ଜଳୁଛି ଜଙ୍ଗଲ, ଜଙ୍ଗଲରେ କାୟା ମେଲାଇଛି ନିଆଁ

ଆମେରିକା କାଲିଫର୍ଣ୍ଣିଆରେ ହୁତୁହୁତୁ ହୋଇ ଜଳୁଛି ଲସ୍ ଏଞ୍ଜଲ୍ସ ଜଙ୍ଗଲ । ଧିରେ ଧିରେ ନିଆଁ ସହର ଆଡକୁ ବ୍ଯାପିବାରେ ଲାଗିଲାଣି । ଏହି ଜଙ୍ଗଲ ପୋଡିରେ ବର୍ତ୍ତମାନ ପର୍ଯ୍ଯନ୍ତ ୫ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଅନେକ ଆହାତ ହୋଇଛନ୍ତି । ପାଖାପାଖି ୭୦ ହଜାର ଲୋକଙ୍କୁ ରେସକ୍ଯୁ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନିଆଁ ପ୍ରାୟ 5 ହଜାର ଏକର ଜଙ୍ଗଲରେ କାୟା ମେଲାଇଛି । ଏକ ହଜାରରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଅତ୍ଯାଧିକ ପବନ ପାଇଁ ନିଆଁ ଚାରିଆଡେ ବ୍ଯାପିବାରେ ଲାଗିଛି , ଫଳରେ ଅଗ୍ନୀଶମ ବାହୀନିକୁ ନିଆଁ ଲିଭଆଇବାରେ ଅସୁବିଧା ହେଉଛି । ମାତ୍ର ସମସ୍ତ କର୍ମଚାରୀ ପ୍ରାଣପଣେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି । ଜଳୁଥଇବା ନିଆଁରେ ଅନେକ ଗୁଡିଏ ଜଙ୍ଗଲୀ ଜନ୍ତୁଙ୍କର ଜୀବନ ମଧ୍ଯ ଗଲାଣି । ତେବେ ନିଆଁର ଏତେ ଦୃତ୍ତଗତିରେ ବ୍ଯାପୁଛିଯେ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡିବା ନେଇ ଆଶଙ୍କା କରାଯାଉଛି …

Leave a Reply

Your email address will not be published. Required fields are marked *