ଓଏସଏସସି ଅଧୀନରେ ବିଭିନ୍ନ ପରୀକ୍ଷା ଚଳିତ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ହେବ

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବା ଓଏସଏସସି ପକ୍ଷରୁ ହେବାକୁ ଥିବା ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ (୨୦୨୩)ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସରେ ହେବା ନେଇ ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ଜୁନିୟର ଇଞ୍ଜିନିୟର (ସିଭିଲ୍) ୨୦୨୨ ପାଇଁ ମୁଖ୍ୟ ପରୀକ୍ଷା ସେପ୍ଟେମ୍ବର ୩ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।

ସେହିପରି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ନିୟମିତ ଶିକ୍ଷକମାନଙ୍କ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ୨୦୨୩ ସେପ୍ଟେମ୍ବର ୧୫ ରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ କରିବାକୁ ସ୍ଥିର ହୋଇଛି।

ସେହିପରି ୨୦୨୩ ଅକ୍ଟୋବର ମାସରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ହୋଇଥିବା ଅର୍ବାନ ଲୋକାଲ ବଡି (ULBs)ର ଆକାଉଣ୍ଟାଣ୍ଟଙ୍କ ମୁଖ୍ୟ ପରୀକ୍ଷା ୨୦୨୨ର ଫଳ ପ୍ରକାଶ ପାଇବ। ଏଥିରେ ଜୁନିଅର ଷ୍ଟେନୋଗ୍ରାଫର, ଜୁନିଅର ଟାଇପିଷ୍ଟ କମ ଜୁନିଅର ଷ୍ଟୋର କିପରଙ୍କ ମିଳିତ ଟାଇପିଂ ପରୀକ୍ଷା ତାରିଖ ପ୍ରକାଶ ପାଇବ।

ନଭେମ୍ବର ମାସରେ ESI ଯୋଜନା ନିର୍ଦ୍ଦେଶାଳୟ ଅଧୀନରେ ବିଭିନ୍ନ ବୈଷୟିକ ପଦବୀ ନିଯୁକ୍ତି ପାଇଁ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା ହେବ।

ଗୃହ ଏବଂ ନଗର ଉନ୍ନୟନ (H&UD) ବିଭାଗ ୨୦୨୨ ଅଧୀନରେ ଅମିନ ପଦବୀ ପାଇଁ ମୁଖ୍ୟ ପରୀକ୍ଷା
ତାରିଖ ପ୍ରକାଶ ପାଇବ।

ବିଶେଷଜ୍ଞ ପୋଷ୍ଟ / ସେବା (ସ୍ପସାଲିଷ୍ଟ ପୋଷ୍ଟ୍ସ/ ସର୍ଭିସେସ ୨୦୨୨ ପାଇଁ ମିଳିତ ସ୍ନାତକ ସ୍ତରର ନିଯୁକ୍ତି ପରୀକ୍ଷାର ମୁଖ୍ୟ ପରୀକ୍ଷା ତାରିଖ ପ୍ରକାଶ ହେବ।

ମିଳିତ ଉଚ୍ଚ ମାଧ୍ୟମିକ (10 + 2) ସ୍ତର ବା ବିଶେଷଜ୍ଞ ପଦ / ସେବା୨୦୨୩ ପାଇଁ ସମାନ ନିଯୁକ୍ତି ପରୀକ୍ଷାର ପ୍ରାଥମିକ ପରୀକ୍ଷା ତାରିଖ ବାହାରିବ।

ତେଣୁ ସମ୍ପ୍ରତି ଜାରି ବିଜ୍ଞପ୍ତିରେ ପ୍ରଦତ କାର୍ଯ୍ୟସୂଚୀ ପରୀକ୍ଷାମୂଳକ ଏବଂ ପରିବର୍ତ୍ତନାଧୀନ ହୋଇଥିବାରୁ ଓଏସଏସସି ଆଶାୟୀ ପ୍ରାର୍ଥୀଙ୍କୁ ଆୟୋଗର ଅଫିସିଆଲ୍ ୱେବସାଇଟ୍ ଉପରେ ନିରନ୍ତର ନଜର ରଖିବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *