
ଫ୍ଲପ୍ ପରେ ସୁପରହିଟ୍ । ବକ୍ସ ଅଫିସରେ କମାଲ କରୁଛି ସନମ୍ ତେରୀ କସମ । ୯ ବର୍ଷ ପରେ ପୁଣି ସିନେମା ହଲ ରେ ରିଲିଜ ହୋଇଛି ସନମ୍ ତେରୀ କସମ । ଏମିତି ଅନେକ ସିନେମା ଅଛି ଯାହାକି ବକ୍ସ ଅଫିସରେ ହିଟ୍ ହୋଇନାହିଁ କି ଅଧିକ ଟଙ୍କା କଲେକ୍ଶନ କରିନାହିଁ । କିନ୍ତୁ ଫିଲ୍ମର କାହାଣୀ ଦର୍ଶକଙ୍କୁ ହୃଦୟକୁ ଛୁଇଁଛି । ସେଥିମଧ୍ୟରୁ ସନମ ତେରି କସମ ଚଳଚିତ୍ରଟି ଅନ୍ୟତମ । ଏହି ଫିଲ୍ମ ୯ ବର୍ଷ ପୂର୍ବରୁ ଅର୍ଥାତ ୨୦୧୬ ରେ ବକ୍ସ ଅଫିସରେ ରିଲିଜ୍ ହୋଇଥିଲା । ହେଲେ ସେ ସମୟରେ ଏତେ ହିଟ୍ ହୋଇପାରିନଥିଲା । ଯାହା ଏବେ ପୁଣିଥରେ ଫେବୃୟାରୀ ୭ ରେ ସିନେମା ହଲରେ ରିଲିଜ ହୋଇଥିଲା । ପୁଣିଥରେ ଏହା ରିଲିଜ୍ ପରେ ଦର୍ଶକମାନେ ଏହି ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି ।

ତେବେ ଏହି ଫିଲ୍ମଟି ୯ ବର୍ଷ ପୁର୍ବରୁ ବକ୍ସ ଅଫିସରେ ଫ୍ଲପ ହୋଇଥିବା ବେଳେ ଏବେ ଆୟରେ ରେକର୍ଡ ଭାଙ୍ଗିଛି । ହର୍ଷବର୍ଦ୍ଧନ ରଣା ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ସନମ ତେରି କସମକୁ ଫ୍ୟାନସ ମାନେ ଖୁବ ପ୍ରଶଂସା କରିଥିବା ବେଳେ ଏହାର ସିକ୍ୱେଲ ଅର୍ଥାତ ସନମ ତେରୀ କସମ ୨ କୁ ନେଇ ବହୁତ ଉତ୍ସାହିତ ଅଛନ୍ତି | ସନମ ତେରି କସମ୍-୨ ଘୋଷଣା ସହିତ ଷ୍ଟାରକାଷ୍ଟକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ଚାଲିଛି | ମାୱରା ହୋକେନଙ୍କ ସ୍ଥାନରେ ବଲିଉଡ ଷ୍ଟାର ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯିବା ନେଇ ଚର୍ଚା ହେଉଛି । ସନମ ତେରି କସମର ଲେଖକ ଏବଂ ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି କିଛି ପ୍ରଶଂସକ ଚାହୁଁଛନ୍ତି ଯେ ଫିଲ୍ମରେ ହର୍ଷବର୍ଦ୍ଧନଙ୍କ ବିପକ୍ଷରେ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯାଉ । ଏହି ବୟାନ ପରେ ଏବେ ଲୋକଙ୍କର ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେବା ଆରମ୍ଭ କରିଛନ୍ତି ।

ଏହାକୁ ନେଇ ପ୍ରସଂଶକ ମାନେ ବେଶ ଖୁସି ଅଛନ୍ତି ।ଫ୍ୟାନସ ମାନେ ଶ୍ରଦ୍ଧା ଏବଂ ହର୍ଷବର୍ଦ୍ଧନଙ୍କୁ ସାଙ୍ଗରେ ଦେଖିବାକୁ ଅପେକ୍ଷା କରିଛନ୍ତି । ଶ୍ରଦ୍ଧାଙ୍କ ପ୍ରଶଂସକମାନେ ଏହି ଖବରରେ ବହୁତ ଖୁସି କିନ୍ତୁ ସେହି ସମୟରେ ଫିଲ୍ମର କିଛି ପ୍ରଶଂସକ ଏହି କାଷ୍ଟିଂରେ ଅସନ୍ତୁଷ୍ଟ ଥିବା ନେଇ ମଧ୍ୟ ଜଣ ପଡୁଛି । ଶ୍ରଦ୍ଧା ପୂର୍ବରୁ ଆଶିକି ୨ ଏବଂ ଏକ ଭିଲେନ୍ ଭଳି ଭାବପ୍ରବଣ ପ୍ରେମ କାହାଣୀରେ ଉତ୍କୃଷ୍ଟ ଅଭିନୟ କରିଛନ୍ତି । ତେଣୁ ସେ ସନମ୍ ତେରୀ କସମ୍ ୨ରେ ମଧ୍ୟ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିପାରିବେ । ଏହାକୁ ନେଇ ପ୍ରଶଂସକ ମାନେ କହିଛନ୍ତି ଶ୍ରଦ୍ଧା ଏବଂ ହର୍ଷଙ୍କ ଯୋଡ଼ି ସୁପରହିଟ୍ ହେବ | କିଛି ଲୋକ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରି ଲେଖିଛନ୍ତି, ନା ଆମେ କେବଳ ମାୱରା ଏବଂ ହର୍ଷଙ୍କୁ ଚାହୁଁ ନଚେତ୍ ଫିଲ୍ମଟି ଫ୍ଲପ୍ ହୋଇଯିବ ।