OPSCକୁ ଝଟକା, ପୁଣି ଥରେ ASO ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ

ଶେଷରେ ASO ନିଯୁକ୍ତି ନେଇ OPSCର ମେରିଟ୍ ଲିଷ୍ଟ ଖାରଜ ହୋଇଛି । ଏହାକୁ ରଦ୍ଦ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ୨ ମାସ ମଧ୍ୟରେ ସାନି ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଓପିଏସସି ପକ୍ଷରୁ ASO ପରୀକ୍ଷା କରାଯାଇଥିଲା । ତେବେ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଥିଲେ ପରୀକ୍ଷାର୍ଥୀ । ଏଥିରେ ଅର୍ଥ କାରବାର ନେଇ ଅଭିଯୋଗ ପରେ ଆନ୍ଦୋଳନର ରୂପ ନେଇଥିଲା । ଆଶାୟୀମାନେ ଏହାକୁ ଜୋରଦାର ବିରୋଧ କରିଥିଲେ । ବାରମ୍ବାର ମାମଲା କୋର୍ଟରେ ପହଞ୍ଚିଥିଲା । ଏବେ ପ୍ରକାଶିତ ମେରିଟ୍ ଲିଷ୍ଟ ରଦ୍ଦ କରିଛନ୍ତି କୋର୍ଟ ।

ଅନିୟମିତତା ମାମଲା ରିଟ୍ ଆବେଦନରେ ପିଟିସନରଙ୍କ ପକ୍ଷରୁ ଯାହା ଦର୍ଶାଯାଇଥିବା ଯୁକ୍ତି ବୈଧ ବୋଲି କହିଛନ୍ତି କୋର୍ଟ । ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ । ନିୟମ ଅନୁଯାୟୀ ଲିଖିତ ପରୀକ୍ଷା ଆଧାରରେ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ଥିଲା । ଗତ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ଲାଗି ପରୀକ୍ଷା ଆୟୋଜନ କରିଥିଲା ଓପିଏସସି ।

Leave a Reply

Your email address will not be published. Required fields are marked *