Tag: #BCCI

  • ଟି–୨୦ ବିଶ୍ୱକପ ପୂର୍ବରୁ ଶୁଭମନ୍ ଗିଲ୍‌ଙ୍କୁ ଝଟକା

    ଟି–୨୦ ବିଶ୍ୱକପ ପୂର୍ବରୁ ଶୁଭମନ୍ ଗିଲ୍‌ଙ୍କୁ ଝଟକା

    ଟିମ୍ ଇଣ୍ଡିଆର ଟି–୨୦ ବିଶ୍ୱକପ ଦଳ ଘୋଷଣା ପୂର୍ବରୁ ଶୁଭମନ୍ ଗିଲ୍‌ଙ୍କ ପାଖକୁ ଆସିଥିବା ଗୋଟିଏ ଫୋନ୍ କଲ୍ ଏବେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ସେହି ଫୋନ୍ କଲ୍‌ରେ ଗିଲ୍‌ଙ୍କୁ ସଫାସଫା କୁହାଯାଇଥିଲା ଯେ, ତାଙ୍କୁ ଟି–୨୦ ବିଶ୍ୱକପ ଦଳରେ ସ୍ଥାନ ମିଳିନି। ଆଉ ମାତ୍ର କିଛି ମିନିଟ୍ ପରେ ପ୍ରେସ୍ କନଫରେନ୍ସ ହୋଇ ବିଶ୍ୱକପ ଟିମ୍ ଘୋଷଣା ହୋଇଯାଇଥିଲା, ଯେଉଁଥିରେ ଶୁଭମନ୍ ଗିଲ୍‌ଙ୍କ ନାମ ନଥିଲା।

    ଆଗାମୀ ଟି–୨୦ ବିଶ୍ୱକପ ପାଇଁ ଘୋଷିତ ଦଳରେ ସୂର୍ୟ୍ୟକୁମାର ଯାଦବଙ୍କୁ କ୍ୟାପଟେନ୍ ଏବଂ ଅକ୍ଷର ପଟେଲ୍‌ଙ୍କୁ ଭାଇସ୍ କ୍ୟାପଟେନ୍ କରାଯାଇଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଟିମ୍ ଇଣ୍ଡିଆର ଓ୍ୱାନଡେ ଓ ଟେଷ୍ଟ ଦଳର ମୁଖ୍ୟ ଭରସା ଶୁଭମନ୍ ଗିଲ୍‌ଙ୍କୁ ଟି–୨୦ ବିଶ୍ୱକପ୍ ଦଳରୁ ବାଦ ଦିଆଯିବା।

    ରିପୋର୍ଟ ଅନୁସାରେ, ଶନିବାର ଦିନ ସିଲେକ୍ସନ୍ କମିଟିର ବୈଠକ ଚାଲିଥିବା ସମୟରେ ହିଁ ଗିଲ୍‌ଙ୍କୁ ଏହି ଫୋନ୍ କଲ୍ ଯାଇଥିଲା। ସେତେବେଳେ ସେ ଅହମ୍ମଦାବାଦରୁ ଚଣ୍ଡିଗଡ଼ ଫେରୁଥିଲେ। BCCIର ଜଣେ ଅଧିକାରୀ ତାଙ୍କୁ ଦଳ ଗଠନ କାରଣ ଦେଖାଇ ଏହି ନିଷ୍ପତ୍ତି ବିଷୟରେ ଜଣାଇଥିଲେ। ଏହା ଗିଲ୍ ପାଇଁ ଅପେକ୍ଷା କରାଯାଇନଥିବା ଝଟକା ଥିଲା, କାରଣ ସେ ନ୍ୟୁଜିଲାଣ୍ଡ ସିରିଜ୍ ଏବଂ ବିଶ୍ୱକପ୍ ପାଇଁ ନିଜକୁ ପ୍ରସ୍ତୁତ ବୋଲି ଭାବୁଥିଲେ।

    ଚୟନକର୍ତ୍ତାମାନଙ୍କ କହିବା ଅନୁସାରେ, ଟିମ୍ କମ୍ବିନେସନ୍ ଓ ଟି–୨୦ ଫର୍ମାଟ୍‌ର ଚାହିଦା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ କିଛି ଟି–୨୦ ମ୍ୟାଚ୍‌ରେ ଗିଲ୍‌ଙ୍କ ବ୍ୟାଟ୍ ଶାନ୍ତ ରହିଥିବାବେଳେ, ସୟଦ ମୁସ୍ତାକ ଅଲି ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିବା ଇଶାନ କିଷାନ ଓ ରିଙ୍କୁ ସିଂହଙ୍କୁ ସୁଯୋଗ ମିଳିଛି।

    ତଥାପି, ଶେଷ ମୁହୂର୍ତ୍ତରେ ଫୋନ୍ କଲ୍ ମାଧ୍ୟମରେ ଏଭଳି ସୂଚନା ଦେବାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ବିଶେଷଜ୍ଞମାନେ କହୁଛନ୍ତି, ଗିଲ୍‌ଙ୍କ ଆଗକୁ ଦୀର୍ଘ କ୍ୟାରିଅର୍ ରହିଛି ଏବଂ ଗୋଟିଏ ବିଶ୍ୱକପରୁ ବାଦ ପଡ଼ିବା ତାଙ୍କ ଭବିଷ୍ୟତକୁ ଆଘାତ ଦେଇପାରିବ ନାହିଁ।

  • ଆଉ ଖେଳିବେନି ରୋହିତ ଓ ବିରାଟ!

    ଆଉ ଖେଳିବେନି ରୋହିତ ଓ ବିରାଟ!

    ରେହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଆଉ ନ ଖେଳେଇବା ପାଇଁ BCCI କରୁଛି ଷଡ଼ଯନ୍ତ୍ର ! ୨୦୨୭ରେ ହେବାକୁ ଥିବା ODI ବିଶ୍ୱକପ୍ ଖେଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ଥିର କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ! BCCIର ବର୍ତ୍ତମାନର କାର୍ଯ୍ୟକଳାପ ଏହା ଆଡ଼କୁ ଇଙ୍ଗିତ କରୁଛି। ଗତ ଦେଢ଼ ଦଶନ୍ଧି ଧରି ଟିମ୍ ଇଣ୍ଡିଆର ଦାୟିତ୍ୱ ବୋହି ଆସୁଥିବା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବିଦାୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି।

    ଦୁବାଇରେ ଅନୁଷ୍ଠିତ ODI ଚାମ୍ପିଅନ୍ସ ଟ୍ରଫି ଜିତିବାରେ ରୋହିତ ଏବଂ ବିରାଟ ଉଭୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେବେ ଠାରୁ ଭାରତ କୌଣସି ODI ସିରିଜ୍ ଖେଳିନାହିଁ। ଏକ ରିପୋର୍ଟ ଅନୁଯାୟୀ, BCCIର ଏକ ସୂତ୍ର କହିଛି ଯେ ଯଦି ଉଭୟେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିବାକୁ ଚାହାଁନ୍ତି, ତେବେ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ। ‘ରୋ-କୋ’ ନାମରେ ପ୍ରସିଦ୍ଧ ଏହି ଯୋଡ଼ି ଟେଷ୍ଟ ଏବଂ T20 ଫର୍ମାଟରେ ମଧ୍ୟ ସେମାନଙ୍କର ଶେଷ ମ୍ୟାଚ୍ ଏକାଠି ଖେଳିଥିଲେ।

