Tag: #biraja temple

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଭିଗୟାରେ ପିଣ୍ଡଦାନ କଲେ : ଜାଣନ୍ତୁ କାହିଁକି ପିତୃ-ମାତୃଙ୍କୁ ସମ୍ମାନ ଦିଆଯାଇଛି

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଭିଗୟାରେ ପିଣ୍ଡଦାନ କଲେ : ଜାଣନ୍ତୁ କାହିଁକି ପିତୃ-ମାତୃଙ୍କୁ ସମ୍ମାନ ଦିଆଯାଇଛି

    ନାଭିଗୟାରେ ପିଣ୍ଡଦାନ କାର୍ଯ୍ୟ ସମ୍ପନ୍ନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସକାଳ ୯ଟା ୫୦ ମିନିଟ୍‌ରେ ମହାମହିମ ବିରଜା ମନ୍ଦିର ପହଞ୍ଚିବା ପରେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଆରଡିସି, ଅତିରିକ୍ତ ଡିଜି, କେନ୍ଦ୍ରାଞ୍ଚଳ ଡିଆଇଜି, ଯାଜପୁର ଜିଲ୍ଲାପାଳ ଓ ଏସପି ସମେତ ଅନେକ ବର୍ଗ ଅଧିକାରୀ ଉପସ୍ଥିତ ଥିଲେ।

    ଏହାପରେ ମା’ଙ୍କୁ ଦର୍ଶନ, ପୂଜାର୍ଚ୍ଚନା ଓ ବେଢ଼ା ପରିକ୍ରମା କରିଥିଲେ  । ପିଣ୍ଡଦାନ କାର୍ଯ୍ୟରେ ପୂଜକ ଭାବେ ସରୋଜ କୁମାର ପତି, ଅବିନାଶ ପାଣି, ସତ୍ୟରଂଜନ ପାଣି ଓ କଲ୍ୟାଣ ପାଣି ରହିଥିଲେ  । ପୁରୋଧା ଭାବେ ସେଠାରେ ହିଂମାଶୁ ଶେଖର ପତିମିଶ୍ର ଉପସ୍ଥିତ ଥିବାବେଳେ ମା’ଙ୍କ ପୂଜାରେ ପୁରୋଧା ଭାବେ ଡ. ଜ୍ଞାନରଂଜନ ପତିଙ୍କ ସମେତ ଦୁର୍ଗାମାଧବ ପାଣି, ବିଜୟ କୁମାର ପାଣି, ସତ୍ୟରଂଜନ ପାଣି ରହିଥିଲେ  । 

    ଦୈନିକ ପାଳିଆ ସେବକ ଭାବେ ସତ୍ୟନାରାୟଣ କର, ନାଗେନ୍ଦ୍ର ଭୂଷଣ କର, ଦୂତୀସୁନ୍ଦର ପାଣି ଉପସ୍ଥିତ ଅଛନ୍ତି। ଏଥିସହ ମନ୍ଦିର ମୁଖଶାଳା ନିକଟରେ ୪ଜଣ ସେବାୟତଙ୍କ ଦ୍ବାରା ବେଦପାଠ କରାଯିବା ସେଥିରେ ସୀତାକାନ୍ତ ପାଣି, ପ୍ରତାପ କୁମାର ପତି, ବିରଜା ଶଙ୍କର ପତି ଓ ପ୍ରଭାତ ରଂଜନ ପତିଙ୍କୁ ରଖାଯାଇଛି। ସେହିପରି ମୁକ୍ତି ମଣ୍ଡପରେ ୩୨ ଜଣ ବ୍ରାହ୍ମଣ ସେବାୟତ ଉପସ୍ଥିତ ଥିଲେ  ।

    ସମଗ୍ର ଭାରତବର୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ୩ଟି ଗୟା ଅର୍ଥାତ୍ ତ୍ରିଗୟା ରହିଛି ।  ପାଦଗୟା ପିଠାପୁରମ୍ ଆନ୍ଧ୍ରପ୍ରଦେଶରେ, ଶିରଗୟା ବିହାରରେ ଓ ନାଭିଗୟା ଓଡ଼ିଶାର ଯାଜପୁରରେ ଅବସ୍ଥିତ ହିନ୍ଦୁ ରାତିରେ ଏହିଠାରେ ପିଣ୍ଡଦାନ ଜଳେ ପିତୃପୁରୁଷ ମୁକ୍ତିଲାଭ କରିଥାନ୍ତି ବୋଲି ବିଶ୍ଵାସ ରହିଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବିଶେଷକରି ଦକ୍ଷିଣ ଭାରତରୁ ଅଧିକାଂଶ ଶ୍ରଦ୍ଧାଳୁ ପିଣ୍ଡଦାନ କରିବାକୁ ଏଠାକୁ ଆସିଥାନ୍ତି । ଏଥିସହ ବହୁ ଶ୍ରଦ୍ଧାଳୁ ତ୍ରିବେଣୀରେ ଅସ୍ଥି ବିସର୍ଜନ କରି ନାଭିଗୟାରେ ପିଣ୍ଡଦାନ କରିଥାନ୍ତି । ଏହାପରେ ଶ୍ରୀକ୍ଷେତ୍ର ପୁରୀ  ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି  ।

    ମହାମହିମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କର ମା’ ବିରଜାଙ୍କ ପବିତ୍ର କ୍ଷେତ୍ରକୁ ଏହା ପ୍ରଥମ ଗସ୍ତ। ସ୍ବାଧୀନ ଭାରତରେ ଭାରତର କୌଣସି ରାଷ୍ଟ୍ରପତି ଏହି କ୍ଷେତ୍ରକୁ କେବେ ଆସିନଥିଲେ। ସେଥିପାଇଁ ଆମେ ଗର୍ବିତ ଓ ଉତ୍ସାହିତ । ଆଜି ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଦ୍ବିତୀୟା ତିଥି । ଏହି ଶୁଭବେଳାରେ ମା’ଙ୍କୁ ଦର୍ଶନ ଓ ନାଭିଗୟା ପୁଣ୍ୟତୀର୍ଥରେ ମହାମହିମଙ୍କ ପିତୃଗଣ ଓ ମାତୃଗଣଙ୍କ ପିଣ୍ଡଦାନ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ଏବଂ ଆମର ସମସ୍ତ ସେବାୟତମାନେ ଗୌରବାନ୍ବିତ ମନେ କରୁଛୁ । ସେ ହେଉଛନ୍ତି ଦେଶର ପ୍ରଥମ ନାଗରିକ ତଥା ଆମ ଓଡ଼ିଶାର କନ୍ୟା । ନିର୍ଦ୍ଧାରିତ ସମୟରେ ତ୍ରୁଟିଶୂନ୍ୟ ଭାବେ ତାଙ୍କର ସମସ୍ତ କାର୍ଯ୍ୟ ଯେପରି ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ, ସେଥିପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରୟାସ ଜାରି ରଖିଛୁ ।

  • ମା’ ବିରଜାଙ୍କ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ମା’ ବିରଜାଙ୍କ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଭୁବନେଶ୍ୱରରୁ ବିଶେଷ ବିମାନରେ ଯାଜପୁର ଆସି ପହଞ୍ଚିବା ପରେ ସେ ମା’ ବିରଜାଙ୍କୁ ଦର୍ଶନ କରି ନାଭିଗୟାରେ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ କରିଛନ୍ତି | ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ |

    ମା’ ବିରଜାଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ପିଣ୍ଡଦାନ ନୀତି ସଂପାଦନ ପାଇଁ ୧୬ ଜଣ ବ୍ରାହ୍ମଣ ଏବଂ ୩୨ ଜଣ ସେବାୟତ ବିଶେଷ ଭାବେ ନିୟୋଜିତ ହୋଇଛନ୍ତି | ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ମା’ ବିରଜାଙ୍କୁ ବିଶେଷ ବେଶରେ ସଜାଯାଇଛି | କୁସୁମାଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଭଲ ଭାବରେ ସଜାଯାଇଥିଲା | ତାହା ସହ ସାଂସ୍କୃତିକ ଦଳ, ଲୋକନୃତ୍ୟ, କୀର୍ତ୍ତନ ଓ ଆଧ୍ୟାତ୍ମିକ ପରିବେଷଣ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅତ୍ୟନ୍ତ ଭବ୍ୟ ସ୍ୱାଗତ କରାଯାଇଛି | ନାଭିଗୟାକୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପରିଷ୍କାର କରାଯାଇ ସୁନ୍ଦର ଭାବେ ସାଜସାଜି କରାଯିବ ସହ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି | ୨୦ ପ୍ଲାଟୁନ ପୁଲିସ ଫୋର୍ସ, ୩ ଜଣ SP, ୩୦ ଜଣ ଇନ୍ସପେକ୍ଟର ସବ୍‌ଇନ୍ସପେକ୍ଟର ନିଯୁକ୍ତ କରିବା ସହ କେତେକ ସ୍ଥାନରେ କମଣ୍ଡ ରାଙ୍କ୍ ଅଫିସର ମୁତୟନ କରାଯାଇଛି | ବିରଜା ମନ୍ଦିର ପରିସର, ବ୍ରହ୍ମାକୁଣ୍ଡ ଓ ଆଖପାଖ ଅଞ୍ଚଳକୁ ଫୁଲ, ପ୍ରଦୀପ ଓ ବିଭିନ୍ନ ସଜାଣିରେ ଆକର୍ଷଣୀୟ ଭାବେ ସଜାଯାଇଛି |

    ମହାମହିମ ଯାଜପୁର କାର୍ଯ୍ୟକ୍ରମ ସାରିବା ପରେ ବାଲେଶ୍ୱର ଯିବେ |ବିରଜା ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲେଶ୍ୱରର ଫକୀରମୋହନ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ | ସେଠାରୁ ଅପରାହ୍ଣ ପ୍ରାୟ ୩.୫୦ରେ ପୁରୀ ଯିବା କାର୍ଯ୍ୟକ୍ରମ ରହିଛି | ରାଷ୍ଟ୍ରପତିଙ୍କ ଏହି ପ୍ରଥମ ଯାଜପୁର ଗସ୍ତକୁ ଐତିହାସିକ କରିବା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିଶେଷ ପ୍ରସ୍ତୁତି ହୋଇଥିବା ଦେଖାଗଲା।

  • ମା ବିରଜାଙ୍କ ୨୧ତମ ବାର୍ଷିକ ଅନନ୍ତ ମହାଯଜ୍ଞ ଅନୁଷ୍ଠିତ

    ମା ବିରଜାଙ୍କ ୨୧ତମ ବାର୍ଷିକ ଅନନ୍ତ ମହାଯଜ୍ଞ ଅନୁଷ୍ଠିତ

    ଯାଜପୁର ଜିଲ୍ଲାର ଆରାଧ୍ୟ ଦେବୀଙ୍କ ଆଜ୍ଞାରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା ଅନନ୍ତ କୁମାରୀଙ୍କ ପୀଠରେ ୨୧ତମ ବାର୍ଷିକ ଅନନ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଗ୍ରାମବାସୀ ଓ ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ଵାରା ପ୍ରଥମେ କେଲୁଅ ନଦୀରୁ ଜଳ ଉଠାଇ ଭଜନ କୀର୍ତ୍ତନରେ ମହାଆଡମ୍ବରରେ କଳସ ଯାତ୍ରା କରାଯାଇଥାଇଥିଲା । ପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରି ଶୁଭାଧିବାସ, ଯଜ୍ଞ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା ।

    ଏହି ଅବସରରେ ଯଜ୍ଞ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଭକ୍ତିମୟ ପରିବେଶରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । , ଭକ୍ତ ମାନେ ଯଜ୍ଞ ମଣ୍ଡପ ପରୀକ୍ରମା ପରେ ମହାଆନନ୍ଦରେ ଆନନ୍ଦ ବଜାରରେ ପ୍ରସାଦ ସେବନ କରନଥିଲେ । , ଯଜ୍ଞ କମିଟିର ସମସ୍ତ ତଥା ଅଗ୍ରଣୀ ସଦସ୍ୟ ନେତୃତ୍ୱ ରେ ଏହି ଅନନ୍ତ ବିଶ୍ଵଶାନ୍ତି ମହାଯଜ୍ଞ କୁ ବହୁ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ସମାପନ କରାଯାଇଛି ।

  • ଦଶହରା ଅବସରରେ ୯ ଦିନ ବ୍ୟାପି ଶକ୍ତି ପୀଠ ବିରଜା କ୍ଷେତ୍ରରେ ଅନୁଷ୍ଠିତ ହୁଏ ରଥଯାତ୍ରା

    ଦଶହରା ଅବସରରେ ୯ ଦିନ ବ୍ୟାପି ଶକ୍ତି ପୀଠ ବିରଜା କ୍ଷେତ୍ରରେ ଅନୁଷ୍ଠିତ ହୁଏ ରଥଯାତ୍ରା

    ରଥଯାତ୍ରାକୁ ନେଇ ଚଳଚଂଚଳ ଯାଜପୁରର ପ୍ରମୁଖ ଶକ୍ତି ପୀଠ ବିରଜା କ୍ଷେତ୍ର । ଦଶହରା ଅବସରରେ ଏହି ପୀଠରେ ମାଙ୍କ ରଥଯାତ୍ରା ୯ ଦିନ ବ୍ୟାପୀ ଅନୁଷ୍ଠିତ ହୁଏ । ସୁନିଆ ପର ଦିନରୁ ମାଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏଥିପାଇଁ ମହାରଣା ମାନେ ରଥର ନିର୍ମାଣରେ ଲାଗିଛନ୍ତି । ମାଙ୍କ ମନ୍ଦିର ବେଢ଼ା ଚତୁଃପାର୍ଶ୍ୱରେ ଶ୍ରଦ୍ଧାଳୁ ମାନେ ରଥକୁ ଟାଣିଥାନ୍ତି ।

    ଏବେ ଚାଲିଛି ପିତୃପୁରୁଷଙ୍କ ପିଣ୍ଡଦାନ ପକ୍ଷ । ପିଣ୍ଡଦାନ ପାଇଁ ଭାରତର ୩ଟି କ୍ଷେତ୍ର ରହିଥିବା ବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଥିବା ନାଭିଗୟା ଅନ୍ୟତମ । ବର୍ତମାନ ମହାଳୟା ଅବସରରେ ପିଣ୍ଡଦାନ ପକ୍ଷ ଥିବାରୁ ଦୈନିକ ଶହଶହ ଶ୍ରଦ୍ଧାଳୁ ମା ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ।