
କୋରାପୁଟ ସୁନାବେଡାରେ ପୋଲିସର ମୋବାଇଲ ମେଳା। ସୁନାବେଡା ଥାନା ପରିସରରେ ଏକ ମୋବାଇଲ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ମୋବାଇଲ ଚୋରି ନେଇ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ଅନୁସନ୍ଧାନ କରି ୧୪ଟି ମୋବାଇଲ ଜବତ କରିବାରେ ସକ୍ଷମ ହୋଇଛି। ସେହି ସବୁ ମୋବାଇଲ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ ପାଇଁ ଏହି ମୋବାଇଲ ମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ସୁନାବେଡା ଏସଡିପିଓ ମନୋବ୍ରତା ଶତପଥି। ଏଥିସହ ଏସଡିପିଓ ଜଣ ଜଣଙ୍କୁ ସେମାନଙ୍କ ପରିଚୟ ପତ୍ର ଦେଖି ମୋବାଇଲ ହସ୍ତାନ୍ତର ମେଳାରେ ଉପସ୍ଥିତ ରହି ମୋବାଇଲ ବଣ୍ଟନ କରିଛନ୍ତି। ଏହି ମେଳାରେ ଶତପଥୀଙ୍କ ଅଧ୍ୟକ୍ଷତାରେ ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଚାରି ଗୋଟି ଥାନାର ଅଧିକାରୀଙ୍କ ସହ ପଟାଙ୍ଗି ଆଇ ଆଇ ସି ଛତୁର୍ଭୁଜ ନାୟକ, ସୁନାବେଡ଼ା ଆଇ ଆଇ ସି ସତ୍ୟାନନ୍ଦ ପାତ୍ର,ଦାମନଯୋଡି ଆଇ ଆଇ ସି ପ୍ରମେୟା ବିଡ଼ିକା ଉପସ୍ଥିତ ଥିଲେ ।