    ଯଦି ରୋହିତ ଏବଂ ବିରାଟ ଅଷ୍ଟ୍ରେଲିଆ ଗସ୍ତ ପରେ ମଧ୍ୟ ଖେଳିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଡିସେମ୍ବରରୁ ODI ଫର୍ମାଟରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ସିରିଜ ବିଜୟ ହଜାରେ ଟ୍ରଫିରେ ନିଜ ରାଜ୍ୟ ପାଇଁ ଖେଳିବାକୁ ପଡିବ। BCCIର କଠୋରତା ଏବଂ ନୂତନ ନିୟମ ଯୋଗୁଁ, ଉଭୟଙ୍କୁ ଗତ ସିଜନରେ ମଧ୍ୟ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବାକୁ ପଡିଥିଲା। ସମ୍ଭବତଃ ଏହି କଠୋର ସର୍ତ୍ତ ଯୋଗୁଁ, ରୋହିତ ଏବଂ ବିରାଟ ପୂର୍ବରୁ ଘୋଷଣା କରିପାରନ୍ତି ଯେ ଅଷ୍ଟ୍ରେଲିଆ ସେମାନଙ୍କର ଶେଷ ODI ସିରିଜ ହେବ।

  • Netflix କୁ ପଛରେ ପକାଇଲା Hotstar

    Netflix କୁ ପଛରେ ପକାଇଲା Hotstar

    IPLରୁ ମୋଟ କେତେ ରୋଜଗାର କରେ ହଟ୍‌ଷ୍ଟାର୍‌ ?ଜାଣିଲେ ହୋଇଯିବେ ଆଶ୍ଚର୍ଯ୍। ଆମେ ସମସ୍ତେ ଜାଣିଛୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍IPL, କେବଳ କ୍ରିକେଟ ର ନାଁ ନୁହେଁ, ଏହା ଲକ୍ଷ କୋଟି ରୋଜଗାର କରୁଥିବା ଏକ ବଡ ପ୍ଲାଟଫର୍ମ । ଫ୍ରାଞ୍ଚାଇଜିଠାରୁ ଆରମ୍ଭ କରି BCCI ପର୍ଯ୍ୟନ୍ତ, ସମସ୍ତେ IPLଋ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଏହି ଇନକୋମ ପ୍ରାୟତଃ ବିଜ୍ଞାପନ, ବ୍ରଡକାଷ୍ଟିଙ୍ଗ୍ ଏବଂ ଅନ୍ୟାନ୍ୟ ଉତ୍ସରୁ ଆସିଥାଏ ।ଏବେ କଥା ଉଠିଛି ଜିଓ ହଟ୍‌ଷ୍ଟାର୍‌ ର ,ଏହାର ବ୍ରଡକାଷ୍ଟିଙ୍ଗ୍ରୁ ହଟ୍‌ଷ୍ଟାର୍‌ ପ୍ରତି ସିଜନରେ ରୋଜଗାର କରିଥାଏ କୋଟି କୋଟି ଟଙ୍କା।

    ଆସନ୍ତୁ ଜାଣିବା ଜିଓ ହଟ୍‌ଷ୍ଟାର୍‌ କେତେ ରୋଜଗାର କରେ IPLର ପ୍ରତ୍ୟେକ ସିଜିନରୁ । ଜିଓ ଏବଂ ହଟ୍‌ଷ୍ଟାର୍‌ର ମିଶ୍ରଣ ପରେ ଏହାର ୟୁଜର୍ସ ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି ।ଏବେ ହଟ୍‌ଷ୍ଟାର୍‌ Netflixକୁ ମଧ୍ଯ ପଛରେ ପକାଇବାକୁ ଯାଉଛି । ଜିଓ ହଟ୍‌ଷ୍ଟାର୍‌ର ସବସ୍କ୍ରିପସନ ଏହି ମାସରେ ୨୮୦ ନିୟୁତକୁ ବୃଦ୍ଧି ପାଇଛି ।ଯାହା ଏପ୍ରିଲରେ ପ୍ରାୟ ୨୦୦ ନିୟୁତ ଥିଲା ହେଲେ Netflixରେ ସାରା ବିଶ୍ୱରେ ୩୦୦ ନିୟୁତ ସବସ୍କ୍ରିପସନ ଥିବା ସତ୍ବେ ,ହଟ୍‌ଷ୍ଟାର୍‌ ପାଇଁ ପଛରେ ରହିଯିବକି Netflix । ଖାଲି ସେତିକି ନୁହେଁ ଜିଓ ହଟ୍‌ଷ୍ଟାର୍‌ ଏହି ଇଭେଣ୍ଟରୁ ୪୫୦୦ କୋଟି ଟଙ୍କା ରାଜସ୍ୱ ପାଇବାର ଆଶା କରାଯାଉଛି । IPLର ଏହି ସିଜିନ୍ କେବଳ ଗ୍ରାହକ ସଂଖ୍ୟା ଦୃଷ୍ଟିରୁ ନୁହେଁ ବରଂ ରାଜସ୍ୱ ଦୃଷ୍ଟିରୁ ମଧ୍ୟ ଜିଓ ହଟ୍‌ଷ୍ଟାର୍‌ ପାଇଁ ବହୁତ ଭଲ ରହିଛି।

