ଗାଧୋଇବା ହେଲା କାଳ…ନଦୀରେ ବୁଡ଼ିଯାଇ ୩ ଛାତ୍ରଙ୍କ ଗଲା ଜୀବନ

ନଦୀରେ ଗାଧୋଇବା ହେଲା କାଳ । ଅକାଳରେ ଚାଲିଗଲା ୩ ଜୀବନ । ୨ ଜଣଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଗାଁରେ ଶୋକାକୁଳ ପରିବେଶ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ।

ସମୟ ପ୍ରାୟ ଅପରାହ୍ଣ ଗୋଟାଏ । ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳ ଦେଇ ଯାଇଥିବା ନାଳିଆ ନଦୀକୁ ଗାଧୋଇବାକୁ ଯାଇଥିଲେ ୫ ଜଣ ଛାତ୍ର । ବିଧିର ବିଧାନ କିନ୍ତୁ ଆଉ କିଛି ଥିଲା । ହଠାତ୍ ସେମାନେ ନଦୀରେ ବୁଡ଼ିଗଲେ । ଚିତ୍କାର କଲେ ମାତ୍ର ପତ୍ତା ମିଳିଲାନି । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଲା । ୫ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଗଲା । କିନ୍ତୁ ସେଠାରେ ୩ ଛାତ୍ରଙ୍କ ଜୀବନ ଚାଲିଗଲା । ୨ ଛାତ୍ରଙ୍କ ଜୀବନ ରହିଲା, ଚିକିତ୍ସା (treatment)ପରେ ଘରକୁ ଫେରିଲେ ।

ମୃତକମାନେ ହେଲେ ପ୍ରଣୟ କୁମାର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ କୁମାର ଜେନା । ସମସ୍ତଙ୍କ ବୟସ ପାଖାପାଖି ୧୭ ବର୍ଷ ହେବ । ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର (student) ଥିବାବେଳେ ଜୀବନ ହରାଇଛନ୍ତି । ମୃତ ପ୍ରଣୟଙ୍କ ଘର ହରିପୁର ଗାଁରେ ହୋଇଥିବା ବେଳେ ସ୍ମୃତି ଓ ରଜତଙ୍କ ଘର କୋରକୋରାରେ । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । କେବଳ ଯାଞ୍ଚ କରି ମୃତ ଘୋଷଣା କରାଗଲା ବୋଲି କହିଛନ୍ତି ଡାକ୍ତର ପି.କେ ଖାରା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *