Tag: #CBI

  • ବାହାନଗାରେ CBI ଅଧିକାରୀ, ଦୁର୍ଘଟଣାର କାରଣ ଖୋଜୁଛି ଟିମ୍

    ବାହାନଗାରେ CBI ଅଧିକାରୀ, ଦୁର୍ଘଟଣାର କାରଣ ଖୋଜୁଛି ଟିମ୍

    ବାହାନଗା ରେଳ ଦୁର୍ଘଟଣାରେ CBI ପକ୍ଷରୁ ତଦନ୍ତ ଆରମ୍ଭ ହୋଇସାରିଲାଣି । ଏ ନେଇ ସୂଚନା ଦେଇଛନ୍ତି ରେଳବାଇ ମୁଖ୍ୟ ଲୋକ ସଂପର୍କ ଅଧିକାରୀ । ବାହାନଗାରେ ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି ତଦନ୍ତକାରୀ ଟିମ୍ । CBIର ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା,ଏହା ପଛରେ ଅପରାଧିକ ଷଡ଼ଯନ୍ତ୍ର ଅଛି କି ? ସେସବୁର ତଦନ୍ତ କରୁଛି CBI ଟିମ୍ ।

    ଗୃହ ମନ୍ତ୍ରାଳୟର ଏକ ଟିମ୍ ମଧ୍ୟ ଘଟଣାସ୍ଥଳ ବୁଲି ଦେଖିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ CBI ତଦନ୍ତ ଅନୁମୋଦନ ଦେବାପରେ CBI ଟିମ୍ ତଦନ୍ତ ଜାରି ରଖିଥିବା କହିଛନ୍ତି ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ । ଗତକାଲି ଘଟଣାସ୍ଥଳ ଯାଇ ରେଲଓ୍ବେ ସେଫ୍ଟି କମିଶନର ପ୍ରାଥମିକ ତଦନ୍ତ କରିଥିଲେ । ଲୋକୋ ପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ବୟାନ୍ ରେକର୍ଡ ହୋଇଛି । ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ ମଧ୍ୟ ଅନୁଧ୍ୟାନ କରିଥିଲେ ।

    ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁସାରେ ବାହାନଗାରେ ଉଭୟ ଅପ୍ ଏବଂ ଡାଉନ୍ ଲାଇନରେ ଟ୍ରେନ୍ ଚଳାଚଳ କଲାଣି । ସ୍ପେଶାଲ ଟ୍ରେନ୍ ମଧ୍ୟ ଚଳାଚଳ କଲାଣି । ରେଗୁଲାର ଟ୍ରେନ୍ ଓ ବନ୍ଦେ ଭାରତ ମଧ୍ୟ ସେହି ରୁଟରେ ଗଲାଣି । ଠିକ୍ ଭାବରେ ଟ୍ରେନ୍ ଚଳାଚଳ କରୁଥିବାରୁ ଖୁବଶୀଘ୍ର ଅନ୍ୟ ଟ୍ରେନ୍ ମଧ୍ୟ ଚଳାଚଳ କରିବାର ଆଶା ରହିଛି । ଏବେ ସବୁଠୁ ବଡ଼ କଥା ମୃତକଙ୍କ ପରିବାରକୁ ସୁବିଧାସୁଯୋଗ ଯୋଗାଇବା । ସେପଟେ, ସବୁ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଛି ।

  • CBI ନିର୍ଦ୍ଦେଶକ ସୁବୋଧଙ୍କ କାର୍ଯ୍ୟକାଳ ଶେଷ, ଦାୟିତ୍ୱ ନେବେ ପ୍ରବୀଣ

    CBI ନିର୍ଦ୍ଦେଶକ ସୁବୋଧଙ୍କ କାର୍ଯ୍ୟକାଳ ଶେଷ, ଦାୟିତ୍ୱ ନେବେ ପ୍ରବୀଣ

    CBI ନିର୍ଦ୍ଦେଶକ ସୁବୋଧ କୁମାର ଜୈଶଓ୍ବାଲଙ୍କ କାର୍ଯ୍ୟକାଳ ସରିଛି । ଆଜି ସେ ଅବସର ନେଉଛନ୍ତି । ଏହାପରେ CBI ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ ପ୍ରବୀଣ ସୁଦ୍‌ । କର୍ଣ୍ଣାଟକର ପୂର୍ବତନ ଡିଜିପି ପ୍ରବୀଣ ସୁଦ, ଦୁଇ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ ।

    ପ୍ରବୀଣ ସୁଦ ୧୯୮୬ ବ୍ୟାଚର ଆଇପିଏସ ଅଫିସର । ପ୍ରଥମ ଏସପି ଭାବେ ୧୯୮୯ରୁ କ୍ୟାରୟର ଆରମ୍ଭ କରିଥିଲେ । ମହୀଶୂରରେ ଏଏସପି ଭାବେ ଦାୟିତ୍ୱ ନେଇଥିଲେ । ନିଜର କର୍ତ୍ତବ୍ୟ ଏବଂ ଉଲ୍ଲେଖନୀୟ ସେବା ପାଇଁ ୨୦୧୧ରେ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଥିଲା ।

    ଗତ ତିନି ବର୍ଷ ହେଲା କର୍ଣ୍ଣାଟକ ପୋଲିସ ଡିଜି ଭାବେ କାର୍ଯ୍ୟ କରୁଛନ୍ତି ଏହି IPS ଅଫିସର । ହେଲେ ନିଜ କ୍ୟାରିୟରରେ ଅନେକ ଥର ବିବାଦକୁ ଆସିଛନ୍ତି ପ୍ରବୀଣ ।

    ପ୍ରବୀଣ ସୁଦଙ୍କୁ CBI ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି, ତାଙ୍କ ନାଁରେ ମୋହର ମାରିଛନ୍ତି । CBI ନିର୍ଦ୍ଦେଶକ ହେବା ନେଇ ସମ୍ଭାବ୍ୟ ତାଲିକାରେ ତାଙ୍କ ନାଁ ନଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ନାଁ ଲିଷ୍ଟରେ ସାମିଲ କରାଯାଇଥିଲା । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବା ଦିନ ତାଙ୍କ ନାଁ ଲିଷ୍ଟରେ ସାମିଲ ହୋଇଥିଲା । ତେବେ ପ୍ରବୀରଙ୍କୁ CBI ନିର୍ଦ୍ଦେଶକ କରିବାକୁ ନାପସନ୍ଦ କରିଛି କଂଗ୍ରେସ । ବିଜେପିକୁ ନିଜ ଇସାରାରେ ନାଚିବା ଲୋକଙ୍କୁ ଏହି ପଦରେ ନିଯୁକ୍ତି ଦେଉଥିବା କଂଗ୍ରେସ ଅଭିଯୋଗ କରିଛି ।