Short-circuit,ସର୍ଟ-ସର୍କିଟ, ଜଳିଗଲା ୩ ବଖରା ଘର!

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ଅଧୂନ ବାଲି ପାଟପୁର ଗ୍ରାମରେରେ ସର୍ଟ ସର୍କିଟ ହୋଇ ଜଳିଗଲା ୩ ବଖରା ଘର । ସୂଚନା ମୁତାବକ ଦିନ ୧ଟା ସମୟରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିଲା। ବିହାରୀ ତରେଇଙ୍କ ୩ ବଖରା ଘର ଦେଖୁ ଦେଖୁ ଧ୍ବଂସ ହୋଇଯାଇଥିଲା। ଗ୍ରାମବାସୀ ଏବଂ ଖବରପାଇ ମାଲୁଦରୁ ଅଗ୍ନିଶମ ବାହିନୀ ପହଞ୍ଚି ଅଗ୍ନି ଶମ ଅଧୂକାରୀ ପ୍ରଦୀପ ବେହେରାଙ୍କ ନେତୃତ୍ବରେ ନିଆଁକୁ ଆୟତ କରି ଥି ଲେ। ଅଗ୍ନି ଶମ ବାହି ନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମର ଅନ୍ୟ ଘର ସୁରକ୍ଷିତ ହୋଇଥ୍ ଲା। ଘରେ ଥିବା ଧାନ, ଆସବାବପତ୍ର, ତ୍ର, କଂସା, ବାସନ, ଲୁଗାପଟା, ବର୍ଷକ ଖାଦ୍ୟ ପଦାର୍ଥ, ମୂଲ୍ୟବାନ କାଗଜ ପତ୍ର ଆଦି ଲକ୍ଷାଧୂକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି । ଖବରପାଇ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ତ୍ରଙ୍କ ନିର୍ଦ୍ଦେଶ କ୍ରମେ ରାମଲେଙ୍କା ପଞ୍ଚାୟତ ବିଜେପି ସଭାପତି ରାଜ କିଶୋର ସାହୁ, ବରିଷ୍ଠ ବିଜେପି ପି ନେତା ସୁରେନ୍ଦ୍ର କୁମାର ବିଶ୍ଵାଳ, କୃଷ୍ଣପ୍ରସାଦ ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ଵଜିତ ବିଶ୍ବାଳ ପହଞ୍ଚି ବିପନ୍ନ ପରିବାରକୁ ଶୁଖୁଲା ଖାଦ୍ୟ, ବସ୍ତ୍ର, ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ବଜ୍ରକୋଟ ରାଜସ୍ଵ ନିରୀକ୍ଷକ ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି । ଗୃହଶୂନ୍ୟ ପରିବାରକୁ ଆବାସ ଯୋଜନାରେ ଗୃହ ଯୋଗାଣ କରିବା ଖାଦ୍ୟ, ବସ୍ତ୍ର ସହ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।