ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ପ୍ରବଳ ବନ୍ୟା, ପ୍ରଶାସନ ଜାରି କଲା ଫ୍ଲାସ ଫ୍ଲଡ ଆଲର୍ଟ

ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ବନ୍ୟା ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ଯୋଗୁ ତିସ୍ତା ନଦୀର ଜଳସ୍ତର ବଢ଼ିବା ସହ ଅଚାନକ ବନ୍ୟା ଆସିଥିଲା । ଫଳରେ ବନ୍ୟାର ପ୍ରଖର ସ୍ରୋତରେ ୨୩ ଜଣ ଯବାନ ଭାସି ଯାଇଥିବା ଜଣାପଡିଛି । ନିଖୋଜ ଯବାନଙ୍କ ଖୋଜିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛି ।

ସୁଚନା ଅନୁଯାୟୀ ଉତ୍ତର ସିକିମର ଲାଚେନ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇଲା। ଫଳରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଫ୍ଲାସ୍‌ ଫ୍ଲଡ ହେବାରୁ ସେନାର ୨୩ ଯବାନ ନିଖୋଜ ହୋଇ ଯାଇଛନ୍ତି। ଏଥିଯୋଗୁ ବହୁ ସେନା କ୍ୟାମ୍ପ ଭୁଶୁଡ଼ି ଯାଇଥିବା ବେଳେ ବେଳେ ଯାନବାହନ ଭାସି ଯାଇଛି।

ବାଦଲ ଫଟା ବର୍ଷା ଯୋଗୁ ବଡ଼ ଧରଣର ବିପର୍ଯ୍ୟୟ ଆଶଙ୍କା କରାଯାଉଛି । ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ତେଣୁ ପ୍ରଶାସନ ଜାରି କଲା ଫ୍ଲାସ ଫ୍ଲଡ ଆଲର୍ଟ । ଦୁଇ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯାତାୟତ ନକରିବା ସହ ଘରୁ ନବାହାରିବାକୁ କୁହାଯାଇଛି । ଅନ୍ୟପଟେ ନଦୀକୂଳରେ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

Leave a Reply

Your email address will not be published. Required fields are marked *