  • ବର୍ବାଦ ହେଇଯିବ ପାକିସ୍ତାନ ଏବଂ ବାଂଲାଦେଶ କ୍ରିକେଟ, ଯଦି ବିସିସିଆଇ କରେ ‘Boycott’, ହୋଇଯିବ ଏତେ କୋଟି ଟଙ୍କାର କ୍ଷତି

    ବର୍ବାଦ ହେଇଯିବ ପାକିସ୍ତାନ ଏବଂ ବାଂଲାଦେଶ କ୍ରିକେଟ, ଯଦି ବିସିସିଆଇ କରେ ‘Boycott’, ହୋଇଯିବ ଏତେ କୋଟି ଟଙ୍କାର କ୍ଷତି

    ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କ୍ରିକେଟ ଉପରେ ମଧ୍ୟ ଦେଖାଦେଇଛି । ପହଲଗାମ ଆକ୍ରମଣ ପରେ, ବିସିସିଆଇ ଆଇସିସି ଠାରୁ ଦାବି କରିଛି ଯେ ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସେମାନଙ୍କୁ ପାକିସ୍ତାନ ସହିତ ସମାନ ଗ୍ରୁପରେ ରଖା ନ ଯାଉ। ଏହା ଉଭୟଙ୍କ ମଧ୍ୟରେ କମ କ୍ରିକେଟ ମ୍ୟାଚ୍ ହେବାର ସମ୍ଭାବନାକୁ ଆହୁରି ବୃଦ୍ଧି କରିପାରେ । ଯଦି ଭାରତ ପାକିସ୍ତାନ ଏବଂ ବାଂଲାଦେଶକୁ ବହିଷ୍କାର କରେ, ତେବେ ଉଭୟ କ୍ରିକେଟ ବୋର୍ଡ ଏହି ଆଘାତ ସହ୍ୟ କରିପାରିବେ ନାହିଁ।

    ଯଦି ଟିମ୍ ଇଣ୍ଡିଆ କ୍ରିକେଟରେ ପାକିସ୍ତାନକୁ ବୟକଟ କରେ, ତେବେ ପାକିସ୍ତାନ କ୍ରିକେଟ୍ ଦଳକୁ 220 କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିପାରେ। ଭାରତୀୟ କ୍ରିକେଟ୍ ଦଳ ପୂର୍ବରୁ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳୁନାହିଁ ନା କୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରେ କରିଛି । ଚଳିତ ବର୍ଷ ଅନୁଷ୍ଠିତ ICC ଚାମ୍ପିଅନ୍ସ ଟ୍ରଫି 2025ର ଆୟୋଜକ ପାକିସ୍ତାନ ଥିଲା କିନ୍ତୁ ଭାରତ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିଥିଲା। ଏପରିକି ଫାଇନାଲ୍ ଦୁବାଇରେ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଯେ ଯଦି ଭାରତ ଫାଇନାଲରେ ପହଞ୍ଚିଥାଏ, ତେବେ ଅନ୍ୟ ଦଳ ପାକିସ୍ତାନ ହୋଇଥିଲେ ମଧ୍ୟ, ଫାଇନାଲ କେବଳ ଦୁବାଇରେ ଅନୁଷ୍ଠିତ ହେବ।

    ଯଦି ପାକିସ୍ତାନ ଆଇସିସି ଇଭେଣ୍ଟଗୁଡ଼ିକରେ ଟିମ୍ ଇଣ୍ଡିଆ ସହିତ ନ ଖେଳେ, ତେବେ ପ୍ରତି ଟୁର୍ଣ୍ଣାମେଣ୍ଟ ଚକ୍ରରେ 168 କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇପାରେ। ସେ ପ୍ରତି ଟୁର୍ଣ୍ଣାମେଣ୍ଟରେ ହାରାହାରି ୧୫ ନିୟୁତ ଡଲାରରୁ ସର୍ବାଧିକ ୨୦ ନିୟୁତ ଡଲାର ହରାଇବେ। ଏହା ପାକିସ୍ତାନ କ୍ରିକେଟ୍ ବୋର୍ଡ ଉପରେ ବହୁତ ଖରାପ ପ୍ରଭାବ ପକାଇବ।

    ବାଂଲାଦେଶ କ୍ରିକେଟ୍ ଦଳ ମଧ୍ୟ ଟିମ୍ ଇଣ୍ଡିଆର ବହିଷ୍କାରକୁ ସହ୍ୟ କରିପାରୁନାହିଁ। ଯେତେବେଳେ ଭାରତୀୟ କ୍ରିକେଟ୍ ଦଳ ଶେଷ ଥର ପାଇଁ ବାଂଲାଦେଶ ଗସ୍ତ କରିଥିଲା, ସେତେବେଳେ ଏହା ୮୦ କୋଟି ଟଙ୍କା ରୋଜଗାର କରିଥିଲା।

    ଯଦି ବାଂଲାଦେଶ ଦଳ ଭାରତ ସହିତ ଦ୍ୱିପାକ୍ଷିକ ସିରିଜ୍ ନଖେ, ତେବେ ପ୍ରତି ସିରିଜ୍ ରେ ଏହାକୁ ୧୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯଦି ଭାରତ ICC ଇଭେଣ୍ଟଗୁଡ଼ିକରେ ବାଂଲାଦେଶ ବିପକ୍ଷରେ ନଖେ, ତେବେ ବାଂଲାଦେଶକୁ ୧୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ। ଭାରତୀୟ କ୍ରିକେଟ୍ ଦଳ ୨୦୨୪ ରୁ ୨୦୨୭ ପର୍ଯ୍ୟନ୍ତ ପରବର୍ତ୍ତୀ ପ୍ରସାରଣ ଚକ୍ର ପର୍ଯ୍ୟନ୍ତ ICC ଠାରୁ ପ୍ରତିବର୍ଷ ୧୯୦୦ କୋଟି ଟଙ୍କା ପାଇବାକୁ ଯାଉଛି।

    ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ କ୍ରୋଧ ପ୍ରକାଶ ପାଇଛି। ଅପରେସନ ସିନ୍ଦୂରରେ, ଭାରତୀୟ ସେନା ଏବଂ ବାୟୁସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଏହି ଆକ୍ରମଣର ପ୍ରତିଶୋଧ ନେଇଥିଲେ। ଏହି ଅପରେସନ ପରେ, ଆଇପିଏଲ ୨୦୨୫ ରେ ବୁଧବାର ଅନୁଷ୍ଠିତ KKR vs CSK ମ୍ୟାଚରେ ଭାରତୀୟ ସୈନିକମାନଙ୍କୁ ସଲାମ ଦିଆଯାଇଥିଲା। ଭାରତ ସରକାର PSL ଏବଂ ଏହାର ଦଳ ଏବଂ ଭାରତରେ ଅନେକ ବଡ଼ ପାକିସ୍ତାନୀ ଖେଳାଳିଙ୍କ ଆକାଉଣ୍ଟକୁ ମଧ୍ୟ ନିଷିଦ୍ଧ କରିଥିଲେ।

  • ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡ଼ଙ୍କ ସ୍ଥାନ ନେବେ ଗୌତମ ଗମ୍ଭୀର !

    ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡ଼ଙ୍କ ସ୍ଥାନ ନେବେ ଗୌତମ ଗମ୍ଭୀର !

    ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡ଼ଙ୍କ ସ୍ଥାନ ନେଇପାରନ୍ତି ଗୌତମ ଗମ୍ଭୀର | ଭାରତୀୟ ପ୍ରିମିୟର୍ ଲିଗ୍ 2024 (IPL) ର ଲିଗ୍ ପର୍ଯ୍ୟାୟରେ Kolkata Knight Riders (KKR) ଉତ୍କୃଷ୍ଟ ମାନର କ୍ରୀଡା ପ୍ରଦର୍ଶନ କରିଥିବାରୁ ଗୌତମ ଗମ୍ଭୀରଙ୍କ ନାମ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ (Coach) ଭାବରେ ଚର୍ଚ୍ଚାର ପରିସରକୁ ଆସିଥିଲା | Knight Riders ଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ (Sunrisers Hyderabad) ପରାସ୍ତ କରି ଟାଇଟଲ୍ ଜିତିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା | ଫାଇନାଲ ମ୍ୟାଚ ପରେ ଗମ୍ଭୀର ମଧ୍ୟ ବିସିସିଆଇ (BCCI) ସଚିବ ଜୟ ଶାହାଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିବା କଥା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା |

    ଯଦିଓ ପୂର୍ବତନ ଭାରତ ଓପନର୍ଙ୍କର ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ, କିମ୍ବା ଆଇପିଏଲ୍ ହେବାର କୌଣସି ଅଭିଜ୍ଞତା ନାହିଁ; ତଥାପି ଚଳିତ ବର୍ଷ KKR କୁ IPLରେ ବିଜୟୀ କରାଇବାରେ ତାଙ୍କ ଭୂମିକା BCCI ପାଇଁ ଗମ୍ଭୀରଙ୍କୁ ଦ୍ରାବିଡଙ୍କ ଉତ୍ତରାଧିକାରୀ ଭାବରେ ଭାବରେ ବିଚାର କରିବାକୁ ଯଥେଷ୍ଟ ଖୋରାକ ଯୋଗାଇଥିଲା ।

    ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ମଧ୍ୟ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ଭୂମିକା ପାଇଁ ଷ୍ଟିଫେନ୍ ଫ୍ଲେମିଂ ଏବଂ ଆଣ୍ଡି ଫୁଲଙ୍କ ପରି ଅନ୍ୟ ଆଇପିଏଲ୍ କୋଚ୍ ତଥା ଅଷ୍ଟ୍ରେଲୀୟ ନାମ ପ୍ରତି ଆଗ୍ରହୀ ଥିବା ପରି ମନେ ହେଉଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ଗମ୍ଭୀରଙ୍କ ନାମ ଅନ୍ୟମାନଙ୍କ ତୁଳନାରେ ଆଗରେ ଅଛି ବୋଲି କୁହାଯାଉଛି | ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ୍) 2024 ଫ୍ରାଞ୍ଚାଇଜ୍ ପାଇଁ ମେଣ୍ଟର ଭାବରେ ଗମ୍ଭୀରଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି |

    ୨୦୨୩ ବିଶ୍ୱକପ ପରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡ଼ ଓ ଭାରତୀୟ ଟିମର ସର୍ପୋଟ ଷ୍ଟାଫଙ୍କ କାର୍ଯ୍ୟକାଳ ସମାୟିକ ଭାବେ ବୃଦ୍ଧି କରାଯାଇଥିଲା ଯାହାକି ଜୁନ ମାସରେ ଶେଷ ହେବାକୁ ଯାଉଛି । ଭାରତୀୟ ପୁରୁଷ ଟିମର ମୁଖ୍ୟ କୋଚ୍‌ ପଦ ପାଇଁ ବିସିସିଆଇ ଆବେଦନ ପତ୍ର ଗ୍ରହଣ କରିଥିବାରୁ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ, ଜୟ ଶାହ କହିଛନ୍ତି ଯେ ରାହୁଲ ଦ୍ରାବିଡ଼ ଚାହିଁଲେ ମୁଖ୍ୟ କୋଚ ପଦ ପାଇଁ ଆବେଦନ କରିପାରିବେ।

    ମେ’ 27 ସୁଦ୍ଧା ମୁଖ୍ୟ ପ୍ରଶିକ୍ଷକଙ୍କ ଭୂମିକା ପାଇଁ ବିସିସିଆଇ ବିଜ୍ଞପ୍ତି ପ୍ରକାଶ କରିଥିଲା ​​ଏବଂ 3,000 ରୁ ଅଧିକ ଆବେଦନପତ୍ର ପାଇଥିଲା । ବିସିସିଆଇ ଗ୍ରହଣ କରିଥିବା ଦରଖାସ୍ତ ବା ଆବେଦନପତ୍ର ଗୁଡିକ ମଧ୍ୟରେ ‘ସଚିନ୍ ତେନ୍ଦୁଲକର’, ‘ନରେନ୍ଦ୍ର ମୋଡିସ୍’ ଏବଂ ‘ଅମିତ ଶାହାସ୍’ ଙ୍କ ନାମରେ କିଛି ନକଲି ଆବେଦନପତ୍ର ମଧ୍ୟ ସାମିଲ ଥିଲା |

    ବିସିସିଆଇର ସମ୍ପାଦକ ଜୟ ଶାହଙ୍କ ସୂଚନା ଅନୁସାରେ କ୍ରିକେଟର ୩ ଫମାର୍ଟ ପାଇଁ ଭିନ୍ନଭିନ୍ନ କୋଚ୍ ନିଯୁକ୍ତିର କୌଣସି ସମ୍ଭାବନା ନାହିଁ । ତେବେ, କ୍ରିକେଟ୍ ଉପଦେଷ୍ଟା କମିଟିର ମାର୍ଗଦର୍ଶନରେ BCCI ମନୋନୀତ ହୋଇଥିବା ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କର ସାକ୍ଷାତକାର ନେଇପାରେ ।

  • ଆଜିଠାରୁ କ୍ରିକେଟ ବିଶ୍ବକପ

    ଆଜିଠାରୁ କ୍ରିକେଟ ବିଶ୍ବକପ

    କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଲାଗି କ୍ଷେତ୍ର ପ୍ରସ୍ତୁତ । ବିସିସିଆଇ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ମହାକୁମ୍ଭ। ଦୀର୍ଘ ଦେଢ ମାସ ଧରି ଏବେ ଦେଖିବାକୁ ମିଳିବ ବ୍ୟାଟ ଓ ବଲର ରୋମାଞ୍ଚ। ଆସିବ କ୍ରିକେଟ ଫିବର। ପ୍ରଥମଥର ପାଇଁ ବିଶ୍ୱକପ୍‌‌ କେବଳ ଭାରତରେ ଆୟୋଜନ ହେବ। ତେଣୁ ବିଶ୍ୱକପ୍‌‌ର ସଫଳ ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସବୁ ପ୍ରକାର ପ୍ରସ୍ତୁତିପର୍ବ ଶେଷ କରିଛି। ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗ ନେବେ ବିଶ୍ବର ଶ୍ରେଷ୍ଠ ୧୦ ଦଳ। ୫ରୁ ଆରମ୍ଭ ହୋଇ ବିଶ୍ୱକପ୍‌‌ ଏଥର ନଭେମ୍ବର ୧୯ ତାରିଖରେ ଶେଷ ହେବ। ଏହି ସର୍ବବୃହତ ମହାକୂମ୍ଭରେ ସବୁ ୧୦ଟି ଦଳ ଭାରତରେ ପୂର୍ବରୁ ପହଞ୍ଚି କେତୋଟି ଅଭ୍ୟାସ ମ୍ୟାଚ ଖେଳି ପ୍ରସ୍ତୁତି ଜୋରଦାର କରିଛନ୍ତି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କୁହାଯାଉଥିବା ବିସିସିଆଇ ଏହି ବିଶ୍ୱକପ୍‌‌କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। ବିଶ୍ୱକପ୍‌‌ର ସଫଳ ଆୟୋଜନ କରି ବିସିସିଆଇ ଉଦାହରଣ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।

    ପ୍ରତି ୪ ବର୍ଷରେ ଆୟୋଜିତ ହେଉଥିବା ଏହି କ୍ରିକେଟ୍‌‌ ମହାକୁମ୍ଭର ଚଳିତ ସଂସ୍କରଣରେ ମୋଟ୍‌‌ ୧୦ ଗୋଟି ଦଳ ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେବ। ଆୟୋଜକ ଭାରତ ସମେତ ସର୍ବାଧିକ ୫ଥରର ବିଜେତା ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଆଇସିସି ମାନ୍ୟତା ଆଧାରରେ ସିଧାସଳଖ ବିଶ୍ୱକପ୍‌‌କୁ ଯୋଗ୍ୟତାଅର୍ଜନ କରିଥିଲେ।

  • ବିଶ୍ୱକପ ମ୍ୟାଚ୍ ପାଇଁ ସଚିନଙ୍କୁ ଗୋଲଡେନ ଟିକେଟ ଭେଟି

    ବିଶ୍ୱକପ ମ୍ୟାଚ୍ ପାଇଁ ସଚିନଙ୍କୁ ଗୋଲଡେନ ଟିକେଟ ଭେଟି

    କ୍ରିକେଟର ବାଦଶାହ ସଚିନ ତେନ୍ଦୁଲକରଙ୍କୁ ମିଳିଲା ଗୋଲଡେନ ଟିକେଟ୍ । କ୍ରିକେଟ ବିଶ୍ୱକପର ମ୍ୟାଚ୍ ପାଇଁ ସଚିନଙ୍କୁ ଭେଟି ଏହି ଗୋଲଡେନ ଟିକେଟ ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଭାରତରେ ବିଶ୍ୱକପ ହେଉଥିବାରୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଛି ବିସିସିଆଇ । ସଚିନଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଥିବାର ଫଟୋ ଟ୍ୱିଟ୍ କରିଛି ବିସିସିଆଇ ।

    ଟ୍ୱିଟ୍ ହୋଇଥିବା ଫଟୋରେ ସଚିନଙ୍କ ସହ ଜୟ ଶାହାଙ୍କୁ ଦେଖିବାକୁ ମିଳିଛି । ବିିସିସିଆଇ ଏହି ଟ୍ୱିଟ୍ କରି ଲେଖିଛି, ଦେଶ ଓ କ୍ରିକେଟ ପାଇଁ ଏହା ସ୍ମରଣୀୟ ମୁହୂର୍ତ୍ତ । ଗୋଲଡେନ ଟିକେଟ ଫର୍ ଇଣ୍ଡିଆ ଆଇକନ୍ସ ପୋଗ୍ରାମ କାର୍ଯ୍ୟକ୍ରମ ଅନୁଯାୟୀ ବିସିସିଆଇର ସମ୍ପାଦକ ଜୟ ଶାହା ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କୁ ଏହି ଗୋଲଡେନ ଟିକେଟ ପ୍ରଦାନ କରିଛନ୍ତି ।ଏହାପୂର୍ବରୁ ବିସିସିଆଇ ପକ୍ଷରୁ ଅମିତାଭ ବଚ୍ଚନଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରାଯାଇଥିଲା । ଅମିତାଭଙ୍କୁ ଭେଟି ଜୟ ଶାହା ଏହି ଗୋଲଡେନ ଟିକେଟ ପ୍ରଦାନ କରିଥିଲେ । ଆସନ୍ତା ୫ ଅକ୍ଟୋବରରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ । ସେହିଭଳି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୮ ଅକ୍ଟୋବରରେ ମ୍ୟାଚ୍ ଖେଳି ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।