ରାଇରଙ୍ଗପୁରର କୁଲଡ଼ିହା ଗ୍ରାମରେ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା

ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଜୟପୁର ପଞ୍ଚାୟତ ଅନ୍ତର୍ଗତ କୁଲଡ଼ିହା ଗ୍ରାମର ପୂର୍ବ ପୁରୁଷ ଆଧ୍ଯାତ୍ମ ଶୈବ ଭକ୍ତମାନେ ବାବା କାଲେଶ୍ବର ଶିବ ଲିଙ୍ଗ ଆଣି ଚାଳଛପର ଘରେ ଆଣି ପୂଜା କରୁଥିଲେ ।ପରେ ବାବା ବାଲେଶ୍ବର ଜନୈକ ଶିବ ଭକ୍ତଙ୍କୁ ସ୍ୱପ୍ନାଦେଶ କରିଥିଲେ ମୁଁ ଏହି ଛପର ଘରେ ରହିବି ନାହିଁ ।ପରେ ବାବା ଏକ ଗଛମୂଳରେ ଦିର୍ଘ ବର୍ଷ ଧରି ପୂଜା କରି ଆସୁଥିଲେ ।

ଏହାକୁ ନେଇ କୁଲଡ଼ିହା ଗ୍ରାମର ସମେତ ଆଖପାଖ ଗାଁ ର ଶୈବ ଭକ୍ତମାନେ ବାବାଙ୍କୁ ଗଛମୂଳରେ ନ ରଖି ଏକ ନୂତନ ମନ୍ଦିର କରି ସେଠାରେ ପୂଜା କରିବେ ବୋଲି ଶପଥ ନେଇଥିଲେ ।ବହୁ ଆର୍ଥିକ ପରିସ୍ଥିତି କୁ ସାମ୍ନା କରି ଗ୍ରାମବାସୀ ଓ ଆଖପାଖ ଶିବପୂଜକମାନେ ଅର୍ଥା ଦାନ କରି ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ ।ଏପ୍ରିଲ ୨୬ ତାରିଖ ଦିନ ମନ୍ଦିରରେ ରତ୍ନମୁଦ କାର୍ଯ୍ୟ ହୋଇଥିଲା ।୨୮ ତାରିଖ ଦିନ ଅର୍ଶ ଯାତ୍ରା,ଠାକୁର ଶୟନ, ଯଜ୍ଞ ମଣ୍ଡପ,ମାର୍ଜନା ଏବଂ ଯଜ୍ଞ ଆରମ୍ଭ ହୋଇଥିଲା ।୨୯ ତାରିଖ ଦିନ ମଙ୍ଗଳବାର ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା, ଯଜ୍ଞ, ଠାକୁରଙ୍କର ମହାସ୍ନାନ,ମହାଭିଷେକ କାର୍ଯ୍ୟ ଅନୁଷ୍ଠିତ ହୋଇଛି ।

ବୁଧବାର ଦିନ ଗୋପୂଜା, ଯଜ୍ଞ, ସର୍ବସାଧାରଣଙ୍କ ବାବାଙ୍କ ଦର୍ଶନ ଓ ଅପରାହ୍ନ ୫ ଠାରେ ପୁର୍ଣାହୁତି,ମହାଆଳତି ଓ ସର୍ବସାଧାରଣଙ୍କ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ସବୁଦିନ କମିଟି ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯିବଖ ବ୍ୟବସ୍ଥା କରାଯାଇଛି ।

କୁଲଡିହା ଗ୍ରାମ ସମେତ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବାଙ୍କ ପୂଜାର୍ଚ୍ଚନା କରିବା ସହ‌ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ।