ଠିକ୍ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ , ଆଧରାସ୍ତାରେ ସନ୍ତାନ ଜନ୍ମଦେଲେ ମହିଳା

ବନ୍ଦରନଗରୀ ପାରାଦ୍ୱୀପ ରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବା ର ବିକଳ ଚିତ୍ର l ମହିଳାଙ୍କ ପ୍ରସବ ବେଦନା ହେବାରୁ ବାରମ୍ବାର ଆମ୍ବୁଲାନ୍ସ କୁ ଫୋନ କରି ବିଫଳ ହେବାପରେ ପ୍ରସୂତି ଙ୍କୁ ଟ୍ରଲି ରେ ଆଣି ଆସୁଥିବା ସମୟରେ ନୂଆବଜ଼ାର ରାଜରାସ୍ତାରେ ମହିଳାଙ୍କୁ ମେଡିକାଲ ପର୍ଯ୍ଯନ୍ତ ନେବା ସମ୍ଭବ ହୋଇନଥିଲା ।

ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି l ଶିଳ୍ପସମୃଦ୍ଧ ପାରାଦ୍ୱୀପ ଅଞ୍ଚଳ ରେ ମହିଳା ଜଣକ ଶିଶୁ ଜନ୍ମ ଦେବା ର ଏକଘଣ୍ଟା ପରେ ପାରାଦ୍ୱୀପ ବନ୍ଦର ହସ୍ପିଟାଲ ର ଆମ୍ବୁଲାନ୍ସ ପହଞ୍ଚି ମା ଓ ପିଲାକୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିବା ବେଳେ ମା ଓ ପିଲା ଉଭୟ ସୁସ୍ଥ ରହିଥିବା ନେଇ ଡାକ୍ତର କହିଛନ୍ତି l

ସୂଚନା ଅନୁଯାୟୀ ଭୋର ସମୟରେ ପାରାଦ୍ୱୀପ ମୁନିସିପାଲିଟି ଷଣ୍ଢକୁଦ ରେ ରହୁଥିବା ସରଫାତ ଖାଁ ଙ୍କ ପତ୍ନୀ ସଲାମୁନ ଖାତୁନ ଙ୍କ ପ୍ରସବ ବେଦନା ହେବାରୁ 108 କୁ ଫୋନ କରିଥିଲେ l ଆମ୍ବଲାନ୍ସ ଠିକ ସମୟରେ ନପହଞ୍ଚିବାରୁ ଏଭଳି ଏକ ଆଶ୍ଚର୍ଯ୍ଯ କର ଘଟଣା ଘଟିଥିଲା ।

ରାସ୍ତାରେ ଲୁଗା ଭିଡି ମହିଳା ଜଣଙ୍କ ଏକ ଶିଷୁକୁ ଜନ୍ମ ଦେଦେଇଥିଲା । ତେବେ ପାରାଦ୍ୱୀପ ଭଳି ଏକ ଅଞ୍ଚଳ ରେ ଏହିଭଳି ଦୃଶ୍ୟ ସାଧାରଣ ରେ ଅଲୋଡ଼ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *