Tag: #bhadrak

  • ସାଇବର ସୁରକ୍ଷା ସଚେତନତା

    ସାଇବର ସୁରକ୍ଷା ସଚେତନତା

    ଭଦ୍ରକ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ସ୍ମାର୍ଟଫୋନର ବ୍ୟଵହାର ତଥା ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସାଇବାର ଅପରାଧ ମଧ୍ୟ ବଢୁଛି । ଏହାର ପ୍ରତିରୋଧ ପାଇଁ ପ୍ରତିବର୍ଷ ଅକ୍ଟୋବର ମାସକୁ ସାଇବର ସୁରକ୍ଷା ସଚେତନତା ମାସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ସାଇବର ସୁରକ୍ଷା ସଚେତନତା ଅଭିଯାନକୁ କିପରି ବ୍ୟାପକ କରାଯାଇପାରିବ ଏନେଇ ଅଣ୍ଟା ଭିଡିଛି ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ । ଉଭୟ ଅଫଲାଇନ ଓ ଅନଲାଇନରେ ସାଇବର ସୁରକ୍ଷା ସଚେତନତା ବାର୍ତା ଦିଆଯିବ ବୋଲି କହିଛନ୍ତି ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି।

    ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଏହାକୁ ଅନଲାଇନ ଜରିଆରେ ଉଦଘାଟନ କରିବାକୁ ଯାଉଥିବା ବେଳେ ଅକ୍ଟୋବର ୨ରେ ସାଇବର ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯିବ । ଏହି ସଚେତନତା ରଥ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଗାଁରୁ ସହର, ସମସ୍ତ ଜନଗହଳି ସ୍ଥାନରେ ରହି ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ଲୋକଙ୍କୁ ପ୍ରଦାନ କରିବ । ସେହିଭଳି ଅନଲାଇନରେ ମଧ୍ୟ ସାଇବର ସୁରକ୍ଷା ସଚେତନତାର ବାର୍ତା ଦିଆଯିବ।

  • ବ୍ଲକ ସ୍ତରୀୟ ସାହିତ୍ୟ ସୃଜନୀ ପ୍ରଶିକ୍ଷଣ ଶିବିର

    ବ୍ଲକ ସ୍ତରୀୟ ସାହିତ୍ୟ ସୃଜନୀ ପ୍ରଶିକ୍ଷଣ ଶିବିର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସାହିତ୍ୟ ସୃଜନୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ଟିକୁ ମତୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ଶିବିର ଟି ଦୁଇଦିନ ଧରି ଚାଲିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।ଉକ୍ତ ଶିବିରରେ ପ୍ରଶିକ୍ଷକ ମନୋଜ କୁମାର ସାହୁ, ପ୍ରମୋଦ କୁମାର ମଲ୍ଲିକ,ମତୋ ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ବ୍ଲକ ର ସମସ୍ତ ୫ଟି ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ କିପରି ପିଲା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳିକୁ କିପରି ସଦ୍ଉପଯୋଗ କରିପାରିବେ ସେ ବିଷୟରେ ଉକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଶ୍ରୀ ଯୁକ୍ତ ଦାସ ସୂଚନା ଦେଇଛନ୍ତି।

  • ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ବାପା

    ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ବାପା

    ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଲା ବାପା। ଏପର୍ଯ୍ୟନ୍ତ ବାପଝିଅଙ୍କର କୌଣସି ପତ୍ତା ମିଳିନାହିଁ। ହ୍ୟାଲୋ ଜେଜେ, ମୁଁ ତୃପ୍ତି କହୁଛି । ବାପା କହିଲେ ଆମେ ମା’ ପାଖକୁ ଯାଉଛୁ । ଆମକୁ ଆଉ ଖୋଜିବନି । ମା’କୁ ଛାଡ଼ି ଆମେ ଆଉ ରହି ପାରୁନୁ । ଏହାପରେ ଫୋନ୍‌ ସୁଇଚ୍‌ ଅଫ୍‌ । ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ବୈତରଣୀ ସେତୁ ଉପରେ।

