ଓଡିଶା ଗାଁରେ ସିଙ୍ଗାପୁର ରାଷ୍ଟ୍ରପତି, ଗାଁ ବୁଲିବା ସହ କିଣିଲେ ଏହି ସବୁ ଜିନିଷ…

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ । ଦୁଇଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ରଘୁରାଜପୁରରେ ପହଞ୍ଚି ଗାଁ ପରିଦର୍ଶନ କରିଛନ୍ତି । ରଘୁରାଜପୁର ରେ ପହଞ୍ଚିବା ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ ପି ବିନୀତ ଅଗ୍ରୱାଲ ରାଷ୍ଟ୍ରପତି ଙ୍କୁ ସ୍ବାଗତ କରିଥିଲେ । ପାରମ୍ପରିକ ଲୋକ କଳା ଓ ଗୋଟିପୁଅ ନୃତ୍ୟ ମାଧ୍ୟମରେ ରାଷ୍ଟ୍ରପତି ଙ୍କୁ ସ୍ବାଗତ କରାଯାଇଥିଲା । ଲୋକ ମାନଙ୍କ ଘରେ ପଟ୍ଟଚିତ୍ର ତିଆରି ଶୖଳୀର ଡେମୋ ଦେଖିବା ସହ ପଟ୍ଟ ଚିତ୍ର ଶିଳ୍ପୀଙ୍କ ସହ ଆଲୋଚନା କରିଛନ୍ତି । ଏତେ ସୁନ୍ଦର କାରୁକାର୍ଯ୍ୟ ଦେଖି ସେ ଖୁସି ବ୍ୟକ୍ତ କରିଥିଲେ । ରାଷ୍ଟ୍ରପତି ଦମ୍ପତି ଲକ୍ଷାଧିକ ଟଙ୍କାର ପଟ୍ଟଚିତ୍ର କ୍ରୟ କରିଥିଲେ । ଆଇଓସିଏଲର ଇଣ୍ଟରପ୍ରିଟେସନ କେନ୍ଦ୍ର ପ୍ରଥମେ ପରିଦର୍ଶନ କରି ରାଷ୍ଟ୍ରପତି ସୂର୍ଯ୍ୟ ମନ୍ଦିର ଦେଖି ଆନନ୍ଦ ପ୍ରକାଶ କରିଥିଲେ । ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ର ପ୍ରତିନିଧି ଓ ଗାଇଡ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ପୁରୀ ସଦର ବିଡ଼ିଓ ସମ୍ବିତ ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *