ଚାଲିଥିଲା ବେଆଇନ ବାଣ ବେପାର, ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ ସହ ଦୁଇ ଅଟକ

ପାର୍ବଣ ଋତୁରେ ପସରା ମେଲାଉଛନ୍ତି ବାଣ ଦୋକାନୀ । କାହା ପାଖରେ ଲାଇସେନ୍ସ ଅଛି ତ କିଏ ବିନା ଲାଇସେନ୍ସରେ ଚଳାଇଛି ବେଧଡ ବାଣ କାରବାର । ଗତକାଲି ସେପରି ଏକ ଲାଇସେନ୍ସ ନଥିବା ବାଣ ଦୋକାନ ଉପରେ ଚଢାଉ କରାଯାଇଥିବା ବେଳେ ବହୁ ପରିମାଣରେ ବାଣ ଜବତ ହୋଇଛି । କୌଣସି ସୂତ୍ରରୁ ବେଆଇନ ବାଣ କାରବାର ଚାଲିଥିବା ଖବର ପାଇ ସୁନ୍ଦରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୨ଟି ପୋଲିସ ଦଳ ଗଠନ କରାଯାଇଥିଲା ।

ଏହାପରେ ରାଉରକେଲା ସହର ସ୍ଥିତ ପ୍ଲାଣ୍ଟ ସାଇଟ ଥାନା ଅଧୀନସ୍ଥ ଡେଲି ମାର୍କେଟ ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣରେ ଫୋଟକା ଜବତ କରିଛି ପ୍ଲାଣ୍ଟ ସାଇଟ୍ ପୋଲିଶ । ଆଗକୁ ଆସୁଛି ଦୂର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ସହିତ ଦୀପାବଳୀ ଭଳି ପର୍ବ । ତେବେ ବିଳମ୍ବିତ ରାତିରେ ସେଠାରୁ ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ତେବେ ଏଥିରେ ସଂପୃକ୍ତ ଥିବା ଦୁଇ ଦୋକାନୀ ହେଲେ ବିକାଶ ଅଗ୍ରୱାଲ ଓ ଅଜୟ ଗୁପ୍ତା । ଚଢାଉ ବେଳେ ସେମାନେ ଭ୍ୟାଲିଡ ଲାଇସେନ୍ସ ଦେଖାଇ ନଥିବାରୁ ଉଭୟଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *