
ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାର ଓ ଜଳେଶ୍ୱର ସହରରେ ବିପୁଳ ପରିମାଣରେ ବିକ୍ରି ହେଉଛି ଧଳା ଜହର।ଯୁବ ପିଢୀ ବିଶେଷ କରି କଲେଜ ପଢୁଆ ପିଲା ନିଶାରେ କବଳିତ ରହୁଛନ୍ତି। ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଓ ଜଳେଶ୍ୱରରେ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର କାରବାର ହେଉଛି। ଜାତୀୟ ରାଜପଥ ସମେତ ଜଳପଥ ଓ ରେଳପଥ ସାଜିଛି ଏହାର ମାଧ୍ୟମ । ପଶ୍ଚିମବଙ୍ଗର ବନଗାଁ ଅଂଚଳକୁ ଜଳପଥ ଦେଇ ଆସିଥାଏ ବ୍ରାଉନସୁଗାର । ବନଗାଁରୁ ପ୍ରତ୍ୟକ ୨ ଘଣ୍ଟା ଅନ୍ତରରେ ରେଳପଥ ଯୋଗେ ଶିଆଳଦା, ହାୱଡା ମଧ୍ୟଦେଇ ଜଳେଶ୍ୱର ସହର ଭାୟା ଖଡଗପୁର ଦେଇ ଓଡ଼ିଶାକୁ ପ୍ରବେଶ କରିଥାଏ ।

ଆନ୍ତର୍ଜାତୀୟ କୁଖ୍ଯାତ ବ୍ରାଉନସୁଗାର ମାଫିଆ ସେଖ୍ ସମିରୁଦ୍ଦିନ ଓରଫ ଟାକଲୁ ରାଜା ,ଗତ କାଲି ବିଳମ୍ବିତ ରାତିରେ ଟାକୁଲୁ ରାଜା କୁ ଗିରଫ କରିବା ସହିତ ୩୪୫ ଗ୍ରାମ ର ବ୍ରାଉନ ସୁଗାର, ଗୋଟିଏ ରୟାଲ ଏନଫିଲ୍ଡ ବାଇକ, ଗୋଟିଏ ମୋବାଇଲ ଏବଂ ନଗଦ ଟଙ୍କା ଜବଦ କରିଛି ଜଳେଶ୍ବର ପୋଲିସ ,ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୩୪ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ନେଇ ଜଳେଶ୍ବର ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ବାଲେଶ୍ୱର ଏସପି ରାଜ ପ୍ରସାଦ, ପଶ୍ଚିମବଙ୍ଗ ରୁ ବ୍ରାଉନସୁଗାର ନେଇ ଜଳେଶ୍ବର କୁ ଫେରୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥ ର ଅଗ୍ରୱାଲା ଛକ ନିକଟରେ ଚଢଉ କରି ଜବଦ କରିଛି ।

କୁଖ୍ଯାତ ବ୍ରାଉନସୁଗାର ବେପାରୀ ଟାକୁଲୁ ରାଜା ପଡୋଶୀ ବାଂଲାଦେଶ ଓ ନେପାଳ, ଦୁବାଇ ରୁ ଧଳା ଜହର ଆଣି ଓଡିଶା ସମେତ ବିଭିନ୍ନ ରାଜ୍ଯ ରେ କାରବାର କରୁଥିଲା, ଦୀର୍ଘ ଦିନ ଏସ ଟି ଏଫ୍ ସ୍କାନର ରେ ରହିବା ପରେ ୨୦୨୧ ମସିହା ରେ ସେ ପୋଲିସ ହାତରେ ଆତ୍ମ ସମ୍ପର୍ପଣ କରି ଥିଲା , ସେତେବେଳେ ଜଳେଶ୍ୱର ଅଞ୍ଚଳ ରେ ଆନୁମାନିକ ୧୦ କୋଟି ଟଙ୍କା ର ସମ୍ପତି ଠାବ କରା ଯାଇଥିଲା, ଉକ୍ତ ରିପୋର୍ଟ କୁ ଆଧାର କରି ‘ଫର ଫିଚର ଅଫ ପ୍ରପୋର୍ଟି ଆକ୍ଟ ୧୯୭୬ ବଳରେ କେନ୍ଦ୍ରୀୟ ନାରକୋଟିଭ ଡ୍ରଗସ ବିଭାଗ କୋଲକାତା ସ୍ଥିତ ଇଷ୍ଟର୍ନ ରିଜିୟନାଲ ଜୋନ ର କମିଟିମେଣ୍ଟ ଆଡମିନିଷ୍ଟ୍ରେଟ ସମସ୍ତ ସମ୍ପତି ବାଜ୍ୟାପ୍ତି ପାଂଇ ନିର୍ଦେଶ ଦେଇ ଥିଲେ , ଟାକୁଲୁ ରାଜା ନାମରେ ଏସଟିଏଫ୍ ପୂର୍ଵରୁ ୨୦୨୦ ମସିହାରେ ୭ଟି ମାମଲା ଟାକଲୁ ବିରୋଧରେ ଥାନରେ ରୁଜୁ ହୋଇଥିଲା।

୨୦୨୧ରେ ସେ ଆତ୍ମ ସମର୍ପଣ କରିଥିଲା ୨୦୨୩ ମସିହାରେ ସେ ଜେଲରୁ ବାହାରି ଥିଲା। ସେ ପଡୋଶୀ ବାଂଲାଦେଶ ଓ ନେପାଳ, ଦୁବାଇରୁ ଧଳା ଜହର ଆାଣି କାରବାର କରୁ ଥିଲା । ଜଳେଶ୍ୱେର ଅଂଚଳରେ ତାହାର ଆନୁମାନିକ ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କରା ଯାଇଥିଲା। ଜଳେଶ୍ୱର ତହସିଲଦାରଙ୍କ ସହାୟତାରେ ଟାକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପକ୍ରିୟା ଚାଲୁ ଅଛି। ଏସଟିଏଫ୍ ଜଳେଶ୍ୱର ତହସିଲଦାର ଙ୍କ ସହାୟତା ରେ ଟାକୁଲୁ ରାଜା ର ସମ୍ପତି ବାଜ୍ୟାପ୍ତି ପାଇଁ ପକ୍ରିୟା ଚାଲୁ ଅଛି , ଅନ୍ୟପଟେ ବାଲେଶ୍ୱର ଏସ୍ପି ରାଜ ପ୍ରାସାଦ କହିଛନ୍ତି ଟାକୁଲୁ ରାଜାକୁ ଆଗାମୀ ଦିନରେ ରିମାଣ୍ଡ ରେ ନେଇ ଅଧିକ ତଦନ୍ତ କରାଯିବ।