
କେନ୍ଦୁଝର ଜିଲ୍ଲାର ୨୦ ନଂ ଜାତୀୟ ରାଜପଥ ଘଟଗାଁ ବ୍ଳକ ମେଲଣ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଅଜଣା ଗାଡି ଧକ୍କାରେ ମାର୍ଶାପାଳ ଗ୍ରାମର ଯୁବକ ଗୁରୁତର ହୋଇ ରାସ୍ତାର ପଡିରହିଥିଲେ। ଘସିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ମେଲଣ ନିକଟସ୍ଥ ରଙ୍ଗମାଟିଆ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେଇ ତାଙ୍କ ବାସଭବନ ଘସିପୁରା ବ୍ଳକ ଗଡ଼ବାନ୍ଦଗୋଡ଼ାକୁ ଫେରୁଥିବାବେଳେ ଯୁବକ ଜଣଙ୍କ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଦେଖି ତୁରନ୍ତ ନକରି ତାଙ୍କ ଗାଡ଼ିରେ ଡ୍ରାଇଭର, ସୁରକ୍ଷାକର୍ମା ଓ ସ୍ଥାନିୟ ଲୋକଙ୍କ ସହଯୋଗରେ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଯୁବକଙ୍କର ଚିକିତ୍ସା ଚାଲିଥିବା ବେଲେ କିପରି ଯୁବକଙ୍କର ଉତ୍ତମ ଚିକିତ୍ସା ହେବ ସେନେଇ ମେଡିକାଲ ଅଧିକ୍ଷକଙ୍କ ଆଲୋଚନା କରିଛନ୍ତି।ତେବେ ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶସାଂ ପାଉଛି।
Your article helped me a lot, is there any more related content? Thanks!