ ପାରାଦୀପରୁ ହଟାଇବାକୁ ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ। ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆନୁପସ୍ଥିତ ଥିବାରୁ ତାଙ୍କ ଉଦ୍ଦେଶ୍ୟରେ ସହ-ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।