Tag: #Alcohol consumption

  • ମଦ ଦୋକାନ ଖୋଲିବା ବିରୁଦ୍ଧରେ ମହିଳାଙ୍କ ପ୍ରତିବାଦ, ସାମିଲ ହେଲେ ସରପଞ୍ଚ

    ମଦ ଦୋକାନ ଖୋଲିବା ବିରୁଦ୍ଧରେ ମହିଳାଙ୍କ ପ୍ରତିବାଦ, ସାମିଲ ହେଲେ ସରପଞ୍ଚ

    ମଦ ଦୋକାନ ଖୋଲିବା ବିରୁଦ୍ଧରେ ମହିଳାଙ୍କ ପ୍ରତିବାଦ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବାଲିମୁଣ୍ଡା ପଞ୍ଚାୟତରେ ଠିପି ଖୋଲା ମଦ ଦୋକାନକୁ ବିରୋଧ କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସହ ସହ ମହିଳା । ସୂଚନା ଅନୁଯାଇ “ଅଭିଷେକ ବାର ଆଣ୍ଡ ରେଷ୍ଟୁରାଣ୍ଟ” ନାମକ ଏକ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ବିରୋଧ କରି ଶତାଧିକ ମହିଳା ଓ ବାଲିମୁଣ୍ଡା ପଞ୍ଚାୟତ ର ସରପଞ୍ଚ ଭେଟିଛନ୍ତି ଭଦ୍ରକ ଅବକାରୀ ଅଧିକ୍ଷକଙ୍କୁ I

    ମଦ ଦୋକାନ ଖୋଲା ଗଲେ ଉକ୍ତ ବାଲିମୁଣ୍ଡା ଗ୍ରାମର ପୁରୁଷ ମାନେ ରୋଜଗାର ଅର୍ଥରେ ମଦ ପିଇ ପରିବାରକୁ ଅବହେଳା କରିବା ସହ ନିଶାଶକ୍ତ ଅବସ୍ଥାରେ ବିଭିନ୍ନ ଅପରାଧ ଘଟାଉଛନ୍ତିI ମଦଦୋକାନ ନିକଟରେ ମଦ୍ୟପ ମାନଙ୍କ ଦୌରାତ୍ମ୍ୟ ବଢିବା ସହ ନିକଟରେ ଅବସ୍ଥିତ ମନ୍ଦିର ପରିବେଶ ମଧ୍ୟ ପ୍ରଦୂଷଣ ହେଉଛି ,ସ୍କୁଲକୁ ଯିବା ଆସିବା କରୁଥିବା ପିଲାମାନେ ନିକଟ ରାସ୍ତାରେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି | ଯଦି ଆଗାମୀ ଦିନରେ ଦାବି ପୂରଣ ନ ହୁଏ ତେବେ ରାଜରାସ୍ତାକୁ ଓଲ୍ହାଇବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି ମହିଳା ମାନେ |

    ଅନ୍ୟପଟେ ଜନଶୁଣାଣୀ ପରେ ତଦନ୍ତ ହୋଇ ସରକାର ଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଦାୟିତ୍ୱରେ ଥିବା ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ

  • ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା

    ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା

    ରାଜ୍ୟରେ ମଦ ଉଚ୍ଛେଦ କରିବା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଯାଜପୁର ଗାନ୍ଧୀ ଛକରେ ଧାରଣା ଦିଆଯାଇଛି। ରାଜ୍ୟରେ ମଦ କାରବାର ହେବା ଫଳରେ ଗାଁ ଗଣ୍ଡାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷ କରି ଯୁବ ସମାଜ ମାନେ ପଥ ଭ୍ରଷ୍ଟ ହେଉଛନ୍ତି । ତେଣୁ କାହ୍ନୁ ଚରଣ ବେହୁରାଙ୍କ ନେତୃତ୍ବରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଥିଲା। ଗାନ୍ଧୀ ଜୟନ୍ତୀ ଠାରୁ ନିଶା ନିବାରଣ ସପ୍ତାହ ଭାବେ ପାଳନ କରି ରାଜ୍ୟରେ ବିଭିନ୍ନ ସ୍ଥାନ ରେ ମଧ୍ୟ ଏହି ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଛି। ରାଜ୍ୟ ବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ନିଶା କୁ ଉଛେଦ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

    ଏହି ଧାରଣାରେ ସମାଜସେବୀ ସରୋଜ ବିଶ୍ଵାଳ,ସତ୍ୟ ରଂଜନ କର, ମଳୟ ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସମାଜସେବୀ ଓ ସମିତିର କର୍ମକର୍ତ୍ତା ମାନେ ଯୋଗ ଦେଇ ନିଶା ହଟାଅ ଦେଶ ବଞ୍ଚାଅ ବୋଲି ନାରାବାଜି କରିଥିଲେ।