ଆଜି ଶପଥ ସମାରୋହ, ମନ୍ତ୍ରୀ ଭାବେ ଶପଥ ନେବେ ୩ ବିଧାୟକ

ଆଜି ରାଜ୍ୟର ତିନି ଜଣ ବିଧାୟକ ନୂଆ ମନ୍ତ୍ରୀ ଶପଥ ନେବେ । ଏଥିପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆବଶ୍ୟକ ପ୍ରସ୍ତୁତି ‌‌ହୋଇଛି । ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଏବଂ ଶାରଦା ନାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପରବର୍ତ୍ତୀ ବାଚସ୍ପତି କିଏ ହେବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଶପଥ ଗ୍ରହଣ ପରେ କିଛି ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବା ସମ୍ଭାବନା ମଧ୍ୟ ରହିଛି । ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ ।

ଏହାପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ ସମସ୍ତେ ସସପେନ୍ସରେ ଥିଲେ । ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲି ପଡ଼ିଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛୁଟିରେ ଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ବିଳମ୍ବିତ ହୋଇଥିଲା । ସେ ଓଡ଼ିଶା ଫେରିଥିବାରୁ ଆଜି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଛି । ଗତକାଲିଠାରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ନେଇ ଚର୍ଚ୍ କରିଥିଲେ ସମୀକ୍ଷକ । ନବୀନ ନିବାସରୁ କାହା ପାଖକୁ କଲ୍‌ ଯାଉଛି,ସେ ନେଇ ଉତ୍କଣ୍ଠା ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଥିଲା । ବହୁ ବିଧାୟକଙ୍କ ନାମ ଚର୍ଚ୍ଚା ହେଉଥିଲେ ବି ଠୋସ୍‌ ସୂଚନା କିଛି ମିଳିନଥିଲା ।

ଗତକାଲି ରାତି ୮ଟା ପରେ ମନ୍ତ୍ରୀ ହେବାକୁ ଥିବା ତିନି ବରିଷ୍ଠ ବିଧାୟକଙ୍କ ନାମ ସ୍ପଷ୍ଟ ହୋଇଥିଲା । ସେମାନଙ୍କ କାର୍ଯ୍ୟକାଳ ପ୍ରାୟତଃ ଏକ ବର୍ ରହିବ । କିନ୍ତୁ ଦଳର ସୁପ୍ରିମୋ ଯେପରି ନୂଆ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛନ୍ତି, ସେଥିରୁ ବିଜେଡିର ସାଂଗଠନିକ ରଣନୀତିର ସ୍ପଷ୍ଟ ଆଭାସ ମିଳୁଛି । ମୟୂରଭଞ୍ଜ,ଗଞ୍ଜାମ ଓ ସୁନ୍ଦରଗଡ଼ରେ ଦଳର ସଂଗଠନକୁ ଅଧିକ ମଜଭୁତ୍‌ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ହୋଇଛି । ବିଜେଡି ସବୁଠାରେ ବାଜି ମାରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏବେଠୁ ରଣନୀତି ଜୋରଦାର କରାଯାଇଛି ।

Leave a Reply

Your email address will not be published. Required fields are marked *