ଆତ୍ମ ସମର୍ପଣ କଲେ ଦୁଇ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦି ।ବିଜାପୁର କ୍ୟାଡର ମାଓବାଦୀ ପୂଜା ତାତି, ସୁକମାର କ୍ୟାଡର ମାଓବାଦି ସଇତୁ ପଡ଼ାମଙ୍କ ଆତ୍ମସମର୍ପଣ ପୂଜା ତାତିଙ୍କ ନାଁ ରେ ଥିଲା ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି । ସଇତୁ ଙ୍କ ନାଁ ରେ ଥିଲା ତିନି ଲକ୍ଷ ପୁରସ୍କାର । ଉଭୟ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ସକ୍ରିୟ ଥିଲେ ।
ଉତ୍ତରାଞ୍ଚଳ ଆଈଜି ଓ ବରଗଡ଼ ଏସପି ଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ଉଭୟ । ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପ୍ରେସମିଟ କରି ସୂଚନା ଦେଇଛନ୍ତି lସେ କହିଛନ୍ତି ଆମର ମାଓ ଦମନ ଅଭିଯାନ ସବୁବେଳେ ଚାଲିଛି l ଆଗକୁ ମଧ୍ୟ ଏହି ଅଭିଯାନ ଚାଲିବ l ସେହିପରି ଆଇଜି କହିଛନ୍ତି ମାଓବାଦୀ ମାନେ ସମର୍ପଣ କରନ୍ତୁ ନହେଲେ ନିସ୍ତାର ନାହିଁ l ଅନ୍ୟପଟେ ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି ସମସ୍ତେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ l
ମାଓବାଦୀଙ୍କ ପାଖରୁ ଅନେକ ଗୁଡିଏ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ l