ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଇ ଗିରଫ ହୋଇଛନ୍ତି ସମ୍ବଲପୁର ମାନେଶ୍ବର ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ । ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜେଇ ।
ସୂଚନା ଅନୁସାରେ କିଛି ଦିନ ହେଲା ବତେମୁରା ଓ ବରଗାଁ ପଞ୍ଚାୟତ ଦାୟିତ୍ବ ନେଇଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ । ଏହାପୂର୍ବରୁ ବଦୁଆପାଲି ପଞ୍ଚାୟତ ଦାୟିତ୍ବରେ ଥିଲେ ଜେଇ । ଅନ୍ତାପାଲିରୁ ବଦୁଆପାଲି ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା ୫ ଲକ୍ଷ ଟଙ୍କା । ବିଲ୍ ପାସ୍ କରିବାକୁ ଗାଁ ସାଥୀ ଦୟାନିଧି ଭୋଇ, ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେପଟେ କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ବିଲ୍ ପାସ୍ ନକରି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜେଇ । ଶେଷରେ ଅନ୍ୟ ଉପାୟ ନପାଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଗାଁ ସାଥୀ ଦୟାନିଧି ।
ଜେଇ ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ଥିବା ଘର ସମେତ ୩ଟି ଜାଗାରେ ରେଜ୍ କରିଥିଲା ଟିମ୍ । ସମ୍ବଲପୁର କୁଲୁଥକାନିସ୍ଥିତ ବାସଭବନ,ଗୋବିନ୍ଦତୋଲାରେ ଥିବା ଭଡ଼ାଘର, ସପିଂ ମଲ୍ ଓ ଅନୁଗୁଳ ଜିଲ୍ଲା ଡେରେଙ୍ଗ ଥାନା ବୋଲଗଣ୍ଠିଆନାଳିରେ ଥିବା ଶ୍ୱଶୁର ଘରେ ଯାଞ୍ଚ କରିଥିଲା ଭିଜିଲାନ୍ସ ବିଭାଗ ।