Tag: #AgricultureBoost

  • କୋରେଇରେ ଭୋଟକା ନାଳ ପୁନଃରୁଦ୍ଧାର ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଲେ ବିଧାୟକ ଆକାଶ ଦାସ

    କୋରେଇରେ ଭୋଟକା ନାଳ ପୁନଃରୁଦ୍ଧାର ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଲେ ବିଧାୟକ ଆକାଶ ଦାସ

    କୋରେଇ ବିଧାୟକ ଆକାଶ ଦାସଙ୍କ କରକମଳରେ ଆଜି ଭୋଟକା ନାଳ ପୁନଃରୁଦ୍ଧାର ଓ ଢାଲୁ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ଶୁଭ ମୁହୂର୍ତ୍ତରେ ସ୍ଥାପିତ ହେଲା। ରସୁଲପୁର ବ୍ଲକର ଭୋଟକା ପଞ୍ଚାୟତ ସ୍ଥିତ ଏହି ପ୍ରକଳ୍ପଟି ଜଳ ସମ୍ପଦ ବିଭାଗ ଅଧୀନସ୍ଥ ଜଳ ନିକାସ ବିଭାଜନ ପକ୍ଷରୁ ୭୫ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟରତ ହେବ।

    ବିଧାୟକ ଉଦଘାଟନ ସମୟରେ କହିଛନ୍ତି, ଚାଷୀମାନଙ୍କୁ ପାଣି ଅଭାବରୁ ମୁକ୍ତ କରିବା ଏବଂ ଚାଷକାର୍ଯ୍ୟରେ ସ୍ଥାୟୀ ସମାଧାନ ଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ଦୀର୍ଘଦିନ ଧରି ଚାଷୀଭାଇମାନଙ୍କ ଯେଉଁ ସ୍ବପ୍ନ ଅପୂର୍ଣ୍ଣ ରହିଥିଲା, ଆଜି ସେହି ସ୍ବପ୍ନ ସକାର ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

    କାର୍ଯ୍ୟକ୍ରମରେ ଜଳ ନିକାସ ବିଭାଜନର ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ସ୍ଥାନୀୟ ସରପଞ୍ଚ ସହିତ ଶତାଧିକ ବିଜେପି bjp କର୍ମୀ ଉପସ୍ଥିତ ଥିଲେ। ଅଞ୍ଚଳରେ ଏହି ପ୍ରକଳ୍ପ କୃଷିକାର୍ଯ୍ୟକୁ ନୂତନ ଗତି ଏବଂ ସ୍ଥାୟୀ ସହାୟତା ଦେବା ଆଶା ବ୍ୟକ୍ତ କରାଯାଇଛି।