ମତ୍ସ୍ୟଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ପାରାଦ୍ଵୀପର ନେହେରୁବଙ୍ଗଳା ପଥରବନ୍ଧ ରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମତ୍ସ୍ୟଜୀବି ନେହେରୁବଙ୍ଗଳାର ଅଞ୍ଚଳର ମିଥୁନ ବେହେରା। ଗତକାଲି ରାତିରେ ସିଏ ମାଛ ଧରିବାକୁ ପଥରବନ୍ଧକୁ ଯାଇଥିଲେ । ମାତ୍ର ସକାଳୁ ତାଙ୍କ ମୃତଦେହ ପଥରବନ୍ଧ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ପ୍ରବଳ ବର୍ଷା ସହିତ ବହୁ ଜୋରରେ ଘଡଘଡି ମାରୁଥିଲା । ତେଣୁ ଘଡଘଡି ପଡି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।ତେବେ ନେହେରୁବଙ୍ଗଳା ସାମୁଦ୍ରିକ ଥାନା ପକ୍ଷରୁ ଶବ ଜବତ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି, ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛଦ ପାଇଁ ଡାକ୍ତରଖାନା ପଠାଯାଇଛି।