ରାତି ଅଧରେ କାମୁଡିଲା ସାପ, ଚାଲିଗଲା ପୁଅର ଜୀବନ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଅଡୁଆଁ ଗ୍ରାମରେ ଅଭାବନୀୟ ଘଟଣା । ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ସେ ଘରେ ଖାଇ ଶୋଇଥିବା ସମୟରେ ଏପରି ଅଘଟଣ ଘଟିଛି । ସୂଚନା ମୁତାବକ, ବୃନ୍ଦାବନ ମଳିକଙ୍କ ୩ ପୁଅ ରାତିରେ ଖାଇସାରି ଗୋଟିଏ ଘରେ ଶୋଇଥିଲେ । ତେବେ ରାତିରେ ଯେତେବେଳେ ସାନ ଭାଇଙ୍କ ନିଦ ଭାଙ୍ଗିଥିଲା ସେ ଦେଖିବାକୁ ପାଇଥିଲେ ଯେ, ବଡଭାଇ ରଞ୍ଜନଙ୍କ ପାଟିରୁ ଗରଳ ବାହାରୁଛି ।

ସେ ତୁରନ୍ତ ଯାଇ ତାଙ୍କ ମାଙ୍କୁ ଡାକିଥିଲେ । ମା ଆସି ପୁଅର ଏପରି ଅବସ୍ଥା ଦେଖି ତୁରନ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇଆସିଥିଲେ । ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ବେ ରଞ୍ଜନଙ୍କୁ ବଞ୍ଚାଇ ପାରିନଥିଲେ । ୨୨ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକଙ୍କ ଆଖିରେ ଲୁହ ଶୁଖୁନି । ଅନ୍ୟପଟେ ରଞ୍ଜନଙ୍କ ମୃତ ଦେହକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *