Tag: #BusinessNews

  • ସେୟାର ବଜାରରେ ଝଡ଼ — ବଢ଼ିଲା ଟଙ୍କାର ବଳ, ଟ୍ରମ୍ପଙ୍କ ଶୁଳ୍କ ହ୍ରାସର ପ୍ରଭାବ

    ସେୟାର ବଜାରରେ ଝଡ଼ — ବଢ଼ିଲା ଟଙ୍କାର ବଳ, ଟ୍ରମ୍ପଙ୍କ ଶୁଳ୍କ ହ୍ରାସର ପ୍ରଭାବ

    ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ପାଇଁ ଶୁଳ୍କ ହ୍ରାସ ଘୋଷଣା ଭାରତୀୟ ଶେୟାର ବଜାରରେ ଭୟଙ୍କର ଉତ୍ସାହ ସୃଷ୍ଟି କରିଛି। ଏହି ଘୋଷଣା ନିବେଶକଙ୍କ ମଧ୍ୟରେ ଭୟଙ୍କର ଉତ୍ସାହ ସୃଷ୍ଟି କରିବା ସହ, ସମସ୍ତ ପ୍ରମୁଖ ବଜାର ସୂଚକାଙ୍କୁ ରେକର୍ଡ ସ୍ତରକୁ ପହଞ୍ଚାଇଦେଇଛି।ଏହି ନିଷ୍ପତ୍ତି ବଜାରରେ ଦୀର୍ଘ ସମୟ ଧରି ଲାଗି ରହିଥିବା ଅନିଶ୍ଚିତତାର ବାଦଲକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିଛି। ଶୁଳ୍କ ରିହାତି ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ସହିତ ଭାରତୀୟ କମ୍ପାନିଗୁଡ଼ିକର ଲାଭରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।

    🔹ବଜାରରେ ନୂତନ ରେକର୍ଡ : ବଜାର ଖୋଲିବା ସହିତ ଟ୍ରମ୍ପଙ୍କ ଘୋଷଣାର ପ୍ରଭାବ ସ୍ପଷ୍ଟ ଦେଖାଯାଇଲା— ସେନସେକ୍ସ 2,500 ପଏଣ୍ଟରୁ ଅଧିକ ଉଛାଳି ପଡ଼ିଲା ନିଫ୍ଟି 700 ପଏଣ୍ଟ ବୃଦ୍ଧି ସହ 3% ରୁ ଅଧିକ ବଢ଼ିଲା ପ୍ରି-ଓପେନ୍ ସେସନରୁ ମଧ୍ୟ ବଜାରରେ ବୃଦ୍ଧିର ସଙ୍କେତ ଦେଖାଯାଇଥିଲା। ସେନସେକ୍ସ 4.47% ବୃଦ୍ଧି ପାଇ 3,647.89 ପଏଣ୍ଟ ଯୋଗ କରି ।85,314.35ରେ ପହଞ୍ଚିଥିଲା।

    🔹 ଅନିଶ୍ଚିତତାରେ ଶେଷ, ସକାରାତ୍ମକ ପରିବେଶ : ଦୀର୍ଘ ସମୟ ଧରି ଚାଲିଥିବା ମଲତିଆପ୍ତି ଓ ବାଣିଜ୍ୟ ଅନିଶ୍ଚିତତା ଏହି ନିଷ୍ପତ୍ତି ସହିତ ପ୍ରାୟ ଶେଷ ହୋଇଛି। ନିବେଶକମାନେ ଆଶା କରୁଛନ୍ତି— ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇବ, ଭାରତୀୟ କମ୍ପାନୀଗୁଡ଼ିକର ଲାଭ ବଢ଼ିବ, ବଜାରରେ ଦୃଢ଼ ବିଶ୍ୱାସ ଫେରିବ।

    🔹 ଟଙ୍କା ମଧ୍ୟ ଶକ୍ତିଶାଳୀ : ଶୁଳ୍କ ହ୍ରାସର ପ୍ରଭାବ ଫରେକ୍ସ ବଜାରରେ ମଧ୍ୟ ଦେଖାଗଲା— ଭାରତୀୟ ଟଙ୍କା 1% ଶକ୍ତିଶାଳୀ ହେଲା ଏକ ଡଲାରର ମୂଲ୍ୟ ₹90.42ରେ ଆସିପହଞ୍ଚିଲା ।

    ଏହା ଆମେରିକୀୟ ଡଲାର ତୁଳନାରେ ଏହା ୧ ପ୍ରତିଶତ ଶକ୍ତିଶାଳୀ ହୋଇଛି। ଏକ ଡଲାରର ମୂଲ୍ୟ ୯୦.୪୨ ଟଙ୍କାରେ ପହଞ୍ଚିଛି। ଭାରତୀୟ ଅର୍ଥନୀତି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି। ଏହା ଆମଦାନିକୁ ଶସ୍ତା କରିବ ଏବଂ ବୈଦେଶିକ ମୁଦ୍ରା ତୈଳାଣୀ ଉପରେ ଚାପ କମେଇବ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି।

  • ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା–ରୁପା ଦର, ୨୨ କ୍ୟାରେଟ୍ ୧୦ ଗ୍ରାମ୍‌କୁ ୧ ଲକ୍ଷ ୪୭ ହଜାର

    ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା–ରୁପା ଦର, ୨୨ କ୍ୟାରେଟ୍ ୧୦ ଗ୍ରାମ୍‌କୁ ୧ ଲକ୍ଷ ୪୭ ହଜାର

    ଲଗାତାର ଦ୍ବିତୀୟ ଦିନରେ ସୁନା ଓ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ପୁଣିଥରେ ସୁନା–ରୁପା ଦର ଖସିଛି, ଯାହା ଗ୍ରାହକଙ୍କ ପାଇଁ କିଛିଟା ଆରାମର ଖବର ନେଇଆସିଛି। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ଆଜି ୮ ହଜାର ୬୨୦ ଟଙ୍କା କମିଛି। ଗତ କାଲି ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ, ଆଜି ଏହା ହ୍ରାସ ପାଇ ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦରରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି। ଗତ କାଲି ୧୦ ଗ୍ରାମ୍ ପିଛା ୧ ଲକ୍ଷ ୫୫ ହଜାର ୧୦୦ ଟଙ୍କା ଥିବା ୨୨ କ୍ୟାରେଟ୍ ସୁନା ଦର, ଆଜି ୭ ହଜାର ୯୦୦ ଟଙ୍କା କମି ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କାରେ ରହିଛି। ୧୮ କ୍ୟାରେଟ୍ ସୁନା ଦର ମଧ୍ୟ ୧୦ ଗ୍ରାମ୍ ପିଛା ୬ ହଜାର ୪୬୦ ଟଙ୍କା ହ୍ରାସ ପାଇଛି। ଗତ କାଲି ୧ ଲକ୍ଷ ୨୪ ହଜାର ୯୦୦ ଟଙ୍କା ଥିବା ବେଳେ, ଆଜି ଏହା କମି ୧ ଲକ୍ଷ ୨୦ ହଜାର ୪୪୦ ଟଙ୍କା ହୋଇଛି।

    ଅନ୍ୟପଟେ, ରୁପା ଦରରେ ଦଶନ୍ଧିରେ ସର୍ବାଧିକ ପତନ ଦେଖିବାକୁ ମିଳିଛି। ଆଜି ମାତ୍ର ଗୋଟିଏ ଦିନରେ କେଜି ପିଛା ରୁପା ଦର ୫୫ ହଜାର ଟଙ୍କା କମିଛି। ଗତ କାଲି ୪ ଲକ୍ଷ ୫ ହଜାର ଟଙ୍କା ଥିବା ରୁପା ଦର, ଆଜି ହ୍ରାସ ପାଇ ୩ ଲକ୍ଷ ୫୦ ହଜାର ଟଙ୍କାରେ ଆସିସାରିଛି। ଲଗାତାର ଦୁଇ ଦିନ ଧରି ସୁନା–ରୁପା ଦର ହ୍ରାସ ପାଇବା ନେଇ ବଜାରରେ ଚର୍ଚ୍ଚା ଜୋର ଧରିଛି।

  • ଶସ୍ତା ହେଲା ସୁନା ଆଉ ରୁପା ଦାମ, ଜାଣନ୍ତୁ କେତେ ଅଛି ରେଟ୍ ?

    ଶସ୍ତା ହେଲା ସୁନା ଆଉ ରୁପା ଦାମ, ଜାଣନ୍ତୁ କେତେ ଅଛି ରେଟ୍ ?

    ଲଗାତାର ବୃଦ୍ଧି ପାଉଥିବା ସୁନା ଓ ରୁପା ଦାମ ମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଶୁକ୍ରବାର ବଜାର ଖୋଲିବା ପରେ ସୁନା ଆଉ ରୁପା ଦାମ କମ ହୋଇଛି । ମିଳିଥିବା ସୂଚନା ଅନୁସାରେ, ସୁନା ଦାମ ୧୦ ଗ୍ରାମ ପିଛା ପ୍ରାୟ ୮ ହଜାର ଟଙ୍କା କମିଛି। ଗତକାଲି ସୁନା ଦାମ ୧ ଲକ୍ଷ ୮୩ ହଜାର ଟଙ୍କାରେ ପହଞ୍ଚିଥିବାବେଳେ, ଶୁକ୍ରବାର ଏହା ପ୍ରାୟ ୮ ହଜାର ୮ ଶହ ଟଙ୍କା କମି ୧ ଲକ୍ଷ ୭୫ ହଜାର ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦାମରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି। ଗୁରୁବାର ରୁପା କେଜି ପ୍ରତି ୪ ଲକ୍ଷ ଟଙ୍କାରେ ପହଞ୍ଚିଥିବାବେଳେ, ଗତକାଲି ଏହା ୩ ଲକ୍ଷ ୯୯ ହଜାର ୮୯୩ ଟଙ୍କା ରହିଥିଲା। ଆଜି ରୁପା ଦାମ ପ୍ରାୟ ୨୦ ହଜାର ଟଙ୍କାରୁ ଅଧିକ କମି ୩ ଲକ୍ଷ ୭୫ ହଜାର ଟଙ୍କାରେ ପହଞ୍ଚିଛି। ସୁନା ଓ ରୁପା ଦାମର ଏହି ହ୍ରାସ ଆଗାମୀ ଦିନରେ ଗ୍ରାହକଙ୍କ ପାଇଁ କିଣାକାଟାକୁ ଆହୁରି ସହଜ କରିପାରେ।

  • ଦେବାଳିଆ ପାକିସ୍ତାନ ହାଲ ବେହାଲ

    ଦେବାଳିଆ ପାକିସ୍ତାନ ହାଲ ବେହାଲ

    ଗଭୀର ଆର୍ଥିକ ସଂକଟରେ ଫସିଥିବା ପାକିସ୍ତାନ ଶେଷରେ ନିଜର ରାଷ୍ଟ୍ରୀୟ ବିମାନ ସେବା ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (PIA) କୁ ବିକ୍ରି କରିବାକୁ ବାଧ୍ୟ ହୋଇଛି। ଗତ କିଛି ବର୍ଷ ହେବ ପାକିସ୍ତାନ ଦେବାଳିଆ ଅବସ୍ଥାରେ ପହଞ୍ଚିଥିବା ବେଳେ ଏବେ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। IMF ସମେତ ସମସ୍ତ ବନ୍ଧୁ ରାଷ୍ଟ୍ରମାନଙ୍କର ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିପାରିଲା ନାହିଁ। ବର୍ତ୍ତମାନ ପରିସ୍ଥିତି ଏତେ ଖରାପ ହୋଇଛି ଯେ, ଶହବାଜ ସରିଫଙ୍କୁ ପାକିସ୍ତାନର ସରକାରୀ ବିମାନ କମ୍ପାନି PIAକୁ ବିକ୍ରି କରିବାକୁ ପଡିଛି। ଏହି ଚୁକ୍ତି ୧୩୫ ବିଲିୟନ ଟଙ୍କାରେ କରାଯାଇଛି। ପାକିସ୍ତାନ ମଙ୍ଗଳବାର କମ୍ପାନିର ଘରୋଇକରଣ ପ୍ରକ୍ରିୟା ସଫଳତାର ସହ ସମାପ୍ତ କରିଛି ଏବଂ ଏକ ସ୍ଥାନୀୟ ନିବେଶ କମ୍ପାନିକୁ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ ବିକ୍ରି କରିଛି।

    ଜାତୀୟ ଗଣମାଧ୍ୟମ ରିପୋର୍ଟ୍ ଅନୁସାରେ, ଏହା ବର୍ଷ ବର୍ଷ ଧରି ପରିଚାଳନାଗତ ତ୍ରୁଟି ଯୋଗୁଁ ସଂଘର୍ଷ କରୁଥିବା ଏକଦା ପ୍ରତିଷ୍ଠିତ ବାହକକୁ ପୁନର୍ଜୀବିତ କରିବା ଲକ୍ଷ୍ୟ ରଖିଛି। ଏହି ନିଲାମ ପାଇଁ ତିନୋଟି କମ୍ପାନୀ ନିଲାମ ଦେଇଥିଲେ, ଯଥା ଆରିଫ୍ ହବିବ୍, ଲକି ସିମେଣ୍ଟ୍ ଏବଂ ଏୟାରବ୍ଲୁ। ଲକି ସିମେଣ୍ଟ୍ ବିପକ୍ଷରେ ଏକ ପ୍ରତିଦ୍ଵନ୍ଦୀ ନିଲାମ ଡାକିବା ପରେ ଆରିଫ୍ ହବିବ୍ ଏହି ନିଲାମ ଜିତିଥିଲେ। ୧୩୫ ବିଲିୟନ ଟଙ୍କାର ସଫଳ ନିଲାମ ମୂଲ୍ୟ ସରକାରଙ୍କ ୧୦୦ ବିଲିୟନ ଟଙ୍କାର ରେଫରେନ୍ସ ମୂଲ୍ୟ ଅପେକ୍ଷା ବହୁତ ଅଧିକ ଥିଲା।

    ଏହି ପର୍ଯ୍ୟାୟରେ PIA ର ୭୫% ଶେୟର୍‌ର ବିକ୍ରୟ ହେବ। ଏବଂ ସଫଳ ବିଡରଙ୍କ ପାଖରେ ବାକି ୨୫% କ୍ରୟ କରିବା ପାଇଁ ୯୦ ଦିନ ସମୟ ରହିବ। ଜାତୀୟ ବାହକ କମ୍ପାନୀର ବିକ୍ରୟରୁ ସଂଗୃହୀତ ଅର୍ଥର ଏକ ବୃହତ ଅଂଶ ୯୨.୫ % ବିମାନ କମ୍ପାନୀରେ ବିନିଯୋଗ କରାଯିବା, ଯେତେବେଳେ କି ବାକି ୭.୫% ସରକାରଙ୍କୁ ପ୍ରଦାନକରାଯିବା।

    ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ୍ ଏଇ ବିକ୍ରୟ ପ୍ରକ୍ରିୟାର ପାରଦର୍ଶିତାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ “ଏହା ପାକିସ୍ତାନର ଇତିହାସରେ ସବୁଠାରୁ ବଡ଼ ଲେନଦେନରେରୁ ଗୋଟିଏ ହେବ”। ସମ୍ପୂର୍ଣ୍ଣ ବିଡ୍ ପ୍ରକ୍ରିୟାଟି ସ୍ଥାନୀୟ ଟିଭି ଚ୍ୟାନେଲମାନଙ୍କରେ ସିଧା ପ୍ରସାରଣ କରାଯାଇଥିଲା। ଏହି ବିକ୍ରୟ ପାଇଁ ପୂର୍ବ ବର୍ଷ ବିଫଳ ହେବା ସତ୍ୱେ ଏହି ବର୍ଷ ସଫଳ ହୋଇଛି।

    ପୂର୍ବେ ଗୋଟିଏ ପ୍ରମୁଖ ବିମାନ ସେବା ସଂସ୍ଥା ଭାବେ ପରିଚିତ PIA ପାଇଁ ନିଜୀକରଣ ଏକ ଯୁଗର ଶେଷକୁ ସୂଚିତ କରୁଛି। ଦୀର୍ଘବର୍ଷର ଖରାପ ପରିଚାଳନା ଏହାର ସେବାର ଗୁଣମାନ ଓ ପ୍ରତିଷ୍ଠାକୁ ଗୁରୁତର ଭାବେ କ୍ଷତିଗ୍ରସ୍ତ କରିଥିଲା, ଯାହାର ପରିଣାମସ୍ୱରୂପ ସରକାରକୁ ଏହାକୁ ନିଜୀ ନିବେଶକଙ୍କ ପାଖକୁ ବିକ୍ରୟ କରିବାକୁ ବାଧ୍ୟ ହେବାକୁ ପଡ଼ିଲା।