
୧୮୫୭ ମସିହା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ସ୍ମୃତିଚାରଣ ଅବସରରେ ଭାରତୀୟ ଡାକ ବିଭାଗ ତରଫରୁ ଏକ ଡାକଟିକଟ ପ୍ରଦର୍ଶନୀ ଭୁବନେଶ୍ୱର ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବହୁସଂଖ୍ୟାରେ ସାଧାରଣ ଜନତା ଓ ଡାକଟିକଟ ପ୍ରେମୀ ଏହି ପ୍ରଦର୍ଶନୀରେ ଯୋଗ ଦେଇଥିଲେ । ବରିଷ୍ଠ ଡାକଟିକଟ ସଂଗ୍ରହକ ଶ୍ରୀ ଅଜିତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଡାକ ମଣ୍ଡଳର ବରିଷ୍ଠ ଅଧିକ୍ଷକ ଶ୍ରୀ ତାରିଣୀ ଚରଣ ପାଢ଼ୀ ଏହି ପ୍ରଦର୍ଶନୀରେ ଯୋଗ ଦେଇ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଉପରେ ଆଲୋକପାତ କରିଥିଲେ