ସ୍କୁଲରେ ପାଠ ପଢ଼ାଉଥିଲେ ସ୍ୱାମୀ, ହଠାତ୍ ଆସି ଦେଇଗଲା ଧମକ, ଝିଅ ସହ ମିଶି ନେଲା ଭୟଙ୍କର ପଦକ୍ଷେପ

ପତ୍ନୀଙ୍କ ଶିକ୍ଷକ ସ୍ୱାମୀଙ୍କ ସହ ସର୍ବଦା ବିବାଦ ଲାଗି ରହୁଥିଲା । ସ୍କୁଲ୍କୁ ପଢ଼ାଇବା ପାଇଁ ସ୍ୱାମୀଙ୍କ ପଛେ ପହଞ୍ଚିଥିଲେ ମହିଳା ଜଣକ। ଝିଅ ମଧ୍ୟ ମା ସହିତ ଥିଲା । ସ୍କୁଲ ବାହାରେ ଫାଶୀ ଲଗାଇ ଦୁହେଁ ଜୀବନ ହାରିଦେଲେ ।

ଛତିଶଗଡର ଅମ୍ବିକାପୁର ଜିଲ୍ଲାରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ମା ନିଜ ଝିଅ ସହିତ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାମ ୩୫ ବର୍ଷିୟ ମୀନା ଗୁପ୍ତା ଏବଂ ୭ ବର୍ଷ ବୟସ୍କା ଆସ୍ଥା ଗୁପ୍ତା ବୋଲି ଜଣାପଡିଛି।

ଶନିବାର ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳାଙ୍କ ଶିକ୍ଷକ ସ୍ୱାମୀଙ୍କ ସହ ଝଗଡା ହୋଇଥିଲା । ବିବାଦ ସମୟରେ ମାଆ ନିଜ ଝିଅ ସହିତ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ କୁନ୍ନି ହାଇସ୍କୁଲ ସମ୍ମୁଖରେ ଥିବା ଏକ ଗଛରେ ଜଣେ ମହିଳା ଏବଂ ଝିଅର ମୃତଦେହ ଝୁଲୁଥିବା ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଗଛରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ଅଧିକାରୀ ଜଣକ କହିଛନ୍ତି ଯେ ମୀନାଙ୍କ ସ୍ୱାମୀ ସଞ୍ଜୟ କୁନ୍ନି ଗାଁର ହାଇସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ଦିନ ଧରି ଏହି ଦମ୍ପତିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗୁରୁବାର ଦିନ ମୀନା ତାଙ୍କ ଝିଅ ସହିତ ସ୍କୁଲରେ ପହଞ୍ଚିଥିଲେ। ପୁଣି ଥରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ପାଟିତୁଣ୍ଡ କରିଥିଲେ। ଝଗଡା ପରେ ମା ଓ ଝିଅ ସ୍କୁଲ ବାହାରେ ବସି ରହିଥିଲେ। ସନ୍ଧ୍ୟାରେ ଗେଟ୍ ରେ ତାଲା ପଡିବା ପରେ ସ୍କୁଲ ବନ୍ଦ ହୋଇଯାଇଥିଲା ।

ସ୍କୁଲ ବନ୍ଦ ହେବା ପରେ ମଧ୍ୟ ମା ଓ ଝିଅ ଘରକୁ ଯାଇ ନଥିଲେ। ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ ଶୁକ୍ରବାର ସକାଳେ ଲୋକମାନେ ଉଭୟଙ୍କ ମୃତଦେହ ସ୍କୁଲ ସମ୍ମୁଖରେ ଥିବା ଏକ ଗଛରେ ଝୁଲୁଥିବାର ଦେଖିଥିଲେ। ଗଛରେ ଝୁଲୁଥିବା ଦୁଇଟି ମୃତ ଦେହର ଖବର ଜଙ୍ଗଲରେ ନିଆଁ ପରି ବ୍ୟାପିଗଲା।

Leave a Reply

Your email address will not be published. Required fields are marked *