ବାହାର ରାଜ୍ୟରୁ ନୁହେଁ ଏଣିକି ଆମ ରାଜ୍ୟରେ ମିଳିବ ଷ୍ଟ୍ରବେରୀ ଓ ଥାଇଲାଣ୍ଡ ବରକୋଳି

ଫଳିଛି ପେନ୍ଥା ପେନ୍ଥା ଷ୍ଟ୍ରବେରୀ ଓ ଥାଇଲାଣ୍ଡ ବରକୋଳି, ଏହି ଚାଷ ଦେଖିବାକୁ ଓ ଶିଖିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ସମେତ ସାଧାରଣ ଲୋକମାନେ ଭିଡ଼ ଲଗାଉଛନ୍ତି। ଯେଉଁ ଚାଷ କରିବାକୁ କେହି କେବେ ଭାବି ନ ଥିଲେ, ସେହି ଚାଷ କରି ସଫଳ ହୋଇଛନ୍ତି। ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାରବାଟି ପଞ୍ଚାୟତ ବରଜ ଗାଁର ଚାଷୀ ନରେନ୍ଦ୍ର ଏକର ଏକର ଚାଷ ଜମିରେ ଷ୍ଟ୍ରବେରୀ ଓ ଥାଇଲାଣ୍ଡ କୋଳି ଚାଷ କରି ସଫଳ ହୋଇଛନ୍ତି ସେ, ଏହି ଚାଷରୁ ଭଲ ଦି ପଇସା ଆୟ କରୁଥିବା ସେ ପ୍ରକାଶ କରିଛନ୍ତି ।

କଟକ ଓ ଭୁବନେଶ୍ବରରେ ମିଳୁଥିବା କିମ୍ବା ବାହାର ରାଜ୍ୟରୁ ଏଠାକୁ ଆସୁଥିବା ଥାଇଲାଣ୍ଡ ବରକୋଳି ଏବଂ ଷ୍ଟ୍ରବେରୀକୁ ଦେଖି, ଚାଷୀ ନରେନ୍ଦ୍ର ଏହାକୁ ନିଜ ଅଞ୍ଚଳରେ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କେମିତି କରିବେ, କଣ କଲେ ଏହି ଚାଷରୁ ସଫଳତା ମିଳିବ, ସେ ଜାଣି ନଥିଲେ, ଏମିତି ଭାବୁଥିବାବେଳେ ତାଙ୍କୁ ସରକାରୀ ସ୍ତରରେ କିଛି ତାଲିମ ମିଳିବାରୁ, ସେ ଆଜି ଜଣେ ସଫଳ ଚାଷୀ ଭାବେ ପରିଚିତି ଲାଭ କରିଛନ୍ତି, ନିଜ ଉଦ୍ୟମ ଓ ପ୍ରଚେଷ୍ଠାରେ ଏହି ଚାଷକୁ ସଫଳ କରାଇଥିବାରୁ ତାଙ୍କୁ ଚଳିତ ବର୍ଷର କୃଷି ଓଡ଼ିଶା ପୁରସ୍କାର ମଧ୍ୟ ମିଳିଛି। ଚାଷୀ ନରେନ୍ଦ୍ର ପ୍ରଧାନ ଆଜି ସମସ୍ତ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି, ତେଣୁ ତାଙ୍କ ଠାରୁ ଏହି ଚାଷ ସମ୍ବନ୍ଧୀୟ ଶିକ୍ଷା ନେବାକୁ ଦୂର ଦୁରାନ୍ତରୁ ଚାଷୀମନେ ତାଙ୍କ ପାଖକୁ ଧାଇଁଆସୁଛନ୍ତି ।

କେବଳ ପାରମ୍ପରିକ ଚାଷ ଯେ ଚାଷୀଙ୍କୁ ସଫଳ କରିବ ତା ନୁହେଁ, ଚାଷୀ ନରେନ୍ଦ୍ର ପ୍ରଧାନଙ୍କ ପରି କିଛି ନୂଆ କରିବାର ଆଗ୍ରହ ଓ ସାହସ ଚାଷୀକୁ ଆଣିଦେବ ସଫଳତା, ତାଙ୍କ ସଫଳତା ଯୁବ ଚାଷୀଙ୍କୁ ଚାଷ ପ୍ରତି ଆଗ୍ରହ ବଢାଇବା ସଙ୍ଗେ ସଙ୍ଗେ ଆଜି ସମସ୍ତ ଚାଷୀଙ୍କ ପାଇଁ ସେ ପାଳତିଛନ୍ତି ପ୍ରେରଣାର ସ୍ରୋତ ।