Tag: #Burnt

  • କିଏ ଏହି ମହିଳା ?

    କିଏ ଏହି ମହିଳା ?

    ବ୍ରିଜ ଛାତ ତଳୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଦେଉଳପଦର ବ୍ରିଜ ଠାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦେଉଳପଦର ରୁ ପୁଆକୁ ସଂଯୋଗ କରୁଥିବା ବ୍ରିିଜ ଗାଡର ଭିତରେ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଲିଥିଲା ।

    ବ୍ରିଜ ତଳେ ରହିଥିବା ଶୁଡଙ୍ଗ ଭିତରକୁ ପଶି କିଛି ପିଲା ଚଢେଇ ଧରିବାକୁ ଯାଇଥିବାବେଳେ ସେମାନେ ମହିଳାଙ୍କ ମୃତଦେହକୁ ଠାବ କରିଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛି ।

    ତେବେ ସାଇଂଟିଫିକ ଟିମ ସାହାର୍ଯ୍ୟରେ ପୋଲିସ ତଦନ୍ତ କରିବାନେଇ ଜଣାପଡିଥିବାବେଳେ ମୃତକଙ୍କ ସମ୍ପର୍କରେ ଏଯାଏଁ କିଛି ଜଣାପଡିନାହିଁ । ମହିଳାଙ୍କୁ ହତ୍ୟାପରେ ତଥ୍ୟ ଲୁଚାଇବାକୁ ଦୁର୍ବୁର୍ତମାନେ ଏଭଳି କରିଥିବା ସନ୍ଦେହ କରାଯାଉଛି

  • ଜମ୍ମୁରେ ଜଳିଗଲା ସେନା ଗାଡ଼ି

    ଜମ୍ମୁରେ ଜଳିଗଲା ସେନା ଗାଡ଼ି

    ଜମ୍ମୁ କାଶ୍ମୀରରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ସେନା ଗାଡ଼ିରେ ଭୀଷଣ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଅତି କମରେ ୪ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

    ଭାଟାଦୁଡ଼ିଆଁ କ୍ଷେତ୍ରରେ ଏହି ଘଟଣା ଘଟିଥିଲା । ସୂଚନା ମିଳିବା କ୍ଷଣି ସେନା ଉଚ୍ଚ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ହୁତୁହୁତୁ ହୋଇ ଜଳୁଛି ସେନା ଗାଡ଼ି । ଏହାର ଉଚ୍ଚସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଛି ।