T20 ବିଶ୍ୱକପ୍ ଆଗରୁ ଧୋନୀଙ୍କ ବଡ଼ କଥା, ଭାରତ ଫେଭରିଟ୍, କିନ୍ତୁ ଫର୍ମାଟ୍ ପୁରା ଅନିଶ୍ଚିତ

ଆସନ୍ତା ଫେବ୍ରୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ବିଶ୍ୱକପ୍‌ |ଏହି ମ୍ୟାଚକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତକୁ ଏହି ପ୍ରତିଯୋଗିତାର ସବୁଠାରୁ ପ୍ରଭାବଶାଳୀ ଦଳ ବୋଲି କହିଛନ୍ତି | ତାହା ସହ ସେ ଟ୍ବେଣ୍ଟି-୨୦ କ୍ରିକେଟର ଅନିଶ୍ଚିତତା ବିଷୟରେ ମଧ୍ୟ ସତର୍କ କରାଇଛନ୍ତି |

ଧୋନୀ କହିଛନ୍ତି ବର୍ତ୍ତମାନର ଭାରତୀୟ ଦଳରେ ଅଭିଜ୍ଞ ଖେଳାଳି ସହ ଚାପ ସମ୍ଭାଳିବାର ଯୋଗ୍ୟତା ମଧ୍ୟ ରହିଛି | ପ୍ରତ୍ୟେକ ଖେଳାଳି ନିଜ ଭୂମିକାରେ ପରିପୂର୍ଣ୍ଣ କିନ୍ତୁ ଟ୍ବେଣ୍ଟି-୨୦ର ନିୟମ ଅନୁସାରେ ଦିନେ ଦିନେ ପରିସ୍ଥିତି ବଦଳିଯାଇପାରେ କୌଣସି ଅଭିଜ୍ଞ ଖେଳାଳି ନିଜ ଭାରସାମ୍ୟ ହାରିପାରନ୍ତି, ତେବେ ବିପକ୍ଷର ଛୋଟ ଖେଳାଳି ମଧ୍ୟ ମ୍ୟାଚ ବଦଳେଇପାରନ୍ତି | ସେ କହିଛନ୍ତି ଆହତ ହେବାର ସମ୍ଭାବନା ଏହି ଫର୍ମାଟ୍‌ରେ ବେଶି, ତେଣୁ ଭାଗ୍ୟ, ସମୟ ଓ ଟସ୍ ମ୍ୟାଚରେ ବଡ଼ ପ୍ରଭାବ ପକାଏ | ପିଚ୍ ଓ କାକର ମଧ୍ୟ ଟ୍ବେଣ୍ଟି-୨୦ରେ ରୁଟ୍‌ ଧାରାକୁ ନିର୍ଣ୍ଣୟ କରିଥାଏ ବୋଲି ସେ କହିଛନ୍ତି |

ବିଶ୍ୱକପ୍‌ର ପ୍ରଥମ ଦିନରେ ଆୟୋଜକ ଭାରତ, ଯୁକ୍ତରାଷ୍ଟ୍ର ଆମେରିକାଙ୍କୁ ଭେଟିବ | ଫେବ୍ରୁଆରୀ ୧୫ରେ ଭାରତ ଓ ପାକିସ୍ତାନ ମୁକାବିଲା ଶ୍ରୀଲଙ୍କାର କଲମ୍ବୋରେ ନିର୍ଦ୍ଧାରିତ ହେଲେ ମଧ୍ୟ, ପାକିସ୍ତାନଙ୍କ ବର୍ଜନ ଧମକ ଯୋଗୁଁ ଏହି ମ୍ୟାଚକୁ ନେଇ ଅନେକ ପ୍ରଶ୍ନ ଉଠୁଛି |