Tag: #AirFareHiking

  • ଏପ୍ରିଲ୍ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା

    ଏପ୍ରିଲ୍ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା

    ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଆଗାମୀ ମାସରୁ ବିମାନ ଭଡ଼ା ବୃଦ୍ଧି ପାଇବା ନେଇ ସଙ୍କେତ ଦେଇଛନ୍ତି। ବିମାନ ଯାତ୍ରୀଙ୍କ ପକେଟ୍ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି। ଆଭିଏସନ୍ ଟର୍ବାଇନ୍ ଫୁଏଲ୍ (ATF) ବା ବିମାନ ଇନ୍ଧନ ମୂଲ୍ୟରେ ୩୫% ରୁ ୪୫% ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱ ବଜାରରେ ତୈଳ ଦର ପ୍ରଭାବିତ ହେଉଛି। ପ୍ରତି ମାସର ପହିଲା ତାରିଖରେ ଇନ୍ଧନ ମୂଲ୍ୟର ସମୀକ୍ଷା କରାଯାଇ ନୂଆ ଦର ନିର୍ଦ୍ଧାରିତ ହୋଇଥାଏ। ଯଦି ଇନ୍ଧନ ମୂଲ୍ୟ ବଢ଼େ, ତେବେ ବିମାନ ଭଡ଼ା ବୃଦ୍ଧି ପାଇବା ସ୍ୱାଭାବିକ। ଏ ବାବଦରେ ବିଭିନ୍ନ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସହିତ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ |