
ଓଡ଼ିଆ ବିବାହିତା ନାରୀ ମାନଙ୍କ ପାଇଁ ସାବିତ୍ରୀ ବ୍ରତ ହେଉଛି ଶ୍ରେଷ୍ଠ ବ୍ରତ । ଏହା ଜ୍ୟେଷ୍ଠ ଅମାବାସ୍ୟାରେ ପାଳିତ ହୋଇଥାଏ । ଏହି ବ୍ରତରେ ସାବିତ୍ରୀମାନେ ଉପବାସ ରହି ସତ୍ୟବାନମାନଙ୍କୁ ପୂଜା କରି ତାଙ୍କ ଠାରୁ ଆଶିଷ ଲାଭ କରିଥାନ୍ତି । ଏଭଳି ବ୍ରତକୁ ମଧ୍ୟ ଆଜି ଯାଜପୁର ରୋଡର ଶାନ୍ତି ସେନାର କିନ୍ନର ମାନେ ନିଜ ଆତ୍ମୀୟସୁଜନ, ଗୁରୁଜନ, ନିଜ ସଂଗଠନ ମଧ୍ୟରେ ପାଳନ କରିଛନ୍ତି । ଏଥି ସହିତ ସକାଳୁ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜାପାଠ,ହୋମପୂଜା, ରୀତିନୀତି ଓ ସୂର୍ଯ୍ୟପୂଜା କରି ନିଜ ନିଜ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ।
ସମସ୍ତ କିନ୍ନର ମାନେ ନୂତନ ଶାଢ଼ୀ ପରିଧାନ କରିବା ସହିତ ହାତରେ ବ୍ରତ ବାନ୍ଧି ଏହି ଓଷା କୁ ପାଳନ କରିଛନ୍ତି. ସଙ୍ଘ ର ସଭାପତି କାଜଲ ନାୟକ, ସମ୍ପାଦକ ଲଭଲି ସାହୁ, ବେବି ପାତ୍ର, ରୋଶନୀ ସିଂ, ସୁମନ ସନ୍ଧ୍ୟା, ଅନୁ. ସୁଇଟି, ରାଣୀ, ମାନସୀ, ରଂଜିତା, ସୋଫିଆ, ସ୍ନେହା, ରୋଜି, ଖୁସି, ରିୟା, ଶୁଭମ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।