ମଧ୍ୟପ୍ରଦେଶର କନ୍ୟା ବିଭା ଯୋଜନାରେ କନ୍ୟାର ମେକ୍ ଇନ୍ କିଟରେ କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ବଣ୍ଟନକୁ ନେଇ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ଫୋପଡା। ମଧ୍ୟପ୍ରଦେଶର ଜାବୁଆ ଜିଲ୍ଲା ଥାଞ୍ଜାଲାରେ ମୁଖ୍ୟମନ୍ତ୍ରୀ କାନିଆ ବିଭା ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ୨୯୬ ଦମ୍ପତିଙ୍କ ସମୂହ ବିବାହ କରାଯାଇଥିଲା। କିନ୍ତୁ ଶିବରାଜ ସିଂ ଚୌହାନ ସରକାରଙ୍କ ଏହି ଅଭିଯାନ ଏବେ ବିବାଦ ଭିତରକୁ ଟାଣି ହୋଇ ଆସିଛି ଯେତେବେଳେ ମେକ୍ ଅପ୍ ବାକ୍ସରେ ଗର୍ଭନିରୋଧକ ବଟିକା ସହିତ କଣ୍ଡୋମର ପ୍ୟାକେଟ୍ ବଣ୍ଟନ କରାଗଲା।
କନ୍ୟାର ମେକ ଅପ୍ ବାକ୍ସରେ କଣ୍ଡୋମ ପ୍ୟାକେଟ ଏବଂ ବଟିକା ମିଳିବା ପରେ ରାଜ୍ୟ ସରକାର ବିବାଦ ଘେରକୁ ଟାଣି ହୋଇଆସିଛନ୍ତି। କାହା ନିର୍ଦ୍ଦେଶରେ ଏପରି ସାମଗ୍ରୀ କିଟରେ ରଖା ଯାଇଥିଲା ବୋଲି ପଚରା ଯିବାରୁ ଅଧିକାରୀ ସବୁ ଦୋଷ ସ୍ୱାସ୍ଥ୍ୟ ବିଭାଗ ଉପରକୁ ଠେଲି ଦେଇଛନ୍ତି। ଏହା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଛି, କିନ୍ତୁ ଏ ସମ୍ପର୍କରେ କିଏ ନିର୍ଦ୍ଦେଶ ଦେଇଥିଲା ତାହା ସ୍ପଷ୍ଟ କରାଯାଇ ନାହିଁ। କଣ୍ଡମ ଓ ଗର୍ଭନିରୋଧକ ବଟିକା ଥିବା ମେକ୍ଅପ୍ କିଟ ସବୁକୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଦିଆଯାଇଛି।
ଏଥି ସହିତ, ଏହି ପ୍ରସଙ୍ଗରେ ଦାୟିତ୍ୱରେ ଥିବା ସିଇଓ ଭୁର୍ସିଂହ ରାୱତ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ଏହି ପୁରା କାର୍ଯ୍ୟ ସ୍ୱାସ୍ଥ୍ୟ ବିଭାଗର ଅଟେ। କିନ୍ତୁ ଏପରି ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେ ଆହୁରି କହିଛନ୍ତି କି, “କଣ୍ଡୋମ ଏବଂ ଗର୍ଭନିରୋଧକ ଔଷଧ ବଣ୍ଟନ ପାଇଁ ଆମେ ଦାୟୀ ନୁହଁ। ଏହା ସମ୍ଭବତଃ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଣ୍ଟା ଯାଇଛି। ଏହିସବୁ ଜିନିଷକୁ ପରିବାର ନିୟନ୍ତ୍ରଣ ଯୋଜନା ଅନ୍ତର୍ଗତ ସଚେତନତା କାର୍ଯ୍ୟକ୍ରମ ଅଧୀନରେ ରଖାଯାଇଛି। ମୁଖମନ୍ତ୍ରୀ କନିଆ ବିବାହ ଯୋଜନା ଅଧୀନରେ ଆମେ ସିଧାସଳଖ ୪୯,୦୦୦ ଟଙ୍କା ଦେବୁ। ଏହି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବା। ଆମେ ବିବାହ ପାଇଁ ଖାଦ୍ୟ, ଜଳ ଏବଂ ଏକ ତମ୍ବୁ ମଧ୍ୟ ପ୍ରଦାନ କରୁଛୁ, ଯାହାର ମୂଲ୍ୟ ୬,୦୦୦ଟଙ୍କା। ବଣ୍ଟନ ହୋଇଥିବା ପ୍ୟାକେଟରେ କଣ ଅଛି ତାହା ମୋତେ ଜାଣି ନଥିଲି ବୋଲି କହିଛନ୍ତି ସିଇଓ। କିନ୍ତୁ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ।
ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ମହିଳାମାନଙ୍କ ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇବା ପାଇଁ ମଧ୍ୟପ୍ରଦେଶ ସରକାର ଏପ୍ରିଲ ୨୦୦୬ ରେ ମୁଖମନ୍ତ୍ରୀ କନ୍ୟା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁଯାୟୀ ସରକାର କନ୍ୟାର ପରିବାରକୁ ୫୫,୦୦୦ ଟଙ୍କା ପ୍ରଦାନ କରୁଛନ୍ତି।
ଗତ ମାସରେ, ଡିଣ୍ଡୋରି ଅଞ୍ଚଳରେ ଏକ ସମୂହ ବିବାହ ସମାରୋହରେ କିଛି କନ୍ୟାଙ୍କ ଗର୍ଭ ପରୀକ୍ଷା କରାଯାଇଥିଲା, ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହି ପରୀକ୍ଷାରେ କିଛି କନ୍ୟାଙ୍କ ପ୍ରେଗ୍ନେନ୍ସି ପଜିଟିଭ ବାହାରି ଥିଲା। ଏସମ୍ପର୍କରେ ଝିଅଙ୍କ ପକ୍ଷରୁ କୁହାଯାଇଥିଲା କି, ସେମାନଙ୍କ ନିର୍ବନ୍ଧ ହୋଇଥିବା ଯୁବକଙ୍କ ସହ ଥିଲା। ତେବେ ଏପରି ଘଟଣାକୁ ଅନେକ ବିରୋଧ କରିବା ସହ ଏହା ଝଅଙ୍କ ପ୍ରତି ଅଧିକାରୀଙ୍କ ଦୁର୍ବ୍ୟବହାର ବୋଲି କୁହାଯାଇଛି।