    ପ୍ରତ୍ୟକ୍ଷଦର୍ଶୀଙ୍କ କାବିହା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ। ସେଠାରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ବାପଝିଅ ନଦୀକୁ ଡେଇଁ ପଡ଼ିଥିଲେ। ଚନ୍ଦନଙ୍କ ପତ୍ନୀ ଏକ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତେବେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ ତାର କାରଣ ଜଣାପଡିନାହିଁ। ପାରିବାରିକ କଳହ ପାଇଁ ଏପରି ଘଟିଥିବା ସନ୍ଦେହ କରାଯାଉଛି।

    ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବାପଝିଅଙ୍କୁ ଆଖପାଖରେ ଖୋଜି ଖୋଜି କରିଥିଲେ, ହେଲେ ପାଇ ନଥିଲେ। ଅନ୍ଧାର ପାଇଁ ନଦୀ ଭିତରେ ଖୋଜା ଖୋଜି କରିନଥିଲେ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି।

  • ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ଗୁରୁତର

    ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ଗୁରୁତର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟର ୩ ଛାତ୍ର ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର। ଏଥିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ କଟକ ବଡମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ସୂଚନା ମୁତାବକ, ଚାନ୍ଦବାଲି କଲେଜ +୨ ର ତିନିଜଣ ଛାତ୍ର ଗୋଟିଏ ସ୍କୁଟିରେ କଲେଜରୁ ଫେରୁଥିଲେ। କଲେଜ ରୋଡ଼ ଇନଡୋର ଷ୍ଟାଡିୟମ ନିକଟରେ ସ୍କୁଟି ଚଳାଉଥିବା ଚାଳକ ଛାତ୍ର ସ୍କୁଟି ଉପରୁ ଭାରସ୍ୟମ ହରାଇବାରୁ ସ୍କୁଟି ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଖାଇଥିଲା। ଧକ୍କା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଛାତ୍ରମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲ ଭର୍ତି କରିଥିଲେ। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ଡାକ୍ତର ରେଫର କରିଦେଇଥିଲେ। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଛାତ୍ର ଜଣକ ସତ୍ୟବ୍ରତ ନାୟକ ହୋଇଥିବା ବେଳେ ଗୁରୁତର ଦୁଇଜଣ ହେଉଛନ୍ତି ବିଜୟ ପରିଡା ଓ ଲକି ଦାସ। ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

  • ଚାଷ ଜମିରେ ବଜ୍ରାଘାତ, ଯୁବକଙ୍କ ମୃତ୍ୟୁ

    ଚାଷ ଜମିରେ ବଜ୍ରାଘାତ, ଯୁବକଙ୍କ ମୃତ୍ୟୁ

    ପୁଣି ଜଣେ ବ୍ଯକ୍ତିଙ୍କର ବଜ୍ରାଘାତରେ ମୃତ୍ଯୁ ଘଟିଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ବାଶଂଡା ଥାନା ଅଧିନସ୍ଥ ଘଣ୍ଟେଶ୍ବର ବିଜାପୁର ଗ୍ରାମରେ । ଗତକାଲି କ୍ଷେତକୁ ବାସୁଦେବ ନାୟକ ଚାଷ କାର୍ଯ୍ୟ ପାଇଁ ଯାଇଥିବାବେଳେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି ।

    ମୃତ ନାୟକ ତିହିଡ଼ି ବ୍ଲକ ଅନ୍ତର୍ଗତ ଯାମଜୋଡି ପଞ୍ଚାୟତ ଥିବା ଚାଷ ଜମି କୁ ଯାଉଥିବା ସମୟରେ ବଜ୍ରାଘାତରେ ତାଙ୍କର ଦେହର ଅଳ୍ପ କିଛି ଅଂଶ ପଡିଯାଇଥିଲା। ତା’ପରେ ତାଙ୍କୁ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଖବର ପାଇ ବାଶଂଡା ପୋଲିସ ପହଞ୍ଚିଥିଲା ଏବଂ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା ।