ଚାଲିଥିଲା ପାଠ ପଢା, ହଠାତ୍ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଅସୁସ୍ଥହୋଇପଡିଲେ ୨୫ ଛାତ୍ରଛାତ୍ରୀ

ସବୁଦିନ ପରି ସମାନ ଢଙ୍ଗରେ ସ୍କୁଲ ଖୋଲିଥିଲା । ବିଦ୍ୟାଳୟ ମଧ୍ୟକୁ ଛାତ୍ରଛାତ୍ରୀ ପ୍ରବେଶ କରିଥିଲେ , ପ୍ରାର୍ଥନା କରି ଶ୍ରେଣୀ ଗୃହରେ ବସି ପାଠ ପଢୁଥିବା ବେଳେ ହଠାତ୍ ଅସୁସ୍ଥ ହେଲେ ୨୫ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତ ହାଇସ୍କୁଲ ଓ ହସିମୁଦୀନ ସ୍କୁଲରେ । ସ୍କୁଲରେ ଆଜି ସକାଳ ପ୍ରାର୍ଥନା ଶେଷହେବା ପରେ ପ୍ରଥମ ପିରିୟଡ଼ ଚାଲିଥିଲା ହଠାତ୍ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ ।

ତାଙ୍କୁ ଶିକ୍ଷକ ସ୍କୁଲ କମନ ରୁମକୁ ରେଷ୍ଟ ନିମନ୍ତେ ପଠାଇଥିଲେ । ଠିକ୍ ଏହାର କିଛି ସମୟ ପରେ ଜଣକ ପରେ ଜଣେ ପ୍ରାୟ ୨୫ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ବାନ୍ତି କରିଥିଲେ । ପରେ ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ପିଲା ମାନଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଛି। ତେବେ ଡାକ୍ତରଙ୍କ କହିବା କଥା ଖାଲି ପେଟ ଏବଂ ଫୁଡ୍ ପଏଜନିଙ୍ଗ ପାଇଁ ଏଭଳି ଘଟିଛି ।

Leave a Reply

Your email address will not be published. Required fields are marked *