ବରପାଲିର ସର୍ବ ପୁରାତନ ୧୪୮ ତମ ଶୀତଳ ଷଷ୍ଠୀଯାତ୍ରା ଅନୁଷ୍ଠିତ

ବରଗଡ ଜିଲ୍ଲା ବରପାଲି ପ୍ରସିଦ୍ଧ ସର୍ବ ପୁରାତନ ୧୪୮ ତମ ଶୀତଳ ଷଷ୍ଠୀ ଯାତ୍ରାରେ ଗଣ୍ଠିଆଳ ଫିଟା ପରେ ସନ୍ଧ୍ୟା ରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳ ପ୍ରାୟ ୧୦ଟା ରେ କପିଳେଶ୍ଵର ବାବା ଓ ମାତା ପାର୍ବତୀଙ୍କ ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ଶିବାଜୀ କ୍ଲବ ଠାରେ ପହଞ୍ଚି ଗତ ବର୍ଷ ର କନ୍ୟା ପିତା ମାତା ପରମେଶ୍ବର ମେହେର ଓ ନୀର ମେହେରଙ୍କ ଦ୍ଵାରା ଗଣ୍ଠିଆଳ ଫିଟା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଗଣ୍ଠିଆଳ ଫିଟା ପରେ ଶିବ ପାର୍ବତୀଙ୍କୁ ମାତ୍ର ୨୪ ଘଣ୍ଟା ପାଇଁ ଅଲଗା କରାଯାଇ ମାତା ପାର୍ବତୀ ହୀମାଦ୍ରୀ ନଗର ଓ କପିଳେଶ୍ଵର ବାବା ଭଣ୍ଡାର ଗୃହ କୁ ପ୍ରତ୍ୟାବର୍ତ୍ତନ କରନ୍ତି।

ଅନ୍ୟ ପକ୍ଷରେ ଆଜି ହୀମାଦ୍ରୀ ନଗର ପକ୍ଷ ରୁ ମହିଳା ମାନଙ୍କ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମାତା ପାର୍ବତୀ ଙ୍କୁ ଶ୍ରଦ୍ଧା ସହକାରେ ହୀମାଦ୍ରୀ ନଗର ଶୈବ ଭକ୍ତ ଙ୍କ ପକ୍ଷ ରୁ ଅଣାଯାଇଥିଲା ।ସନ୍ଧ୍ୟା ରେ ତହସିଲ ଛକ ଜଗଦମ୍ବା କ୍ଲବ ଶୈବ ଭକ୍ତ ଘଣ୍ଟ ଦୁଲ ଦୂଲି ବାଦ୍ୟ ଶହ ଏକ ଶୋଭାଯାତ୍ରା ରେ ଭଣ୍ଡାର ଗୃହ ଯାଇ କପିଳେଶ୍ଵର ବାବା ଙ୍କୁ ତହସିଲ ଛକ ଆଣିଥିଲେ । ରାତ୍ର ରେ କପିଳେଶ୍ଵର ବାବା ଙ୍କ ବିରାଟ ବରାତିଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରା ରେ ଜ୍ୟୋତି ଦୁଲ୍ ଦୁଲୀ କୁସଙ୍ଗ, ପତ୍ରା ପାଲି ଦୂଲ ଦୂଳି, ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ଘୁମୁରା, ମାଲକାନଗିରି ର ଢ଼ାପ,ବନାରସ ର ଅଘୋରି ନୃତ୍ୟ, ରାଜସ୍ଥାନୀ ନୃତ୍ୟ, ଉଜ୍ଜୟିନୀ ର ମହାକାଲ ଡମ୍ବରୁ ନୃତ୍ୟ,ଦେବ ଦାସୀ ନୃତ୍ୟ, ଦଣ୍ଡା ନୃତ୍ୟ, ଦୁର୍ଗ ର ଧୁମାଲ, ଘଣ୍ଟ ବାଦ୍ୟ, ରାୟପୁର ର ଭାଙ୍ଗଡା, ନାସିକ ର ଢୋଲ, ଆସାମ ର ବିହୁ, ପଶ୍ଚିମ ବଙ୍ଗଳା ର ମହିଳା ଢ଼ାକି, ରାଜଗାଙ୍ଗପୁର ର ଆଦିବାସୀ ନୃତ୍ୟ, , ମୟୁରୀ ନୃତ୍ୟ, ନୃତ୍ୟ କଳା ସାଂସ୍କୃତିକ ଅନୁଷ୍ଠାନ ଭବାନୀ ପାଟଣା ଆଦି ବହୁ ସାଂସ୍କୃତିକ ଦଳ ବରଯାତ୍ରୀ ଶୋଭାଯାତ୍ରା ରେ ସାମିଲ୍ ହୋଇଥିଲେ ।

ବରଯାତ୍ରୀ ଶୋଭାଯାତ୍ରା ତହସିଲ ଛକ ରୁ ବାହାରି ଗାନ୍ଧୀ ଛକ, ସରକାରୀ ଡାକ୍ତରଖାନା ଛକ, ଦେଇ ଦୂର୍ଗା ମନ୍ଦିର ଛକ ରେ ଆଜି ଶନିବାର ଭୋର୍ ରେ ପହଞ୍ଚିବା ପରେ କନ୍ୟା ପକ୍ଷ ରୁ ବରଯାତ୍ରୀଙ୍କୁ ଭବ୍ୟ ସ୍ଵାଗତ କରି ବାଟ ବରଣ କରି ନେବା ପରେ ଶନିବାର ସକାଳେ ଶୁଭ ଲଗ୍ନ ରେ ଦେବ ଦମ୍ପତ୍ତି ଙ୍କ ବୈବାହିକ କାର୍ଯ୍ୟ ସମାପନ ହେବ। ଆଜି ସହର ର ବିଭିନ୍ନ ଛକ ରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ପକ୍ଷରେ ତାରକାସୁରର ର ନଗର ପରିକ୍ରମା ପରେ ରଙ୍ଗ ସଭା ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।