Tag: #counseling

  • “କୋରିଆନ୍ ଆମ ଜୀବନ” ଗାଜିଆବାଦର 3 ଝିଅ ଭଉଣୀଙ୍କ ଆତ୍ମହତ୍ୟା ଘଟଣା

    “କୋରିଆନ୍ ଆମ ଜୀବନ” ଗାଜିଆବାଦର 3 ଝିଅ ଭଉଣୀଙ୍କ ଆତ୍ମହତ୍ୟା ଘଟଣା

    ଉତ୍ତରପ୍ରଦେଶର ଗାଜିଆବାଦରୁ ସାମ୍ନାକୁ ଆସିଥିବା ଏକ ହୃଦୟବିଦାରକ ଘଟଣା ସାରା ଦେଶକୁ ଆନ୍ଦୋଳିତ କରିଛି। ତିନି ନାବାଳିକା ଭଉଣୀଙ୍କ ମୃତ୍ୟୁ ପରେ ମିଳିଥିବା ଆତ୍ମହତ୍ୟା ନୋଟ୍‌ରେ ସେମାନଙ୍କ ମନରେ ଚାଲିଥିବା ଭୟ, ଅସନ୍ତୋଷ ଓ ମାନସିକ ଚାପର ଏକ ଗଭୀର ଚିତ୍ର ଦେଖିବାକୁ ମିଳିଛି।ନୋଟ୍‌ରେ ଝିଅମାନେ ଦକ୍ଷିଣ କୋରିଆନ୍ ସଂସ୍କୃତି, କେ–ପପ୍ ଓ କୋରିଆନ୍ ଅଭିନେତାମାନଙ୍କ ପ୍ରତି ତାଙ୍କର ଅତ୍ୟଧିକ ଆକର୍ଷଣ ବିଷୟରେ ଖୋଲାମେଳା ଭାବେ ଲେଖିଛନ୍ତି। “କୋରିଆନ୍ ଓ କେପପ୍ ଆମର ଜୀବନ ଥିଲା” ଏହି ପଂକ୍ତି ତାଙ୍କ ମନସିକ ଅବସ୍ଥାକୁ ସ୍ପଷ୍ଟ କରୁଛି। କିନ୍ତୁ ଏହା କେବଳ ଏକ ଫ୍ୟାନ୍‌ଡମ୍ କିମ୍ବା ପସନ୍ଦର କଥା ନୁହେଁ; ନୋଟ୍‌ରୁ ଜଣାପଡ଼ୁଛି ଯେ ପରିବାରିକ ଚାପ, ନିୟନ୍ତ୍ରଣ ଓ କଥିତ ଶାରୀରିକ–ମାନସିକ ଯନ୍ତ୍ରଣା ମଧ୍ୟ ସେମାନଙ୍କ ମନକୁ ଭାଙ୍ଗିଦେଇଥିଲା। ଝିଅମାନେ ଲେଖିଥିଲେ ଯେ ସେମାନଙ୍କୁ ପସନ୍ଦ ନ ଥିବା ବିଷୟରେ ଧ୍ୟାନ ଦେବାକୁ ବାରମ୍ବାର ବାଧ୍ୟ କରାଯାଉଥିଲା।

    ବିବାହ ସମ୍ପର୍କିତ ଆଲୋଚନା ସେମାନଙ୍କ ମନରେ ଭୟ ଓ ଉତ୍ତେଜନା ସୃଷ୍ଟି କରୁଥିଲା ବୋଲି ନୋଟ୍‌ରେ ଉଲ୍ଲେଖ ଅଛି। ଏହା ସହିତ, ଘରେ ମିଳୁଥିବା କଠୋର ବ୍ୟବହାର ତାଙ୍କୁ ଆଉ ଅଧିକ ଏକାକୀ କରିଦେଇଥିଲା। ପୁଲିସ୍ ଏବେ ସମଗ୍ର ଘଟଣାର ତଦନ୍ତ କରୁଛି। ନୋଟ୍‌ର ସତ୍ୟତା, ପରିବାରିକ ପରିସ୍ଥିତି ଓ ଝିଅମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରତ୍ୟେକ ପ୍ରସଙ୍ଗକୁ ଗଭୀର ଭାବେ ଖୋଜାଯାଉଛି। ବିଶେଷଜ୍ଞମାନେ କହୁଛନ୍ତି, କିଶୋର–କିଶୋରୀମାନଙ୍କ ମନସିକ ସ୍ୱାସ୍ଥ୍ୟ, ତାଙ୍କର ପସନ୍ଦ–ଅପସନ୍ଦ ଓ ଭାବନାକୁ ଅବହେଳା କଲେ ଏପରି ଦୁର୍ଘଟଣା ଘଟିପାରେ। ଏହି ଘଟଣା ସମାଜ ପାଇଁ ଏକ ଗଭୀର ସତର୍କବାଣୀ। ପିତା–ମାତା, ପରିବାର ଓ ସମାଜକୁ ଶିଖାଉଛି ଯେ ଶିଶୁମାନଙ୍କ ସହିତ କଥାହେବା, ଶୁଣିବା ଓ ସମୟରେ ମାନସିକ ସହଯୋଗ ଦେବା କେତେ ଆବଶ୍ୟକ।

  • ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

    ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

    ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ ଦକ୍ଷତା ବିକାଶ ପରାମର୍ଶ ଶିବିର ମାଧ୍ୟମରେ ଦିଗଦର୍ଶନ ଦିଆଯାଉଛି। ଏଥିପାଇଁ ବ୍ଲକ ସ୍ତରରେ ପରାମର୍ଶ ଶିବିର ଆୟୋଜନ ପାଇଁ ସରକାର ପକ୍ଷରୁ ନିର୍ଦ୍ଦେଶ ରହିଛି। ଏହି କ୍ରମରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ଆୟୋଜିତ ପରାମର୍ଶ ଶିବିରରେ ୨୨ ଗୋଟି ପଂଚାୟତର ୧୫୨ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ଛାତ୍ରଛାତ୍ରୀ ନାମ ପଂଜିକରଣ କରିଥିଲେ। ନିଜର ତଥା ନିଜ ପରିବାରର ବିକାଶରେ ସହାୟକ ହେବାକୁ ଉପସ୍ଥିତ ଅତିଥି ଆଶାୟୀଙ୍କୁ ପରାମର୍ଶ ଦେବା ସହ ଆୟୋଜିତ ଶିବିରରୁ ଯଥାସମ୍ଭବ ଜ୍ଞାନ ଆହରଣ କରିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଡିଓ ବାସୁଦେବ ନାୟକ ଓ ଜିଲ୍ଲା ନିଯୁକ୍ତି ଅଧିକାରୀ ଦୁର୍ଗାଚରଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଉପସ୍ଥିତ ଆଶାୟୀଙ୍କ ଆଶା ଶିବିର ପରେ ସେମାନେ ନିଶ୍ଚିତ ରୂପେ ନିଯୁକ୍ତି ପାଇବେ। ଫଳରେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ସହାୟକ ହେବେ। ଶିବିରରେ ନାମ ପଞ୍ଜିକରଣ ହୋଇଥିବାରୁ ଆଶାୟୀଙ୍କ ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳିଥିଲା